Videos
|
Odisha

Diwali / ଟ୍ରାଫିକ୍‌ ପୋଷ୍ଟକୁ ଯାଇ କାର୍ଯ୍ୟରତ କର୍ମଚାରୀଙ୍କୁ ମିଠା ବାଣ୍ଟିଲେ ପୋଲିସ କମିଶନର, ବଢ଼ାଇଲେ ମନୋବଳ

Sushanta Sahoo
Browse all articles by Sushanta Sahoo
·10 months ago·2 min read
ଟ୍ରାଫିକ୍‌ ପୋଷ୍ଟକୁ ଯାଇ କାର୍ଯ୍ୟରତ କର୍ମଚାରୀଙ୍କୁ ମିଠା ବାଣ୍ଟିଲେ ପୋଲିସ କମିଶନର, ବଢ଼ାଇଲେ ମନୋବଳ

Key Points

ରାଜଧାନୀର ବିଭିନ୍ନ ଛକ ମାନଙ୍କରେ ଡ୍ୟୁଟି କରୁଥିବା ଟ୍ରାଫିକ କର୍ମଚାରୀଙ୍କୁ ଭେଟି ମିଠା ଦେଇ ଶୁଭେଚ୍ଛା ଜଣାଇଛନ୍ତି ପୋଲିସ କମିଶନର । ଭୁବନେଶ୍ୱର ଡିସିପିଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ଟ୍ରାଫିକ୍ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇ ମିଠା ବାଣ୍ଟିଛନ୍ତି ।
ଭୁବନେଶ୍ଵର: ଲୋକେ ଘରେ ରହି ଆନନ୍ଦରେ ଦୀପାବଳି ପାଳନ କରୁଛନ୍ତି । ଆଉ ଲୋକଙ୍କ ସୁରକ୍ଷା ପାଇଁ ପୋଲିସ ସବୁଠି ସଜାଗ ରହିଛି । ଥାନାରୁ ନେଇ ଟ୍ରାଫିକ୍ ପୋଷ୍ଟ ଆଉ ଗୁରୁତ୍ଵପୂର୍ଣ୍ଣ ଛକ ଓ ବଜାର ସବୁଠି ଦୀପାବଳିରେ ବି ଦାୟିତ୍ଵ ତୁଲାଉଛନ୍ତି ପୋଲିସରେ କାର୍ଯ୍ୟରତ କର୍ମଚାରୀ ।

କେବଳ ପୁରୁଷ ପୋଲିସ ନୁହଁନ୍ତି ମହିଳା ପୋଲିସ କର୍ମଚାରୀ ମଧ୍ୟ ଦୀପାବଳି ରାତିରେ ଡ୍ୟୁଟି କରୁଛନ୍ତି । ବିଭିନ୍ନ ଛକରେ ଟ୍ରାଫିକ୍ ପୋଲିସ ଡ୍ୟୁଟି କରୁଥିବା ବେଳେ ସେମାନଙ୍କ ସହ ଦୀପାବଳି ପାଳିଛନ୍ତି ପୋଲିସ କମିଶନର ଏସ ଦେବଦତ୍ତ ସିଂହ ଓ ଡିସିପି ଜଗମୋହନ ମୀନ ।

ରାଜଧାନୀର ବିଭିନ୍ନ ଛକ ମାନଙ୍କରେ ଡ୍ୟୁଟି କରୁଥିବା ଟ୍ରାଫିକ କର୍ମଚାରୀଙ୍କୁ ଭେଟି ମିଠା ଦେଇ ଶୁଭେଚ୍ଛା ଜଣାଇଛନ୍ତି ପୋଲିସ କମିଶନର । ଭୁବନେଶ୍ୱର ଡିସିପିଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ଟ୍ରାଫିକ୍ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇ ମିଠା ବାଣ୍ଟିଛନ୍ତି । ଏହା ପଛର ଉଦ୍ଦେଶ୍ୟ କର୍ମଚାରୀଙ୍କ ମନୋବଳ ବଢ଼ାଇବା ବୋଲି କହିଛନ୍ତି ପୋଲିସ କମିଶନର ।

ବାଣ ଫୁଟାଇବା ବେଳେ ସତର୍କ ରୁହନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦୀପାବଳିରେ ବାଣ ଫୁଟାଇବା ବେଳେ ଆପଣମାନେ ସତର୍କତା ଅବଲମ୍ବନ କରନ୍ତୁ । ବିଶେଷ କରି କୌଣସି ବାଣକୁ ହାତରେ ଧରି ନିଆଁ ଲଗାଇବା କିମ୍ବା ଫୁଟାଇବା ଲାଗି ଆଦୌ ଚେଷ୍ଟା କରନ୍ତୁ ନାହିଁ । ଏଭଳି କରିବା ଦ୍ଵାରା ଆପଣ ନିଜ ସହ ଅନ୍ୟମାନଙ୍କୁ ମଧ୍ୟ ବିପଦରେ ପକାଇବେ ।

ସିନ୍ଥେଟିକ୍ ବଦଳରେ ଢିଲା କଟନ ଡ୍ରେସ ପିନ୍ଧି ବାଣ ଫୁଟାନ୍ତୁ । ବାଣ ନିକଟରୁ ହାତେ ଦୂରରେ ରହି ବାଣରେ ନିଆଁ ଲଗାନ୍ତୁ । ବାଣରେ ନିଆଁ ଲଗାଇବା ବେଳେ ଲମ୍ବା କାଠିର ବ୍ୟବହାର କରନ୍ତୁ ।

ଥରେ ନିଆଁ ଲଗାଇବା ପରେ ନ ଫୁଟି ରହି ଯାଇଥିବା ଅଫୁଟା ବାଣରେ ପୁଣି ନିଆଁ ଲଗାନ୍ତୁ ନାହିଁ କିମ୍ବା ଛୁଅନ୍ତୁ ନାହିଁ । ଛୋଟ ପିଲାଙ୍କୁ ଏକୁଟିଆ ବାଣ ଫୁଟାଇବାକୁ ଦିଅନ୍ତୁ ନାହିଁ । ଗହଳି କିମ୍ବା ଛାତ ତଳ ପରିବର୍ତ୍ତେ ଖୋଲା ଜାଗାରେ ବାଣ ଫୁଟାନ୍ତୁ ।

ବାଣ ଫୁଟାଇବା ବେଳେ ହାତ କି ମୁହଁ ପୋଡ଼ିଲେ ତତ୍‌କ୍ଷଣାତ ଟ୍ୟାପ ପାଣିରେ ଧୋଇ ନିଅନ୍ତୁ । ପୋଡ଼ାଜଳା ସ୍ଥାନରେ ଚାହିଁଲେ ଟୁଥପେଷ୍ଟ ଲଗାଇ ପାରିବେ ।

Related Topics

Explore more stories

Bhubaneswar Police Celebrate Diwali While on Duty | Argus News | Argus News