ରାଜଧାନୀର ୩୯୪ଟି ଅର୍ଥନୈତିକ ଦୁର୍ବଳ ପରିବାରକୁ ଘର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

Key Points
ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରି ରାଜଧାନୀବାସୀଙ୍କୁ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ୧୦ ଟନ୍ ବିଶିଷ୍ଟ ପ୍ଲାଜମା ପାଇରୋଲିସିସ୍ ଫ୍ୟାସିଲିଟି ପ୍ଲାଣ୍ଟର ଉଦଘାଟନ କରିଛନ୍ତି ।
ଭୁବନେଶ୍ଵର: ସ୍ୱାୟତ୍ତ ଶାସନ ଦିବସରେ ଭୁବନେଶ୍ଵରକୁ ବଡ଼ ଭେଟି । ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରି ରାଜଧାନୀବାସୀଙ୍କୁ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ୧୦ ଟନ୍ ବିଶିଷ୍ଟ ପ୍ଲାଜମା ପାଇରୋଲିସିସ୍ ଫ୍ୟାସିଲିଟି ପ୍ଲାଣ୍ଟର ଉଦଘାଟନ କରିଛନ୍ତି । ଏହି ୟୁନିଟରେ ପୁରା ଭୁବନେଶ୍ଵରରୁ ବାହାରୁଥିବା ସାନିଟାରୀ ନାପକିନକୁ ପୃଥକୀକରଣ କରାଯିବ । ପରେ ଅତ୍ୟାଧୁନିକ ଜ୍ଞାନକୌଶଳ ଜରିଆରେ ଏଥିରେ ଘର ତିଆରି ପାଇଁ ଇଟା ପ୍ରସ୍ତୁତ କରାଯିବ ।
ସେହିପରି ପଳାଶୁଣୀଠାରେ ଥିବା ୧୫୦ ଟନ ବିଶିଷ୍ଟ ଆବର୍ଜ୍ଜନା ପ୍ରକ୍ରିୟାକରଣ ୟୁନିଟକୁ ଲୋକାର୍ପଣ କରାଯାଇଛି । ଯେଉଁଥିରେ ବିଏମସି ପୁରା ରାଜଧାନୀରୁ ବାହାରୁଥିବା ଅଳିଆ ଆବର୍ଜନାକୁ ପ୍ରକ୍ରିୟାକରଣ କରିବାରେ ସକ୍ଷମ ହେବ ଭୁବନେଶ୍ଵର ମହାନଗର ନିଗମ ।
ରାଜଧାନୀବାସୀଙ୍କ ସମସ୍ୟାର ସହଜ ଓ ସରଳ ଉପାୟରେ ସମାଧାନ ସହ ବିଭିନ୍ନ ଯୋଜନା ପାଇଁ ହ୍ଵାଟ୍ସଆପ୍ ବୋଟ୍ ସର୍ଭିସକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯେଁଥିରେ ଗୋଟିଏ ଆପରେ ବିଡିଏ, ବିଏମସି, ପାୱର ସର୍ଭିସ ସମସ୍ୟା ଏବଂ ୱାଟକୋ ସମ୍ପର୍କିତ ବିଭିନ୍ନ ସମସ୍ୟାକୁ ନେଇ ଚାଟ୍ ମଧ୍ୟାମରେ ସମାଧାନର ବାଟ ପାଇପାରିବେ ସାଧାରଣ ଜନତା । ଉଭୟ ଇଂଲିଶ ଏବଂ ଓଡ଼ିଆରେ ଲୋକ ଏହି ଆପରେ ସମସ୍ୟାର ସମାଧାନ ପାଇପାରିବେ ।
📱 Get Argus News App
✨
ସ୍ୱାୟତ୍ତ ଶାସନ ଦିବସ ଅବସରରେ ରାଜଧାନୀର ୩୫୦ ଉର୍ଦ୍ଧ୍ଵ ବସ୍ତିବାସିନ୍ଦାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏମାନଙ୍କ ମଧ୍ୟରେ ୨୦ ଜଣ ତୃତୀୟ ଲିଙ୍ଗୀ ଓ ଭିନ୍ନକ୍ଷମ ମଧ୍ୟ ଅନ୍ତର୍ଭୁକ୍ତ ଥିବା ଜଣାପଡ଼ିଛି । BMC ପକ୍ଷରୁ ୩୧୦ଟି ଏବଂ BDA ପକ୍ଷରୁ ୩୮ଟି ଘର ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ପ୍ରଦାନ କରାଯାଇଛି । ଏହା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ୨.୦ ରେ ବିଭିନ୍ନ ବସ୍ତିର ୪୬ଟି ପରିବାରକୁ ମଧ୍ୟ ଗୃହ ଆବଣ୍ଟିତ କରାଯାଇଥିଲା । ସମୁଦାୟ ୩୯୪ଟି ଗୃହ ଆବଣ୍ଟିତ କରାଯାଇଛି ।