Videos
|
Odisha

ଉଭୟଙ୍କ ନାଁରେ ଅପରାଧିକ ମାମଲା ରୁଜୁ ପାଇଁ ତାରିଖ ଦେଲେ କୋର୍ଟ 

Smruti Parija
Browse all articles by Smruti Parija
·1 year ago·1 min read
ଉଭୟଙ୍କ ନାଁରେ ଅପରାଧିକ ମାମଲା ରୁଜୁ ପାଇଁ ତାରିଖ ଦେଲେ କୋର୍ଟ 

ଅର୍ଗସ ବ୍ୟୁରୋ: ଅଡୁଆରେ ପଡ଼ିପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ  ଭି. କେ ପଣ୍ଡିଆନ । ଉଭୟଙ୍କ ନାଁରେ ଅପରାଧିକ ମାମଲା ରୁଜୁ ପାଇଁ ତାରିଖ ଦେଲେ ଭୁବନେଶ୍ବର SDJM କୋର୍ଟ । ରାଜ୍ୟପାଳଙ୍କ ଅନୁମତି ମିଳିବା ପରେ ଉଭୟ ନବୀନ, ପଣ୍ଡିଆନଙ୍କ ନାଁରେ ରୁଜୁ ହେବ ଅପରାଧିକ ମାମଲା । 

ଶହ ଶହ କୋଟି ଟଙ୍କାର ଦୁର୍ନୀତି ମାମଲାକୁ ନେଇ କ୍ୟାପିଟାଲ ଥାନାରେ ଉଭୟଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରିବା ପାଇଁ  ଥାନାର ଦ୍ବାରସ୍ଥ ହୋଇଥିଲେ ବରିଷ୍ଠ ଆଇନଜୀବୀ ସୁଧିର ମହାନ୍ତି । ଚାଟାର୍ଡ ଓ ହେଲିକପ୍ଟରରେ ବୁଲି ବୁଲି ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରିବା ପଛରେ କିଏ ଦେଇଥିଲା ଅନୁମତି ଓ କାହିଁକି ପଣ୍ଡିଆନ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।

ଏହା ବିରୋଧରେ ଥାନାରେ ମାମଲା ରୁଜୁ ନ ହେବା ଫଳରେ SDJM କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଆଇନଜୀବୀ ସୁଧିର ମହାନ୍ତି । ଏନେଇ ସେ ରାଜ୍ୟପାଳଙ୍କୁ ଘଟଣା ସମ୍ପର୍କରେ ଚିଠି ଲେଖି ଜଣାଇଛନ୍ତି । ସେପଟେ ଅପରାଧିକ ମାମଲା ରୁଜୁ କରି ସରକାର ତଦନ୍ତ ଆରମ୍ଭ କରନ୍ତୁ ବୋଲି କହିଛନ୍ତି ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Bhubaneswar SDJM Court has given a date for filing a criminal case against-ex-cm-naveen-pattnaik-and-pandian | Argus News