Videos
|
Odisha

ତାମିଲନାଡୁର ତିର୍ଚି ଗ୍ୟାଙ୍ଗ : ବଂଶଗତ ଚୋରିରେ ପୁରା ପରିବାର

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ତାମିଲନାଡୁର ତିର୍ଚି ଗ୍ୟାଙ୍ଗ : ବଂଶଗତ ଚୋରିରେ ପୁରା ପରିବାର

ଅର୍ଗସ ବ୍ୟୁରୋ : ରାଜଧାନୀ ସହ କଟକ ଓ ପୁରୀରେ ଲୁଟ୍‌ପାତ୍‌ କରି ପୋଲିସର ମୁଣ୍ଡ ବିନ୍ଧାର କାରଣ ସାଜିଥିଲେ ତାମିଲନାଡୁର ଏଇ ତିର୍ଚି ଗ୍ୟାଙ୍ଗ । ଜାଣିଆଶ୍ଚର୍ଯ୍ୟ ହେବେ କି, ଚୋରି କାଳେ ଏମାନଙ୍କର ବଂଶଗତ ବୃତ୍ତି ଥିଲା । ସେଇଥି ଲାଗି ତ ସୁଦୂର ତାମିଲନାଡୁରୁ ଆସି ଓଡ଼ିଶାରେ ଚଲାଇଥିଲେ ଲୁଟ୍‌ପାତ୍‌ । ଏତେ ଚାଲାଖିର ସହ ଚୋରି କରୁଥିଲେ ଯେ ପୋଲିସର ବି ହେଉଥିଲା ଅକଲ ଗୁଡୁମ । ମୋ'ବସ୍‌ରେ ଭିଡର ସୁଯୋଗ ନେଇ ପକେଟ୍‌ ମାର ହେଉ କି କାର୍‌ କାଚ ଭାଙ୍ଗି ଲୁଟ ହେଉ । ସବୁ ଚୋରି ବିଦ୍ୟାରେ ଏମାନେ ଥିଲେ ପାରଙ୍ଗମ । ସେଇଥି ଲାଗି ତ ଏଇ ଗ୍ୟାଙ୍ଗକୁ ଧରିବାକୁ ପୋଲିସ ପାଇଁ ଥିଲା ବଡ଼ ଚ୍ୟାଲେଞ୍ଜ । 

ଚର୍ଚ୍ଚାରେ ଏବେ ତାମିଲନାଡୁର ତିର୍ଚି ଗ୍ୟାଙ୍ଗ । ଘର ତାମିଲନାଡୁରେ ହେଲେ ଚୋରି କାମ ଓଡ଼ିଶାରେ । ତେବେ ତିର୍ଚି ଗ୍ୟାଙ୍ଗ୍‌ର ଏକ ୪ ଜଣିଆ ଟିମ୍‌ କମିସନରେଟ୍‌ ପୁଲିସ ପଞ୍ଝାରେ ଫସିଛି । ସେମାନେ ହେଲେ ତାମିଲ୍‌ନାଡ଼ୁ ତିର୍ଚି ଜିଲ୍ଲାର ବି. ମୋହିତ, ପି. ମୋର୍ଥି, ନନ୍ଦ କୁମାର ଓ ଏସ୍‌ ଦୀନେଶ । ସେମାନଙ୍କ ପାଖରୁ ୪ଟି ଲାପ୍‌ଟପ୍‌, ୨୫ଟି ମୋବାଇଲ୍‌ ଫୋନ୍‌, କାର୍‌ କାଚ ଭାଙ୍ଗିବା ପାଇଁ ବ୍ୟବହୃତ ଲୁହା ଗୁଲି ଓ ବାଟୁଳି ଜବତ କରାଯାଇଛି । ଆଶ୍ଚର୍ଯ୍ୟର କଥା ହେଲା ଓଡ଼ିଶାରେ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ବେଳେ ବିଭିନ୍ନ ସହରରେ ପ୍ରବଳ ଭିଡ଼ ହୋଇଥାଏ । ଏହି ମଉକାରେ ତିର୍ଚି ଗ୍ୟାଙ୍ଗ୍‌ ଭୁବନେଶ୍ଵର ଆସିଥିଲା ଚୋରି କରିବାକୁ ହେଲେ ଏବେ

ସୂଚନା ଅନୁସାରେ, ୧୬ ତାରିଖ ସନ୍ଧ୍ୟାରେ ଓଏଏସ୍‌ ସାର୍ଥକ ସୌରଭ ମହାପାତ୍ର ଗଭର୍ଣ୍ଣର ହାଉସ୍‌  ସିସିଡି ପାଖରେ କାର୍‌ ପାର୍କିଂ କରିଥିଲେ । ହେଲେ ଦୁର୍ବୃତ୍ତ ତାଙ୍କ କାର୍‌ର କାଚ ଭାଙ୍ଗି ଲାପ୍‌ଟପ୍‌ ନେଇଯାଇଥିଲା । ସେହିପରି ୧୫ ତାରିଖ ସନ୍ଧ୍ୟାରେ ଅଶୋକ ଲେଲ୍ୟାଣ୍ଡ୍‌ର ମ୍ୟାନେଜର ଅତିଶ ସାହୁ ଜଳାରାମ ସୁଇଟ୍ସ ନିକଟରେ କାର୍‌ ପାର୍କିଂ କରିଥିବା ବେଳେ କାର୍‌ରୁ ତାଙ୍କ ଲାପ୍‌ଟପ୍‌ ଚୋରି ହୋଇଥିଲା । ସେହିଦିନ ରାତି ପ୍ରାୟ ସାଢ଼େ ୮ଟା ସମୟରେ ସୁବ୍ରତ ସାହୁ ବାଣୀବିହାରସ୍ଥିତ ମୋ’ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥିବା ବେଳେ ୪ଜଣ ଅପରିଚିତ ଯୁବକ ତାଙ୍କ ମୋବାଇଲ ଫୋନ୍‌ ଚୋରାଇ ନେଇଥଲେ। ଲଗାତାର ଏଭଳି ଲୁଟ୍‌ ନେଇ ଅଭିଯୋଗ ହେବା ପରେ କମିସନରେଟ୍‌ ପୁଲିସର ଚିନ୍ତା ବଢ଼ିଥିଲା। ସ୍ପେସାଲ୍‌ ସ୍କ୍ବାଡ୍‌ ବିଭିନ୍ନ ଅଞ୍ଚଳର ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ଏସବୁ ଗୋଟିଏ ବାହାର ରାଜ୍ୟ ଗ୍ୟାଙ୍ଗ୍‌ର କାମ ବୋଲି ଜାଣିପାରିଥିଲା। ରେଳ‌ ଷ୍ଟେସନ ସିସିଟିଭି ଯାଞ୍ଚ କଲାବେଳେ ପୁଲିସର ସନ୍ଦେହ ସତ ହୋଇଥିଲା। ଶେଷରେ ଫରେଷ୍ଟ ପାର୍କ ପାଖରୁ ଏମାନଙ୍କୁ ଗିରଫ କରିଥିଲା ପୋଲିସ ।  

ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଓ ଆନ୍ଧ୍ରପ୍ରଦେଶର ଏରାଗୋଲା ଗ୍ୟାଙ୍ଗ୍‌ ଭଳି ତାମିଲ୍‌ନାଡ଼ୁର ଏହି ତିର୍ଚି ଗ୍ୟାଙ୍ଗ୍‌ ବହୁ ପୁରାତନ ଓ ପେସାଦାର ଦଳ। ତିର୍ଚିପଲ୍ଲୀ ଜିଲ୍ଲାରୁ ଏହି ଗ୍ୟାଙ୍ଗ୍‌ର ଉତ୍ପତ୍ତି ହୋଇଥିବାରୁ ଏହା ତିର୍ଚି ଗ୍ୟାଙ୍ଗ୍‌ ଭାବେ ଜଣାଶୁଣା । ପିଢ଼ି ପରେ ପିଢ଼ି ଧରି ଏହି ସମ୍ପ୍ରଦାୟର ଲୋକଙ୍କ କାମ ହେଉଛି ଚୋରି। ଏହାକୁ ସେମାନେ ସେମାନଙ୍କ ବଂଶଗତ ବୃତ୍ତି ଭାବେ ଗ୍ରହଣ କରିଆସୁଛନ୍ତି। ସେମାନଙ୍କ ମହିଳା ଓ ଶିଶୁମାନେ ମଧ୍ୟ ଚୋରି କରିବାରେ ବେର୍‌ ଧୁରନ୍ଧର। ଏବେ ସମଗ୍ର ଦେଶରେ ତିର୍ଚି ଗ୍ୟାଙ୍ଗ୍‌ର ୧୫୦୦ରୁ ଅଧିକ ଲୁଟେରା ସାରା ଦେଶରେ ବିଛାଇ ହୋଇ ଅଛନ୍ତି । ହେଲେ ଓଡ଼ିଶାରୁ ଯେପରି ଢଙ୍ଗରେ ଏମାନେ ଧରାପଡିଲେ ତାହାକୁ ନେଇ ଚର୍ଚ୍ଚା ଜୋର ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Tirchi Gang | Argus News