ଭୁବନେଶ୍ୱର-ପୁରୀ ରାସ୍ତା ହେବ 6 ଲେନ୍

ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ସଂକଳ୍ପକୁ ସାକାର କରିବାକୁ ହାଇୱେମ୍ୟାନଙ୍କ ବଡ଼ ପ୍ଲାନ୍ । ଓଡ଼ିଶାକୁ ୪ ହଜାର ୧୯ କୋଟି ଟଙ୍କାର ରାଜପଥ ପ୍ରକଳ୍ପ ଉପହାର ଦେଇଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ । ବରମୁଣ୍ଡାରେ ଶିଳାନ୍ୟାସ, ଲୋକାର୍ପଣ ଅବସରରେ ନୀତିନ ଗଡ଼କରୀ କହିଛନ୍ତି, ରାଜ୍ୟର ବିକାଶ ପାଇଁ ଭିତ୍ତିଭୂମିର ବିକାଶ ଆବଶ୍ୟକ । ଓଡ଼ିଶାରେ ୨ ଲକ୍ଷ କୋଟିର ପ୍ରକଳ୍ପ ଚାଲୁ ରହିଛି ।. ଓଡ଼ିଶାରେ ଆଗକୁ ୩ ଲକ୍ଷ କୋଟିର ପ୍ରକଳ୍ପ କାମ ସରିବ । ରାଞ୍ଚି-ସମ୍ବଲପୁର ଦ୍ବିତୀୟ କରିଡର୍ ୮୦୦୦ କୋଟି ବ୍ୟୟରେ ହେବ । ଚଣ୍ଡିଖୋଲ-ପାରାଦୀପ କରିଡର୍ ୨୦୨୬ ଡିସେମ୍ବର ସୁଦ୍ଧା ସରିବ । ୨ ଘଣ୍ଟାର ଯାତ୍ରା ହ୍ରାସ ପାଇ ମାତ୍ର ୧ ଘଣ୍ଟା ମଧ୍ୟରେ ହେବ । ପ୍ରକଳ୍ପ ସରିଲେ ପାରାଦୀପ ବନ୍ଦର ଯିବାକୁ ଯାତାୟାତ ମାତ୍ର ଘଣ୍ଟାଏ ଚାଲିବ । ପ୍ରକଳ୍ପ ପୂରା ହେଲେ କଟକରୁ ସମ୍ବଲପୁରର ଯାତାୟାତ ୪ ଘଣ୍ଟା କମିଯିବ ।
ଓଡ଼ିଶାର ହାଇୱେ ଆମେରିକା ଭଳି ହେବ କହିଛନ୍ତି ଗଡ଼କରୀ । ଯାହା ବି ପ୍ରକଳ୍ପ ଓଡ଼ିଶା ପକ୍ଷରୁ ମଗାଯାଇଛି, ତାହା ପୂରା ହେବ । ବିଭିନ୍ନ ଲେନ୍ ସମ୍ପର୍କରେ ସୂଚନା ଦେଲେ ନୀତିନ ଗଡ଼କରୀ । ଡିପିଆର୍ ପ୍ରସ୍ତୁତ ସରିଛି, ଖୁବଶୀଘ୍ର ବିଭିନ୍ନ ପ୍ରକଳ୍ପକୁ ଅନୁମୋଦନ ମିଳିବ । କ୍ୟାବିନେଟ୍ ମଞ୍ଜୁରି ପରେ ଭୁବନେଶ୍ବର ରିଂରୋଡ୍ କାମ ଆରମ୍ଭ ହେବ । ୫ ରୁ ୬ ହଜାର କୋଟିର ବାଇପାସ୍ ରୋଡ୍ ସମ୍ପର୍କରେ ସୂଚନା ଦେଲେ ଗଡ଼କରୀ । ଏହି ବାଇପାସ୍ ରୋଡ୍ ଅନୁମୋଦନ ମିଳିଥିବା ସୂଚନା ଦେଇଛନ୍ତି ନୀତିନ ଗଡ଼କରୀ ।
ଏହାସହ ଗଡକରୀ କହିଛନ୍ତି ମତେ ଖୁସି ଲାଗିଲା ଜଗନ୍ନାଥ ଭୂମିକୁ ଆସିବାର ବହୁ ଦିନ ପରେ ସୁଯୋଗ ମିଳିଲା । ସିପିଙ୍ଗ୍ ମନ୍ତ୍ରୀ ଥିଲାବେଳେ ପାରାଦ୍ୱୀପ ଆସିଥିଲି । ବିଜେପି ସରକାର ଆସିବା ପରେ ଓଡିଶା ବିକାଶ ଆଉ ପ୍ରଗତି ଆଡକୁ ଗତି କରୁଛି । ସେଥିପାଇଁ ଆମକୁ ଭିତ୍ତିଭୂମି ସୁଦୃଢ କରିବାକୁ ହେବ । ଓଡ଼ିଶାରେ ବେଳାଭୂମି, ଜଙ୍ଗଲ ଭରପୂର ଅଛି ।
📱 Get Argus News App
✨ସବୁ କ୍ଷେତ୍ରରେ ବିକାଶ ରାସ୍ତା ଭିତ୍ତିଭୂମି ନିର୍ମାଣ ଗୁରୁତ୍ୱପୂର୍ଣ୍ଣ । ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ଆମକୁ ଦେଶରେ ରାସ୍ତା ଗୁଡିକର ବିକାଶ ପାଇଁ । ଦେଶରେ 60 ବର୍ଷରେ ଯାହା ହେଇନଥିଲା 11 ବର୍ଷରେ ହୋଇଛି । ଓଡ଼ିଶାରେ 2 ଲକ୍ଷ କୋଟିର କାମ ହୋଇଛି । 60 ହଜାର କୋଟି ସମ୍ପୂର୍ଣ୍ଣ ହୋଇଛି । 60 ହଜାର କୋଟି କାମ ଚାଲିଛି । 75 ହଜାର କୋଟିର କାମ ଆଗକୁ ଅଛି । 40 ହଜାର କୋଟିର ଡିପିଆର ପ୍ରସ୍ତୁତ ହୋଇଛି । ଆଗାମୀ ଦିନରେ ମୋଟ 3 ଲକ୍ଷ କୋଟିର କାମ ହେବ । ଓଡିଶା ଆମେରିକା ହେବ ।
ଆମେ ବଡ ବଡ଼ ଏକ୍ସପ୍ରେସ ରାସ୍ତା ବନାଇବା ପାଇଁ ହାତକୁ ନେଇଛୁ । ନବରଙ୍ଗପୁର ବିଶାଖପାଟଣା ସାଢେ 4 ଘଣ୍ଟାରେ ପହଞ୍ଚିବେ । ରାଞ୍ଚି-ସମ୍ବଲପୁର 4 ଲେନ 8 ହଜାର କୋଟିରେ 150 କିଲୋମିଟର କାମ ହେବ । କଟକ ସମ୍ବଲପୁର ଜୁନ 2025 ସୁଦ୍ଧା ସରିବ । ଚଣ୍ଡିଖୋଲରୁ ପାରାଦ୍ବୀପ 8 ଲେନ୍ ଡିସେମ୍ବର 2026 ସୁଦ୍ଧା ସରିବ । ଘଂଟାଏରେ ପାରାଦ୍ବୀପ ପହଂଚିବେ । କ୍ୟାପିଟାଲ 6 ଲେନ୍ ରିଙ୍ଗ ରୋଡ଼ ପାଇଁ 7 ହଜାର କୋଟିର ବିଭାଗ ମଞ୍ଜୁର ମିଳିଛି । କ୍ୟାବିନେଟ ଅନୁମତି ପରେ କାମ ଆରମ୍ଭ ହେବ । 9 ହଜାର କୋଟିର 13 ଟି ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ ତାକୁ ମଂଜୁର କରୁଛି ବୋଲି ମଞ୍ଚରେ ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ । ଖୁଵଶୀଘ୍ର ଟେଣ୍ଡର ହେବ । ସାତପଡ଼ା କୃଷ୍ଣପ୍ରସାଦ 8 କିଲୋମିଟର 500 କୋଟିର 2 ଟି ବ୍ରିଜ ପାଇଁ ଡିପିଆର ହୋଇଛି । ମୁଁ ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଇଥିଲି ଭୂମି ପୂଜନ ପାଇଁ ମୁଁ ଆସିବି । Crif ରେ ଓଡିଶା ପାଇଁ 1000 କୋଟିର ମଂଜୁର ପାଇଁ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ।