Videos
|
Odisha

ଭୁବନେଶ୍ଵର ମେଟ୍ରୋ ପାଇଁ ଗଠନ ହେବ ଟେକ୍ନିକାଲ୍ କମିଟି, ନିଆଯିବ ସାଧାରଣ ଲୋକଙ୍କ ମତାମତ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଭୁବନେଶ୍ଵର ମେଟ୍ରୋ ପାଇଁ ଗଠନ ହେବ ଟେକ୍ନିକାଲ୍ କମିଟି, ନିଆଯିବ ସାଧାରଣ ଲୋକଙ୍କ ମତାମତ

Key Points

ଭୁବନେଶ୍ଵର ମେଟ୍ରୋ ପ୍ରକଳ୍ପ ନେଇ କେନ୍ଦ୍ର ସରକାରଙ୍କୁ ଦିଆଯିବ ପ୍ରସ୍ତାବ । ନୂଆ ଢାଞ୍ଚାରେ ଭୁବନେଶ୍ଵର ମେଟ୍ରୋ ହେବ ବୋଲି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଭୁବନେଶ୍ଵର: ଓଡ଼ିଶାରେ ହେବ ମେଟ୍ରୋ । ଭୁବନେଶ୍ଵର ମେଟ୍ରୋ ପ୍ରକଳ୍ପ ନେଇ କେନ୍ଦ୍ର ସରକାରଙ୍କୁ ଦିଆଯିବ ପ୍ରସ୍ତାବ । ନୂଆ ଢାଞ୍ଚାରେ ଭୁବନେଶ୍ଵର ମେଟ୍ରୋ ହେବ ବୋଲି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ମେଟ୍ରୋ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେବୁ । କେନ୍ଦ୍ର ସରକାରଙ୍କ ସହଯୋଗରେ ମେଟ୍ରୋ ପ୍ରକଳ୍ପ ହେବ ।


ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ ଗଠନ ହେବ ଟେକ୍ନିକାଲ କମିଟି । ଏହି କମିଟି ମେଟ୍ରୋ ଚାଲିଥିବା ବିଭିନ୍ନ ସହରକୁ ଯାଇ ସ୍ଥିତି ଅନୁଧ୍ୟାନ କରିବ । ମେଟ୍ରୋର ରୂପରେଖ କ'ଣ ରହିବ, କେଉଁ ରାସ୍ତା ଦେଇ ମେଟ୍ରୋ ଟ୍ରାକ ଯିବ । ସେନେଇ ଟେକ୍ନିକାଲ କମିଟି ରିପୋର୍ଟ ଦେବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ । ମେଟ୍ରୋ ପ୍ରକଳ୍ପ ନେଇ ମନ୍ତ୍ରୀସ୍ତରୀୟ ସବ୍ କମିଟିର ଦ୍ଵିତୀୟ ବୈଠକରେ ନିଷ୍ପତ୍ତି ହୋଇଛି ।


ବୈଠକରେ ବ୍ୟାପକ ଯୋଜନା କରାଯାଇଛି । କେଉଁ ଲାଇନରେ ମେଟ୍ରୋ ଯିବ, କେଉଁ ଜାଗାରେ ପାର୍କିଂ ଅଞ୍ଚଳ ରହିବ । ସେନେଇ ମଧ୍ୟ ଟେକ୍ନିକାଲ କମିଟି ରିପୋର୍ଟ ଦେବ । ମେଟ୍ରୋ ପାଇଁ ସରକାର ସାଧାରଣ ଲୋକଙ୍କ ମତାମତ ନେବେ । ପୂର୍ବ ସରକାର ଆରମ୍ଭ କରିଥିବା ପୁରୁଣା ମେଟ୍ରୋ ପ୍ରକଳ୍ପ ବନ୍ଦ ରହିବ ।


ପୂର୍ବ ସ୍ଥିରୀକୃତ ପଥରେ ମେଟ୍ରୋ କାମ ପାଇଁ ପରୀକ୍ଷା ନିରୀକ୍ଷା ବେଳେ ଟ୍ରାଫିକ ଜାମ ସ୍ଥିତି ଉପୁଜିଥିଲା । ମାଟି ପରୀକ୍ଷା ବେଳେ ଟ୍ରାଫିକ୍ ଜାମ ହେଉଥିବାରୁ ସେହି ରାସ୍ତାରେ କାମ ହେଲେ ଅବସ୍ଥା ଅସମ୍ଭାଳ ହୋଇଥାଆନ୍ତା ବୋଲି କହିଛନ୍ତି ମନ୍ତ୍ରୀ । ତେଣୁ ନୂତନ ଭାବେ ଗଠନ ହେବାକୁ ଥିବା ଟେକ୍ନିକାଲ କମିଟି ଯାହା ରିପୋର୍ଟ ଦେବ, ସେହି ଅନୁସାରେ ମେଟ୍ରୋ କାମ ହେବ ବୋଲି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: