Bhubaneswar Metro Rail / ଜାଣନ୍ତୁ ଭୁବନେଶ୍ଵର ମେଟ୍ରୋ ରେଳ ପ୍ରକଳ୍ପର ସ୍ଥିତି କ'ଣ ?

Key Points
ଗୃହ ନିର୍ମାଣ ଓ ନଗର ଉନ୍ନୟ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, "ଭୁବନେଶ୍ଵର ମେଟ୍ରୋ ରେଳ ପ୍ରକଳ୍ପକୁ ବର୍ତ୍ତମାନ ସରକାର ପରୀକ୍ଷାଧୀନ ରଖିଛନ୍ତି । ଏଥିପାଇ ଏକ ଆନ୍ତଃ ମନ୍ତ୍ରୀସ୍ତରୀୟ ସମିତି (Inter-Ministerial Committee) ଗଠନ କରାଯାଇଛି ।"
ଭୁବନେଶ୍ଵର: କେତେ ଆଗେଇଲାଣି ଭୁବନେଶ୍ଵର ମେଟ୍ରୋ ପ୍ରକଳ୍ପ ? ଭୁବନେଶ୍ଵର ମେଟ୍ରୋ ରେଳ ପ୍ରକଳ୍ପ ସ୍ଥିତି ନେଇ ଗୃହରେ ପ୍ରଶ୍ନ କରିଛନ୍ତି ବିଧାୟକ । ବିଧାନସଭାରେ ବିଧାୟକ ସାରଦା ପ୍ରସାଦ ନାୟକ ମେଟ୍ରୋ ପ୍ରକଳ୍ପର ଅଗ୍ରଗତି ନେଇ ପ୍ରଶ୍ନ କରିଥିବା ବେଳେ ଉତ୍ତର ରଖିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ।
ବିଧାନସଭାରେ ଗୃହ ନିର୍ମାଣ ଓ ନଗର ଉନ୍ନୟ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, "ଭୁବନେଶ୍ଵର ମେଟ୍ରୋ ରେଳ ପ୍ରକଳ୍ପକୁ ବର୍ତ୍ତମାନ ସରକାର ପରୀକ୍ଷାଧୀନ ରଖିଛନ୍ତି । ଏଥିପାଇ ଏକ ଆନ୍ତଃ ମନ୍ତ୍ରୀସ୍ତରୀୟ ସମିତି (Inter-Ministerial Committee) ଗଠନ କରାଯାଇଛି । କମିଟିର ରିପୋର୍ଟ ଓ ସୁପାରିସ୍ ପ୍ରାପ୍ତ ହେବା ପରେ ସରକାର ଆଗାମୀ ଦିନରେ ଅନ୍ତିମ ସିଦ୍ଧାନ୍ତ ନେବେ ।"
ଏଥିସହ ପଢ଼ନ୍ତୁ: ଭୁବନେଶ୍ଵର ମେଟ୍ରୋ ପାଇଁ ଗଠନ ହେବ ଟେକ୍ନିକାଲ୍ କମିଟି, ନିଆଯିବ ସାଧାରଣ ଲୋକଙ୍କ ମତାମତ
📱 Get Argus News App
✨ଏହା ପୂର୍ବରୁ ଅଗଷ୍ଟ ୧୪ ତାରିଖରେ ମନ୍ତ୍ରୀ କହିଥିଲେ, "ଭୁବନେଶ୍ଵର ମେଟ୍ରୋ ପ୍ରକଳ୍ପ ନେଇ କେନ୍ଦ୍ର ସରକାରଙ୍କୁ ଦିଆଯିବ ପ୍ରସ୍ତାବ । ନୂଆ ଢାଞ୍ଚାରେ ଭୁବନେଶ୍ଵର ମେଟ୍ରୋ ପ୍ରକଳ୍ପ ହେବ । କେନ୍ଦ୍ର ସରକାରଙ୍କ ସହଯୋଗରେ ମେଟ୍ରୋ ପ୍ରକଳ୍ପ ହେବ । ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ ଗଠନ ହେବ ଟେକ୍ନିକାଲ କମିଟି । ଏହି କମିଟି ମେଟ୍ରୋ ଚାଲିଥିବା ବିଭିନ୍ନ ସହରକୁ ଯାଇ ସ୍ଥିତି ଅନୁଧ୍ୟାନ କରିବ ।"
ମେଟ୍ରୋର ରୂପରେଖ କ'ଣ ରହିବ, କେଉଁ ରାସ୍ତା ଦେଇ ମେଟ୍ରୋ ଟ୍ରାକ୍ ଯିବ ? ସେନେଇ ଟେକ୍ନିକାଲ କମିଟି ରିପୋର୍ଟ ଦେବ ବୋଲି କହିଥିଲେ ନଗର ଉନ୍ନୟନ ମନ୍ତ୍ରୀ । ମେଟ୍ରୋ ପ୍ରକଳ୍ପ ନେଇ ମନ୍ତ୍ରୀସ୍ତରୀୟ ସବ୍ କମିଟିର ଦ୍ଵିତୀୟ ବୈଠକରେ ଏ ନିଷ୍ପତ୍ତି ନିଆଯାଇଥିଲା । ଉକ୍ତ ବୈଠକରେ ବ୍ୟାପକ ଯୋଜନା କରାଯାଇଥିଲା । କେଉଁ ଲାଇନରେ ମେଟ୍ରୋ ଯିବ, କେଉଁ ଜାଗାରେ ପାର୍କିଂ ଅଞ୍ଚଳ ରହିବ ? ସେନେଇ ମଧ୍ୟ ଟେକ୍ନିକାଲ କମିଟି ରିପୋର୍ଟ ଦେବ । ମେଟ୍ରୋ ପାଇଁ ସରକାର ସାଧାରଣ ଲୋକଙ୍କ ମତାମତ ନେବେ ।
ପୂର୍ବ ସରକାର ଆରମ୍ଭ କରିଥିବା ପୁରୁଣା ମେଟ୍ରୋ ପ୍ରକଳ୍ପ ବନ୍ଦ ରହିବ । ପୂର୍ବ ସ୍ଥିରୀକୃତ ପଥରେ ମେଟ୍ରୋ କାମ ପାଇଁ ପରୀକ୍ଷା ନିରୀକ୍ଷା ବେଳେ ଟ୍ରାଫିକ ଜାମ ସ୍ଥିତି ଉପୁଜିଥିଲା । ମାଟି ପରୀକ୍ଷା ବେଳେ ଟ୍ରାଫିକ୍ ଜାମ ହେଉଥିବାରୁ ସେହି ରାସ୍ତାରେ କାମ ହେଲେ ଅବସ୍ଥା ଅସମ୍ଭାଳ ହୋଇଥାଆନ୍ତା ବୋଲି କହିଥିଲେ ମନ୍ତ୍ରୀ । ତେଣୁ ନୂତନ ଭାବେ ଗଠନ ହେବାକୁ ଥିବା ଟେକ୍ନିକାଲ କମିଟି ଯାହା ରିପୋର୍ଟ ଦେବ, ସେହି ଅନୁସାରେ ମେଟ୍ରୋ କାମ ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଥିଲେ ।
Related Topics
Explore more stories