Videos
|
Odisha

Market Building Fire / ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ବଡ଼ ଧରଣର ଅଗ୍ନିକାଣ୍ଡ

Rashmita Mishra
Browse all articles by Rashmita Mishra
·2 months ago·2 min read
ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ବଡ଼ ଧରଣର ଅଗ୍ନିକାଣ୍ଡ
Market Building Fire

Key Points

ଭୁବନେଶ୍ବର ମାର୍କେଟ ବିଲ୍ଡିଂରେ ଲାଗିଥିବା ନିଆଁ ଆୟତ୍ତ
୩ଟି ପାଣି ଟ୍ୟାଙ୍କର ସାହାଯ୍ୟରେ ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବାହିନୀ
ପ୍ରାୟ ୧୦ଟି ଦୋକାନରେ ଲାଗିଥିଲା ନିଆଁ 

ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ବଡ଼ ଧରଣର ଅଗ୍ନିକାଣ୍ଡ... ଆଜି ସକାଳୁ ନିଆଁ ଲାଗିଥିବା ସୂଚନା । ପ୍ରାୟ ୮ ରୁ ଅଧିକ ଦୋକାନରେ ଲାଗିଛି ନିଆଁ । ୩ଟି ପାଣି ଟ୍ୟାଙ୍କର ସାହାଯ୍ୟରେ ନିଆଁ ଲିଭାଉଛି ଅଗ୍ନିଶମ ବାହିନୀ ।

ଭୁବନେଶ୍ଵର ମାର୍କେଟ ବିଲ୍ଡିଂରେ ଲାଗିଥିବା ନିଆଁ ଆୟତ୍ତ ହୋଇଛି । ୩ଟି ପାଣି ଟ୍ୟାଙ୍କର ସାହାଯ୍ୟରେ ନିଆଁକୁ ଆୟତ୍ତ କରିଛନ୍ତି ଅଗ୍ନିଶମ ବାହିନୀ । ଆଜି ସକାଳୁ ସକାଳୁ ନିଆଁ ଲାଗିଥିଲା । ପ୍ରାୟ ୮ ରୁ ଅଧିକ ଦୋକାନରେ ଲାଗିଥିଲା ନିଆଁ । ଜଳିପୋଡ଼ି ପାଉଁଶ ହୋଇଯାଇଛି ଦୋକାନରେ ଥିବା ସମସ୍ତ ଜିନିଷ ।

ସୂଚନାଥାଉ କି ଭୋର୍ ୫ଟାରେ ରାଜଧାନୀ ଭୁବନେଶ୍ୱରର ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ମାର୍କେଟ୍ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ରହିଛି । ସର୍ଟ ସର୍କିଟ ପାଇ ନିଆଁ ଲାଗିଥିବାର ଅନୁମାନ କରାଯାଉଛି । ରାଜଧାନୀ ଏକ କପଡ଼ା ଦୋକାନରେ ହଠାତ୍ ନିଆଁ ଲାଗିବା ପରେ ଦେଖୁ ଦେଖୁ ନିଆଁ ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା ।

ଏଥିରେ ଜଳିଯାଇଛି ୨୦ରୁ ଅଧିକ ଦୋକାନ। ଘଟଣାସ୍ଥଳରୁ କଳା ଧୂଆଁ ଆକାଶକୁ ଉଠୁଥିବାରୁ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଅଗ୍ନିକାଣ୍ଡର ଖବର ପାଇ ସ୍ଥାନୀୟ ଲୋକେ ଓ ଦୋକାନୀମାନେ ତୁରନ୍ତ ଘଟଣାସ୍ଥଳରେ ଏକାଠି ହୋଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି ।

ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
ନିଆଁ ବ୍ୟାପି ନ ପାରିବା ପାଇଁ ଆଖପାଖ ଦୋକାନଗୁଡ଼ିକରେ ମଧ୍ୟ ସତର୍କତାମୂଳକ ବ୍ୟବସ୍ଥା ନିଆଯାଇଛି । ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ । ଅଗ୍ନିକାଣ୍ଡରେ କେତେ କ୍ଷୟକ୍ଷତି ହୋଇଛି, ତାହା ମଧ୍ୟ ନିଆଁ ସମ୍ପୂର୍ଣ୍ଣ ଲିଭିବା ପରେ ଜଣାପଡ଼ିବ । ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନିକାଣ୍ଡର କାରଣ ନେଇ ତଦନ୍ତ ଆରମ୍ଭ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: