Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୨୦୨୭ ସୁଦ୍ଧା ସରିବ ମେଟ୍ରୋ ପ୍ରକଳ୍ପ : ଟ୍ଵିନସିଟିରେ ସାଏଁ ସାଏଁ ଗଡ଼ିବ ମେଟ୍ରୋ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
୨୦୨୭ ସୁଦ୍ଧା ସରିବ ମେଟ୍ରୋ ପ୍ରକଳ୍ପ : ଟ୍ଵିନସିଟିରେ ସାଏଁ ସାଏଁ ଗଡ଼ିବ ମେଟ୍ରୋ

Key Points

  • ୨୦୨୭ ସୁଦ୍ଧା ସରିବ ମେଟ୍ରୋ ପ୍ରକଳ୍ପ
  • ଟ୍ଵିନସିଟିରେ ସାଏଁ ସାଏଁ ଗଡ଼ିବ ମେଟ୍ରୋ
  • କିଣାଯିବ ୩ କୋଚ୍‌ ବିଶିଷ୍ଟ ୨୩ ଟ୍ରେନ୍‌

ଅର୍ଗସ ବ୍ୟୁରୋ: ଆହୁରି ସହଜ ହେବ ଟ୍ଵିନସିଟି ଯାତ୍ରା । କାରଣ ଭୁବନେଶ୍ଵରରୁ କଟକ ତ୍ରିଶୁଳିଆ ପର୍ଯ୍ୟନ୍ତ ଗଡ଼ିବ ମେଟ୍ରୋ ଟ୍ରେନ୍‌ । ଆଉ ମାତ୍ର ୩ ବର୍ଷ ପରେ ଆପଣ ବି ଓଡ଼ିଶାରେ ଉଠାଇପାରିବେ ମେଟ୍ରୋ ଟ୍ରେନ୍‌ର ମଜା । ଏଥିପାଇଁ ମାଟି ପରୀକ୍ଷା ଓ ରାସ୍ତା ପ୍ରଶସ୍ତୀକରଣ କାମ ଜୋରସୋରରେ ଚାଲିଛି । ପ୍ରକଳ୍ପ ଲାଗି ୩ କୋଚ୍ ବିଶିଷ୍ଟ ୧୩ଟି ମେଟ୍ରୋ ଟ୍ରେନ୍ କିଣାଯିବାର ଯୋଜନା ରହିଛି । ସେପଟେ ମେଟ୍ରୋ ପ୍ରକଳ୍ପ ହେଉଥିବାରୁ ଲୋକେ ବି ବେଶ ଖୁସି ।

ଟ୍ବିନ୍‌ସିଟି ଲୋକଙ୍କ ପାଇଁ ଖୁସି ଖବର । କାରଣ ଆଗାମୀ ୩ ବର୍ଷ ମଧ୍ୟରେ ଭୁବନେଶ୍ଵର ଓ କଟକ ମଧ୍ୟରେ ଗଡ଼ିବ ମେଟ୍ରୋ ଟ୍ରେନ୍ । ଦୀର୍ଘଦିନ ମେଟ୍ରୋକୁ ନେଇ ଯେଉଁ ଅପେକ୍ଷା ଥିଲା ତାହାର ଏବେ ଅନ୍ତ ହେବାକୁ ଯାଉଛି । ପ୍ରତି ୧୦ ମିନିଟ୍ ବ୍ୟବଧାନରେ ମେଟ୍ରୋ ଟ୍ରେନ୍ ଚଳାଇବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ୩ କୋଚ୍ ବିଶିଷ୍ଟ ୧୩ଟି ମେଟ୍ରୋ ଟ୍ରେନ୍ କିଣିବାକୁ ସରକାର ଯୋଜନା କରିଛନ୍ତି । ଅପ୍ ଏବଂ ଡାଉନ୍ ଲାଇନରେ ୬ଟି ଲେଖାଏଁ ମେଟ୍ରୋ ଦୌଡ଼ିବ। 

କେଉଁଠୁ କେଉଁଠିକି ଯାତ୍ରା କରିବ ମେଟ୍ରୋ ? ରାସ୍ତାରେ କେତେ ଷ୍ଟପେଜ୍‌ ରହିବ ?ସେନେଇ ବି ସରକାର ଜାରି କରିଛନ୍ତି ମାର୍ଗଦର୍ଶିକା । ମେଟ୍ରୋ ପ୍ରକଳ୍ପ ଲାଗି ଏକ ପ୍ରୋଟୋ ଟାଇପ୍ ଭୁବନେଶ୍ବର ମେଟ୍ରୋ ରେଳ କର୍ପୋରେସନ ଅଫିସରେ ପ୍ରସ୍ତୁତ କରାଯାଇଛି । ଯାତ୍ରା ସମୟରେ ସମୁଦାୟ ୨୬ କିଲୋମିଟର ଭିତରେ ୨୦ଟି ମେଟ୍ରୋ ଷ୍ଟେସନ ରହିବାକୁ ଥିବା ବେଳେ ବିଜୁ ପଟ୍ଟନାୟକ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ ପରେ କ୍ୟାପିଟାଲ୍ ହସ୍ପିଟାଲ ଛକ, ବାପୁଜୀ ନଗର, ଭୁବନେଶ୍ବର ରେଲୱେ ଷ୍ଟେସନ, ରାମ ମନ୍ଦିର, ବାଣୀ ବିହାର, ଆଚାର୍ଯ୍ୟ ବିହାର ଛକ, ଜୟଦେବ ବିହାର, ଜାଭିୟର୍ ଛକ, ରେଳ ସଦନ, ଡିଷ୍ଟ୍ରିକ୍ଟ ସେଣ୍ଟର, ଡମଣା, ପଟିଆ, କିଟ୍, ନନ୍ଦନ ବିହାର, ରଘୁନାଥପୁର, ନନ୍ଦନ କାନନ, ବାରଙ୍ଗ, ଫୁଲପୋଖରୀ ଓ ତିଶୂଳିଆରେ ରହିବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାଜ୍ୟରେ ମେଟ୍ରୋ ପ୍ରକଳ୍ପ ଖୁବଶୀଘ୍ର ସାରିବାକୁ ଲକ୍ଷ ରଖିଛନ୍ତି ରାଜ୍ୟ ସରକାର । ସେଇଥି ଲାଗି ତ ଏହି ମେଟ୍ରୋ ପ୍ରକଳ୍ପ ପାଇଁ ବିଭିନ୍ନ ସ୍ଥାନରେ ଚାଲିଛି ମାଟି ପରୀକ୍ଷା। ପ୍ରାୟ ୫୦/୬୦ ଫୁଟ୍ ତଳୁ ମାଟି ନେଇ ବିଭିନ୍ନ ଲ୍ୟାବରେ ପରୀକ୍ଷା ହେଉଛି । ମାଟି ପରୀକ୍ଷା ସହ ଶିଶୁ ଭବନ ଛକରୁ ରଘୁନାଥପୁର ଜାଲି ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତୀକରଣ କାମ ବି ଜୋରସୋରରେ ଚାଲିଛି । ସୂଚନା ଅନୁସାରେ, ଭୂମିଠାରୁ ୧୩ ମିଟର ଉଚ୍ଚରେ ଯିବ ମେଟ୍ରୋ ଲାଇନ୍ । ଖାସ କରି ରାଜମହଲ, ଜୟଦେବ ବିହାର ଓ ବାରଙ୍ଗରେ ଏହାର ଉଚ୍ଚତା ଅଧିକ ରହିବ । ମେଟ୍ରୋ ପ୍ରୋଜେକ୍ଟ ପାଇଁ ପୂର୍ବରୁ ଯେଉଁ ବ୍ୟୟବରାଦ କରାଯାଇଥିଲା ତା ଭିତରେ ହିଁ ପ୍ରକଳ୍ପ କାମ ସାରିବାକୁ ଲକ୍ଷ୍ୟ ରଖିଛି ଭୁବନେଶ୍ବର ମେଟ୍ରୋ ରେଳ କର୍ପୋରେସନ ।
 

Sponsored
Bhubaneswar Metro Project | Argus News