Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ଉଠିବା ସମୟରେ ଅଘଟଣ

Odisha

ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ଉଠିବା ସମୟରେ ଅଘଟଣ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ଉଠିବା ସମୟରେ ଅଘଟଣ

ମହାଶିବରାତ୍ରିରେ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ଉଠିବା ସମୟରେ ଅଘଟଣ। ମହାଶିବରାତ୍ରି ପାଇଁ ଲିଙ୍ଗରାଜ ପୀଠ ଚଳଚଞ୍ଚଳ ଥିବା ବେଳେ ମହାଦୀପ ଉଠିବା ସମୟରେ ଘଟିଥିଲା ଅଘଟଣ। ମନ୍ଦିର ଚୂଡ଼ାକୁ ଚଢୁଥିବା ବେଳେ ସେବାୟତ ଖସିପଡିଥିଲେ।

ସେବାୟତ ଯୋଗେନ୍ଦ୍ର ସମର୍ଥା ମହାଦୀପକୁ ନେଇ ଦୁଇ ତିନି ପାହାଚ ଚଢ଼ିବା ପରେ ପ୍ରାୟ ୧୦ରୁ ୧୨ ଫୁଟ ଉପରୁ ତଳକୁ ଖସି ପଡ଼ିଥିଲେ। ମହାଦୀପ ତାଙ୍କ ହାତରୁ ଖସି ପଡ଼ିଥିଲା। ଏହାପରେ ଆଉ ଜଣେ ସେବାୟତ ମହାଦୀପକୁ ମନ୍ଦିର ଚୁଡ଼ାକୁ ନେଇଥିଲେ।

ଏହାପରେ ଶେଷ ହୋଇଥିଲା ମହାଦୀପ ଉଠିବା ପ୍ରକ୍ରିୟା। ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ୪୦ ମିନିଟ ବିଳମ୍ବରେ ମନ୍ଦିର ଚୂଡ଼ାକୁ ଉଠିଥିଲା ମହାଦୀପ। ବେଢ଼ା ପରିକ୍ରମା ପରେ ସେବାୟତ ମହାଦୀପ ଉଠାଇଥିଲେ । ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତି କାନ୍ତି ଶେଷ ପରେ ରାତି ୧୦ଟା ୪୦ରେ ମହାଦୀପ ଉଠିଲା । ଦୀପ ଉଠିବା ବେଳେ ଉପସ୍ଥିତ ଶ୍ରଦ୍ଧାଳୁ ଓ ସେବାୟତଙ୍କ ହର ହର ମହାଦେବ ଧ୍ୱନିରେ କମ୍ପି ଉଠିଥିଲା ମନ୍ଦିର ପରିସର । ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।


ତେବେ ଯୋଗେନ୍ଦ୍ର ଖସି ପଡିବାରୁ ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥବା ବେଳେ ସେ ଏବେ ଆଇସିୟୁରେ ଥିବା ଡାକ୍ତର ସୂଚନା ଦେଇଛନ୍ତି।

ସେପଟେ ଆହତ ସେବାୟତ ଯୋଗେନ୍ଦ୍ର ସମର୍ଥାଙ୍କୁ ଡାକ୍ତରାନାରେ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କ୍ୟାପିଟାଲ୍ ହସ୍ପିଟାଲ୍‌ରେ ସେବାୟତଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବା ସମୟରେ ମୁଖ୍ୟମନ୍ତ୍ରୀ ସହ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଏକାମ୍ର ବିଧାୟକ ବାବୁ ସିଂ ଉପସ୍ଥିତ ଥିଲେ।

ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଲ୍‌ ରାଣା କହିଛନ୍ତି ଘଟଣା ପଛର କାରଣ ସଂପର୍କରେ ତଦନ୍ତ କରାଯିବ। ଆହତ ସେବାୟତଙ୍କ ଚିକିତ୍ସା ଓ ମନ୍ଦିରର ନୀତିକାନ୍ତି ବ୍ୟବସ୍ଥାରେ ଯେପରି କୌଣସି ତ୍ରୁଟି ନ ହୁଏ ସେଥିପ୍ରତି ଦୃଷ୍ଟି ଦିଆଯାଉଛି। ତେବେ ମନ୍ଦିରରେ ରକ୍ତଛିଟା ପଡଥିବାରୁ ମନ୍ଦିରରେ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Bhubaneswar Lingaraj Temple servitor falls down while lifting Mahadeepa atop | Argus News