Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

murder / ଭୁବନେଶ୍ଵର ଉପକଣ୍ଠରେ କିନ୍ନରଙ୍କୁ ହତ୍ୟା, ଦୁଇ ଦୁବୃର୍ତ୍ତ ବାଇକରେ ଆସି ଛୁରୀ ଭୁଷି ହତ୍ୟା ସୁଚନା

Bikash Mohanty
Browse all articles by Bikash Mohanty
·5 months ago·2 min read
ଭୁବନେଶ୍ଵର ଉପକଣ୍ଠରେ  କିନ୍ନରଙ୍କୁ ହତ୍ୟା, ଦୁଇ ଦୁବୃର୍ତ୍ତ ବାଇକରେ ଆସି ଛୁରୀ ଭୁଷି ହତ୍ୟା ସୁଚନା
kinnar murder

Key Points

ଭୁବନେଶ୍ଵର ଉପକଣ୍ଠ ଉତ୍ତରାରେ କିନ୍ନରଙ୍କୁ ହତ୍ୟା
ବାଇକରେ ଆସି ଛୁରୀ ଭୁଷି  ହତ୍ୟା
କିନ୍ନର ସାଲେପୁର ଅଞ୍ଚଳର ଅଂଜଳି ସୁଚନା

ଭୁବନେଶ୍ଵର ଉପକଣ୍ଠ ଉତ୍ତରା ନିକଟରେ କିନ୍ନରଙ୍କୁ ହତ୍ୟା । ମୃତ କିନ୍ନର ସାଲେପୁରର ଅଞ୍ଜଲି ବେ ସୋନା ବୋଲି ସୂଚନା ମିଳିଛି । ଦୁଇ ଦୁବୃର୍ତ୍ତ ବାଇକରେ ଆସି ଛୁରୀ ଦ୍ଵାରା ଅଞ୍ଜଳି କୁ ହତ୍ୟା କରିଥିବା ଜଣା ପଡିଛି। ଦୁବୃର୍ତ୍ତ ମାନେ ଅଞ୍ଜଳି ମରିଯାଇଥିବା ଭାବି ଏକ ବାଲି ଗଦାରେ ଫୋପାଡି ଦେଇ ଚାଲିଯାଇଥିଲେ। ପରେ ଅଞ୍ଜଳି ନିଜେ ଉଠି ନିକଟବର୍ତ୍ତୀ ରାସ୍ତାରେ ଥିବା ତାଙ୍କର ସହଯୋଗୀ ମାନଙ୍କୁ ଫୋନ ଯୋଗେ ଜଣାଇଥିଲେ । ଅଞ୍ଜଳିଙ୍କୁ ସହଯୋଗୀ କିନ୍ନର ମାନେ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲ ନେଇ ଆସିଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଘଟଣା ସ୍ଥଳରେ ପିପିଲି ଓ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପ୍ରାଣ ବିକଳରେ କିନ୍ନର ଜଣକ ଧାଉଁଥିଲେ। ପିଠିରୁ ଧାରଧାର ରକ୍ତ ବହିଯାଉଥିଲା। ପଛରେ ରକ୍ତଭିଜା ଛୁରି ଧରି ଗୋଡ଼ାଇଥିଲା ଜଣେ ଦୁର୍ବୃତ୍ତ ମାତ୍ର କିଛି ଦୁର ଧାଇଁବା ପରେ କିନ୍ନର ଜଣକ ପଡ଼ିଗଲେ | ଦୁର୍ବୃତ୍ତ ତାଙ୍କୁ ଛୁରିରେ ବାରମ୍ବାର ଭୁସିଚାଲିଲା| କିଛି ସମୟ ଛଟପଟ ହେବା ପରେ କିନ୍ନର ଜଣକ ନିସ୍ତେଜ ହୋଇଗଲେ। ଏହାପରେ ବାଇକ୍ ଯୋଗେ ଦୁଇ ଦୁର୍ବୃତ୍ତ ସେଠାରୁ ପଳାଇଗଲେ ।

ଜାତୀୟ ରାଜପଥ ଉପରେ ଅନେକ ଲୋକ ଏଭଳି ଭୟଙ୍କର ଦୃଶ୍ୟ ଦେଖୁଥିଲେ ହେଁ କେହି ଅଟକାଇ ପାରିନଥିଲେ | ରବିବାର ରାତି ପ୍ରାୟ ୯ଟା ବେଳେ ଭୁବନେଶ୍ଵର ଉପକଣ୍ଠ ଉତ୍ତରା ଛକ ନିକଟରେ ଘଟିଛି ଏଭଳି ଏକ ବୀଭତ୍ସ ହତ୍ୟାକାଣ୍ଡ । ମୃତକ ହେଲେ ସାଲେପୁର ଅଞ୍ଚଳର ସୋନା | ଧଉଳି ଓ ପିପିଲି ଥାନା ପୁଲିସ ସିସିଟିଭି ଫୁଟେଜ୍ ସଂଗ୍ରହ କରି ହତ୍ୟାକାରୀଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ ଚଳାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ସୋନା ସିଫା ଛକ ଦେଇ ଚାଲିଚାଲି ଯାଉଥିଲେ । ବାଇକରେ ପିଛା କରୁଥିବା ଦୁଇ ଯୁବକ ତାଙ୍କୁ ଅଟକାଇଥିଲେ । କୌଣସି କଥାକୁ ନେଇ ବଚସା ହେବା ପରେ ହଠାତ୍ ଜଣେ ଯୁବକ ଛୁରି କାଢ଼ି ସୋନାଙ୍କୁ ଆକ୍ରମଣ କରିଥିଲା। ସୋନା ଜୀବନ ବିକଳରେ ଦୌଡ଼ିବାରୁ ଦୁର୍ବୃତ୍ତ ଜଣକ ଗୋଡ଼େଇ ଗୋଡ଼େଇ ପଛରୁ ଛୁରି ଭୁସି ଚାଲିଥିଲା ସେ ତଳେ ପଡ଼ିଯିବା ପରେ ଦୁର୍ବୃତ୍ତ ମୁଣ୍ଡ, ଗୋଡ଼ ଓ ଜଙ୍ଘକୁ ବାରମ୍ବାର ଭୁସି ପକାଇଲା ଏଭଳି କାଣ୍ଡ ଦେଖି ପଥଚାରୀ ମାନେ ଅଟକିଗଲେ ସିନା ଭୟରେ ପାଖ ମାଡ଼ିଲେନି।

ଦୁର୍ବୃତ୍ତମାନେ ପଳାଇବାର କିଛି ସମୟ ପରେ ଧଉଳି ଥାନା ପୁଲିସ ପହଞ୍ଚି ସୋନାଙ୍କୁ କ୍ୟାପିଟାଲ୍ ହସ୍‌ପିଟାଲକୁ ପଠାଇଥିଲା | ମାତ୍ର ସେତେବେଳକୁ ସବୁ କିଛି ଶେଷ ହୋଇଯାଇଥିଲା। ଖବର ପାଇ ରାଜଧାନୀର ବିଭିନ୍ନ ଅଞ୍ଚଳରୁ କିନ୍ନରମାନେ ହସ୍ପିଟାଲ୍‌ରେ ପହଞ୍ଚିଥିଲେ । ଉତ୍ତେଜନା ବଢ଼ିବା ଦେଖି ପୁଲିସ ମୁତୟନ କରାଯାଇଥିଲା। ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ମା ହେଲା ସୋନା ଭୂ ଭୁବନେଶ୍ଵର ଆସି ଉତ୍ତର ଅଞ୍ଚଳରେ ରହୁଥିଲେ। ପୂର୍ବ ଶତ୍ରୁତାରୁ ଏଭଳି କାଣ୍ଡ ଘଟିଥିବା ଅନୁମାନ କରାଯାଉଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
murder | Bhubaneswar: Kinnar Anjali Murdered Near Uttara | Odisha Crime News | Argus News