Bhubaneswar Crime News / ରାଜଧାନୀରେ ଚାଞ୍ଚଲ୍ୟ: ସାମାନ୍ୟ କଥାରୁ ପତ୍ନୀଙ୍କୁ ତାୱାରେ ପିଟି ପିଟି ହତ୍ୟା କଲା
·2 hours ago·1 min read

Key Points
ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ
ସାମାନ୍ୟ କଥାକୁ କେନ୍ଦ୍ରକରି ପତ୍ନୀଙ୍କୁ ତାୱାରେ ମୁଣ୍ଡକୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ

ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ସାମାନ୍ୟ କଥାକୁ କେନ୍ଦ୍ରକରି ପତ୍ନୀଙ୍କୁ ତାୱାରେ ମୁଣ୍ଡକୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ଆସିଛି ସ୍ୱାମୀଙ୍କ ବିରୋଧରେ। ନୟାପଲ୍ଲୀ ଥାନା ଅଧୀନ ବ୍ରିଟ୍ କଲୋନୀରେ ବୁଧବାର ସନ୍ଧ୍ୟାରେ ଘଟିଥିବା ଏହି ଘଟଣା ପରେ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ପୋଲିସ ଅଭିଯୁକ୍ତ ସ୍ୱାମୀ ସର୍ବେଶ୍ୱର ପ୍ରଧାନଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଜାରି ରହିଛି।
ଏହାସହ ପଢ଼ନ୍ତୁ: ସାରଜାହରେ କର୍ଣ୍ଣାଟକ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା, ତାଙ୍କ କାରରୁ ମିଳିଥିଲା ମୃତଦେହର ୯ଖଣ୍ଡ...୨ମାସ ପରେ ଜଣାପଡ଼ିଲା
ତେବେ ସର୍ବେଶ୍ବର ଗତ ୬ ମାସ ହେବ ମାନସିକ ରୋଗ ଲାଗି ମେଡିସିନ ଖାଉଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି । ଦେଢ଼ବର୍ଷ ତଳେ ସର୍ବେଶ୍ବର ପ୍ରେମ କରି ବନସ୍ମିତା ସ୍ବାଇଁ(୨୬)ଙ୍କୁ ବିବାହ କରିଥିବା ବେଳେ ତାଙ୍କର ୩ ମାସର ଏକ ଶିଶୁକନ୍ୟା ରହିଥିବା ଜଣାପଡ଼ିଛି । ସର୍ବେଶ୍ବରଙ୍କ ନିଜ ଘର କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ହୋଇଥିବା ବେଳେ ସେ ବ୍ରିଟ୍ କଲୋନୀରେ ତାଙ୍କ ବାପାଙ୍କ ପାଖରେ ରହୁଥିବା ଜଣାପଡ଼ିଛି । ତାଙ୍କ ବାପା ଠିକାଦାରି କାମ କରୁଥିବା ବେଳେ ଅଭିଯୁକ୍ତ ସର୍ବେଶ୍ବର ତାଙ୍କ କାମ ଦେଖାରେଖା କରନ୍ତି ।
ଗତ କିଛିଦିନ ହେବ ମାନସିକ ଭାରସାମ୍ୟ ହରାଇଥିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ମେଡିସିନ ଖାଉଥିଲେ । ବୁଧବାର ସନ୍ଧ୍ୟାରେ ପତ୍ନୀଙ୍କ ସହ କୌଣସି କଥାରୁ ପାଟିତୁଣ୍ଡ ହେବାରୁ ସେ ତାୱାରେ ପତ୍ନୀଙ୍କ ମୁଣ୍ଡକୁ ବାଡେଇ ବାଡେଇ ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି । ଖବର ପାଇ ନୟାପଲ୍ଲୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବନସ୍ମିତାଙ୍କ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ ପଠାଇଥିବା ଜଣାପଡ଼ିଛି। ଏନେଇ ଅଧିକ ତଦନ୍ତ ଚାଲୁଥିବା ଥାନାଧିକାରୀ ସୂଚନା ଦେଇଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories