୧୫ ଘଣ୍ଟାରେ ଅଭିଯୁକ୍ତକୁ ଧରିଲା ପୋଲିସ; Auto Rrickshawରେ କରିଥିଲା ଯୁବତୀଙ୍କୁ ଅସଦାଚରଣ

Key Points
ସୋମବାର ସନ୍ଧ୍ୟାରେ ଯୁବତୀଙ୍କୁ ଅସଦାଚରଣ କରିଥିବା ଅସାମାଜିକ ଯୁବକକୁ କାବୁ କରିଛି ବରଗଡ଼ ଥାନା ପୋଲିସ । ଧଉଳି ଇତିପୁର ଅଞ୍ଚଳରୁ ଅଭିଯୁକ୍ତ ଯୁବଜ ଜଣଙ୍କ ଧରା ପଡ଼ିଛନ୍ତି ।
ଭୁବନେଶ୍ଵର: ଅଟୋ ଭିତରେ ଜୋର ଜବରଦସ୍ତ ଯୁବତୀଙ୍କ ହାତ ଧରିଲା, ତଳେ ପକାଇ ରାସ୍ତାରେ ମାଡ଼ ମାରିଲା । ରାଜଧାନୀ ଭୁବନେଶ୍ଵରର ଛାତି ଉପରେ ଏଭଳି ଅଶୋଭନୀୟ କାଣ୍ଡ ଘଟାଇଥିବା ଯୁବକଙ୍କୁ ବାନ୍ଧିଛି ପୋଲିସ । ଯୁବତୀଙ୍କ ଅଭିଯୋଗର ୧୫ ଘଣ୍ଟା ଭିତରେ ଏହି ରୋଡ୍ ରୋମିଓ ହାତରେ ହାତକଡ଼ି ପଡ଼ିଛି ।
ସୋମବାର ସନ୍ଧ୍ୟାରେ ଯୁବତୀଙ୍କୁ ଅସଦାଚରଣ କରିଥିବା ଅସାମାଜିକ ଯୁବକକୁ କାବୁ କରିଛି ବରଗଡ଼ ଥାନା ପୋଲିସ । ଧଉଳି ଇତିପୁର ଅଞ୍ଚଳରୁ ଅଭିଯୁକ୍ତ ଯୁବଜ ଜଣଙ୍କ ଧରା ପଡ଼ିଛନ୍ତି । ଗିରଫ ଯୁବକ ନିରଞ୍ଜନ ଭୋଇଙ୍କ ଘର ବାଲିପାଟଣା ଅଞ୍ଚଳରେ ହୋଇଥିବା ବେଳେ ସେ ନୂଆଗାଁରେ ରହୁଥିଲେ ।
ଅଭିଯୋଗ ଅନୁସାରେ, କଳ୍ପନାରୁ ଏକ ଅଟୋରେ ଯୁବକ ଜଣଙ୍କ ଚଢ଼ିଥିଲେ । ସେହି ଅଟୋରେ ପୂର୍ବରୁ ବସିଥିବା ଜଣେ ଯୁବତୀଙ୍କ ସହ ଅସଦାଚରଣ ଉଦ୍ୟମ କରିଥିଲେ ନିରଞ୍ଜନ । ଏନେଇ ଯୁବତୀ ପ୍ରତିବାଦ କରିବା ପରେ ଅଟୋରୁ ନିରଞ୍ଜନ ଓହ୍ଲାଇ ଅସଭ୍ୟ ଗାଳିଗୁଲଜ କରିଥିଲେ ।
📱 Get Argus News App
✨
ଆଉ ଅଟୋ ଡ୍ରାଇଭର୍ ଗାଡ଼ି ସାଇଡ୍ କରି ପିସିଆର୍କୁ ଡାକିବା ସମୟରେ ଯୁବତୀଙ୍କୁ ଭିଡ଼ି ଆଣି ରାସ୍ତା ଉପରେ ତଳେ ପକାଇ ମାଡ଼ ମାରିଥିଲେ । ଏନେଇ ଯୁବତୀ ଥାନାରେ ଅଭିଯୋଗ କରିବାର ୧୫ ଘଣ୍ଟାରେ ଅଭିଯୁକ୍ତକୁ କାବୁ କରିଛି ପୋଲିସ । ସିସିଟିଭି ଫୁଟେଜ୍କୁ ଆଧାର କରି ବଡ଼ଗଡ଼ ଥାନା ଅଧିକାରୀଙ୍କ ସମେତ ଗୋଟିଏ ଟିମ୍ର ରେଡ୍ ବେଳେ ଅଭିଯୁକ୍ତ ଧଉଳିରୁ ଧରାପଡ଼ିଛି ।