ପୁଣି ଥରେ ଉଜ୍ଜୀବିତ ହେଲା ଆଶା, ଓଡ଼ିଶାରେ ଗଡ଼ିବ ଦୀର୍ଘସ୍ଥାୟୀ ଓ ଦୀର୍ଘମିଆଦି ମେଟ୍ରୋ

Key Points
ନୂଆ ଢାଞ୍ଚାରେ ନୂଆ ପ୍ରକଳ୍ପ ପାଇଁ ବିଜେପି ସରକାରର ଯୋଜନା
୨୦୫୦ କୁ ଆଖି ଆଗରେ ରଖି ମେଟ୍ରୋ କରାଯିବ ବୋଲି କହିଲେ ମନ୍ତ୍ରୀ
ଗଠିତ ଟେକ୍ନିକାଲ ଟିମର ରିପୋର୍ଟ ପରେ ପ୍ରସ୍ତୁତ ହେବ ଡ଼ିପିଆର
ପୂର୍ବ ସରକାରଙ୍କ ମେଟ୍ରୋ ପରିକଳ୍ପନା ଭେଳିକି ଥିଲା କହି କଲେ କଟାକ୍ଷ
କେବେ ସୁଦ୍ଧା ଭୁବନେଶ୍ୱରରେ ଗଡ଼ିବ ମେଟ୍ରୋ । କେବେ ବାସ୍ତବ ରୂପ ନେବ ମେଟ୍ରୋ ପରିକଳ୍ପନା । ଏଭଳି ଚର୍ଚ୍ଚା ଆଲୋଚନା ଭିତରେ ମେଟ୍ରୋ ନେଇ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟସଭାରେ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ପ୍ରଶ୍ନରେ ନଗର ଉନ୍ନୟନ ରାଷ୍ଟ୍ର ମନ୍ତ୍ରୀ ରଖିଛନ୍ତି ଏହି ଉତ୍ତର । କେନ୍ଦ୍ରକୁ ରାଜ୍ୟର ପ୍ରସ୍ତାବ ପରେ ପୁଣି ଥରେ ଉଜ୍ଜୀବିତ ହେଲା ଆଶା । କେନ୍ଦ୍ରର ସହାୟତାରେ ଓଡ଼ିଶାରେ ଗଡ଼ିବ ଦୀର୍ଘସ୍ଥାୟୀ ଓ ଦୀର୍ଘମିଆଦି ମେଟ୍ରୋ । ସେପଟେ ନଗର ଉନ୍ନୟନ ମନ୍ତ୍ରୀ କହିଲେ, ପୂର୍ବ ସରକାରଙ୍କ ମେଟ୍ରୋ ପରିକଳ୍ପନା ଥିଲା କେବଳ ନିର୍ବାଚନ ଭେଳିକି।
କେବେ ସୁଦ୍ଧା ଭୁବନେଶ୍ୱରରେ ଗଡ଼ିବ ମେଟ୍ରୋ । କେବେ ବାସ୍ତବ ରୂପ ନେବ ମେଟ୍ରୋ ପରିକଳ୍ପନା । ଏଭଳି ଚର୍ଚ୍ଚା ଆଲୋଚନା ଭିତରେ ମେଟ୍ରୋ ନେଇ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟସଭାରେ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ପ୍ରଶ୍ନରେ ନଗର ଉନ୍ନୟନ ରାଷ୍ଟ୍ର ମନ୍ତ୍ରୀ ରଖିଛନ୍ତି ଏହି ଉତ୍ତର । ଆହୁରି କହିଛନ୍ତି ଓଡ଼ିଶା ସରକାର ପୂର୍ବରୁ ଭାରତ ସରକାରଙ୍କ ସୂଚନା ଏବଂ ଆର୍ଥିକ ସହାୟତା ବିନା ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ସହିତ ଆଗକୁ ବଢ଼ିଥିଲେ । ମାତ୍ର ବର୍ତ୍ତମାନ ଦୀର୍ଘକାଳୀନ କାର୍ଯ୍ୟକ୍ଷମତା, ସ୍ଥାୟୀତ୍ୱ ଏବଂ ସହରାଞ୍ଚଳ ଗତିଶୀଳତା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର । କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀଙ୍କ ଉତ୍ତର ପରେ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି କେନ୍ଦ୍ରକୁ ଦିଆଯାଇଛି ପ୍ରସ୍ତାବ ।
ସେପଟେ ପୂର୍ବ ସରକାରଙ୍କ ମେଟ୍ରୋ ପରିକଳ୍ପନା କେବଳ ନିର୍ବାଚନ ଭେଳିକି ଥିଲା ବୋଲି କହି ବିଜେଡିକୁ କଟାକ୍ଷ ମଧ୍ୟ କରିଛନ୍ତି ମନ୍ତ୍ରୀ । କହିଛନ୍ତି କେବଳ ଘୋଷଣାରେ ସୀମିତ ଥିଲା ମେଟ୍ରୋ । କୌଣସି ବ୍ୟୟ ବରାଦ ହୋଇ ନଥିଲା । ଯାହାର ଜବାବ ରଖିଛି ବିଜେଡି ।
୨୦୧୮ ରେ ତତ୍କାଳୀନ ବିଜେଡି ସରକାର ଟୁଇନ ସିଟି ରେ ମେଟ୍ରୋ ଗଡେଇବାକୁ ଘୋଷଣା କରିଥିଲେ । 2019 ନିର୍ବାଚନ ଇସ୍ତାହାର ରେ ବି ସ୍ଥାନ ଦେଇ ଭୋଟ ମାଗିଥିଲେ । କିନ୍ତୁ ନିର୍ବାଚନ ଜିତିବା ପରେ, 2041 ପର୍ଯ୍ୟନ୍ତ ମେଟ୍ରୋ ସମ୍ଭବ ନୁହେଁ ବୋଲି କହି ଏଡାଇ ଯାଇଥିଲେ । ହେଲେ କଣ ହେଲା କେଜାଣି ଏପ୍ରିଲ 1 2023ରେ ମେଟ୍ରୋ କରିବା ନେଇ ଘୋଷଣା କରିଥିଲେ ତତକାଳିନ ମୁଖ୍ୟମନ୍ତ୍ରୀ ।
୨୦୨୪ ନିର୍ବାଚନର ଠିକ ପୂର୍ବରୁ ଭାଙ୍ଗୁଥିବା ଭୋଟବ୍ୟାଙ୍କ କୁ ଦେଖି ଜାନୁଆରୀ 1ରେ ମେଟ୍ରୋ ପ୍ରକଳ୍ପର କରିଥିଲେ ଶିଳାନ୍ୟାସ । ତେବେ ତାହା ଦୀର୍ଘସ୍ଥାୟୀ ଓ ଦିର୍ଘମିଆଦି ନୁହେଁ ବୋଲି କହି କେନ୍ଦ୍ର ସହାୟତାରେ ନୂଆ ଢାଞ୍ଚା ରେ ନୂଆ ପ୍ରକଳ୍ପ କରିବାକୁ ଅଣ୍ଟା ଭିଡ଼ିଛନ୍ତି ବିଜେପି ସରକାର । ଦେଖିବାର କଥା ଏହା କେବେ ବାସ୍ତବ ରୂପ ନେଉଛି ।