ଭୁବନେଶ୍ୱର-ପୁରୀ ରାସ୍ତା ହେବ ୬ ଲେନ୍
·1 year ago

ଅର୍ଗସ ବ୍ୟୁରୋ: ଭୁବନେଶ୍ୱର-ପୁରୀ ରାସ୍ତା ହେବ ୬ ଲେନ୍ । ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏନେଇ ପ୍ରେସ ମିଟ୍ କରି ସୂଚନା ଦେଇଛନ୍ତି ।
ସେହିପରି ବଡ଼ବିଲ-ଚଣ୍ଡିଖୋଲ ରାସ୍ତା 8 ଲେନ୍ ବିଶିଷ୍ଟ ହେବ । ପ୍ରାୟ ଦୁଇ ଶହ କିମି ରାସ୍ତା ବଡବିଲ-ଚଣ୍ଡିଖୋଲ ହେବ 8 ଲେନ୍ । ସେହିପରି ଖୋର୍ଦ୍ଧା-ନୟାଗଡ ହେବ 4 ଲେନ୍ । 4 ଲେନ୍ ସହ ସର୍ଭିସ ରୋଡ୍ ମଧ୍ୟ ରହିବ । ଏଥିପାଇଁ 11 ଶହ କୋଟି ଖର୍ଚ୍ଚ ହେବ । କେସିଙ୍ଗା-ଜୁନାଗଡ ଏନଏଚ୍ -26 ମଧ୍ୟ 4 ଲେନ୍ ହେବ । କେସିଙ୍ଗା-ଜୁନାଗଡ 4 ଲେନ୍ ରାସ୍ତା ପାଇଁ ଖର୍ଚ୍ଚ ହେବ 1 ହଜାର କୋଟି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: