Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଥାନା କଡ଼ରେ ଥର ଗାଡ଼ି ରଖି ୨ ଗୋଷ୍ଠୀ ମୁହାଁମୁହିଁ, ୧୫ ମିନିଟ୍ ପରେ ଆସିଲା ପୋଲିସ

Sushanta Sahoo
Browse all articles by Sushanta Sahoo
·10 months ago·1 min read
ଥାନା କଡ଼ରେ ଥର ଗାଡ଼ି ରଖି ୨ ଗୋଷ୍ଠୀ ମୁହାଁମୁହିଁ, ୧୫ ମିନିଟ୍ ପରେ ଆସିଲା ପୋଲିସ

Key Points

ଖଣ୍ଡଗିରି ଛକ ଉପରେ ଥାନା ଆଗରେ ଏମିତି ଲଢ଼ୁଥିଲେ କିଛି ଯୁବକ । ଆଉ ସେହି ରାସ୍ତା ଦେଇ ପୋଲିସର ପାଟ୍ରୋଲିଂ ଭ୍ୟାନ୍ (PCR) ବି ଗଲା । କିନ୍ତୁ ସବୁ ଦେଖି ନ ଦେଖିଲା ଭଳି ପଳାଇଲା ପିସିଆର୍ ।

ଭୁବନେଶ୍ଵର: ଅଧରାତିରେ ଆସିଲେ, ଥାନା କଡ଼ରେ ଧାକ ଦେଖେଇ ରାସ୍ତା ଉପରେ ଥାର ରଖିଲେ । ଆଉ ରାଜରାସ୍ତା ଉପରେ ଲଢ଼ିଲେ । ରାଜଧାନୀ ଭୁବନେଶ୍ଵରର ଖଣ୍ଡଗିରି ଛକ ଉପରେ ଥାନା ଆଗରେ ଏମିତି ଲଢ଼ୁଥିଲେ କିଛି ଯୁବକ । ଆଉ ସେହି ରାସ୍ତା ଦେଇ ପୋଲିସର ପାଟ୍ରୋଲିଂ ଭ୍ୟାନ୍ (PCR) ବି ଗଲା । କିନ୍ତୁ ସବୁ ଦେଖି ନ ଦେଖିଲା ଭଳି ପଳାଇଲା ପିସିଆର୍ ।


ଖଣ୍ଡଗିରି ଥାନା ପାର୍ଶ୍ଵରେ ଏଭଳି ଗଣ୍ଡଗୋଳ ୧୫ ମିନିଟ୍ ଧରି ଚାଲିଥିବା ବେଳେ ପିସିଆର୍ ଦେଖି ଦେଖି ପଳାଇଥିଲା । ଆଉ ସ୍ଥିତି ଅଣାୟତ୍ତ ହେବା ପରେ ଆସିଥିଲା ଖଣ୍ଡଗିରି ପୋଲିସ । ଲଢ଼ୁଥିବା କିଛି ଯୁବକଙ୍କୁ କାବୁ କରିବା ସହ ଥାନାକୁ ନେଇ ଅଟକ ରଖି ପଚରାଉଚରା କରୁଛି ପୋଲିସ ।


ହେଲେ ଗଣ୍ଡଗୋଳ ଚାଲିଥିବା ବେଳେ ସବୁ ଦେଖି କାହିଁକି ପଳାଇଲା ପିସିଆର୍ ଭ୍ୟାନ୍ ? ଏବେ ଏ ପ୍ରଶ୍ନ ସମସ୍ତଙ୍କ ମନରେ । ତେବେ ଏନେଇ କମିଶନରେଟ୍ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ । ତେବେ ରାଜଧାନୀର ରାସ୍ତା ଉପରେ ଥାନା ଆଗରେ ଗଣ୍ଡଗୋଳ ଚାଲିଥିବା ବେଳେ ପୋଲିସର ଏଭଳି ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Midnight Chaos Near Khandagiri Police Station in Bhubaneswar Raises Questions on PCR Van Response | Argus News | Argus News