Videos
|
Odisha

Open Drain / ଭୁବନେଶ୍ଵରରେ ମୁକୁଳା ଡ୍ରେନ୍‌ରେ ଯୁବକ ନିଖୋଜ ଘଟଣା ଆରମ୍ଭ ହେଲା ସର୍ଚ୍ଚ ଅପରେସନ

Rashmita Mishra
Browse all articles by Rashmita Mishra
·1 month ago·2 min read
ଭୁବନେଶ୍ଵରରେ ମୁକୁଳା ଡ୍ରେନ୍‌ରେ ଯୁବକ ନିଖୋଜ ଘଟଣା  ଆରମ୍ଭ ହେଲା  ସର୍ଚ୍ଚ ଅପରେସନ
Open Drain

Key Points

ଭୁବନେଶ୍ବରରେ ମୁକୁଳା ଡ୍ରେନ୍‌ରେ ଯୁବକ ନିଖୋଜ ଘଟଣା
ଆରମ୍ଭ ହେଲା ସର୍ଚ୍ଚ ଅପରେସନ
ବାଣୀବିହାର ଛକରୁ ନଦୀ ମୁହାଣ ଯାଏଁ ଚାଲିଛି ଖୋଜାଖୋଜି
ରାତି ହେବାରୁ ଗତକାଲି ସ୍ଥଗିତ ରହିଥିଲା ଖୋଜାଖୋଜି 

ଭୁବନେଶ୍ଵରରେ ମୁକୁଳା ଡ୍ରେନ୍‌ରେ ଯୁବକ ନିଖୋଜ ଘଟଣା । ଆରମ୍ଭ ହେଲା ସର୍ଚ୍ଚ ଅପରେସନ । ବାଣୀବିହାର ଛକରୁ ନଦୀ ମୁହାଣ ଯାଏଁ ଚାଲିଛି ଖୋଜାଖୋଜି । ରାତି ହେବାରୁ ଗତକାଲି ସ୍ଥଗିତ ରହିଥିଲା ଖୋଜାଖୋଜି । ଖୋଜାଖୋଜିରେ ଡ୍ରେନ୍‌ରେ ଥିବା ଅଳିଆଗଦା ବାଧକ ସାଜିଥିଲା । ପଥରବନ୍ଧ ବସ୍ତି ଅଞ୍ଚଳର ୩୫ ବର୍ଷୀୟ ଅନିଲ ସେଠୀ ନିଖୋଜ । ଅନିଲଙ୍କ ଘର କେନ୍ଦୁଝର ଘଟଗାଁ ନିକଟରେ ସୂଚନା ।

ଲାଗି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା । ରାଜ୍ୟର ବିଭିନ୍ନ ଜିଲ୍ଲା ସହ ରାଜଧାନୀ ଭୁବନେଶ୍ଵରରେ ଗତ ୩ ଦିନ ଧରି ବର୍ଷା ଜାରି ରହିଛି । ଏହାରି ଭିତରେ ମୁକୁଳା ଡ୍ରେନ୍‌ରେ ପଡ଼ି ଜଣେ ନିଖୋଜ ହୋଇଥିବା ସୂଚନା ମିଳିଛି ।

ନିଖୋଜ ଜଣଙ୍କ ବାଣୀବିହାର ପଥରବନ୍ଧ ବସ୍ତିର ବାସିନ୍ଦା ବୋଲି ଜଣାପଡ଼ିଛି । ନିଖୋଜଙ୍କ ନାମ ଅନୀଲ ସିଂ, ତାଙ୍କ ବୟସ ୩୫ ବର୍ଷ ହେବ । ଅନୀଲଙ୍କୁ ଖୋଜିବା କାର୍ଯ୍ୟରେ ମଞ୍ଚେଶ୍ଵର ଅଗ୍ନିଶମ ବିଭାଗ ନିୟୋଜିତ ହୋଇଛି ।

ଲଗାଣ ବର୍ଷା ଭିତରେ ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ୍ ଜାରି ରହିଛି । ମିଳିଥିବା ସୂଚନା ଅନୁସାରେ, ଅନୀଲ ବାଣୀବିହାର ପଥରବନ୍ଧ ବସ୍ତିରେ ରହୁଥିଲେ । ନାଳ ନିକଟରୁ ପ୍ଳାଷ୍ଟିକ ଗୋଟାଇବା ବେଳେ ସେ ଭାସି ଯାଇଥିବା ଜଣାପଡ଼ିଛି ।

ଏବେ ଉକ୍ତ ନାଳରେ ପାଣିର ପ୍ରଖର ସ୍ରୋତ ରହିଛି । ପାଣିର ପ୍ରବଳ ସୁଅ ମଧ୍ୟରେ ଜାରି ରହିଛି ସର୍ଚ୍ଚ ଅପରେସନ୍ । ଜଣେ ଭାସି ଯାଇଥିବା ଜାଣିବା ପରେ ଘଟଣାସ୍ଥଳରେ ବିଏମ୍‌ସି ମେୟର ସୁଲୋଚନା ଦାସ ପହଞ୍ଚିଛନ୍ତି । ମେୟର କହିଛନ୍ତି, "ଏଠାରେ ଦୁଇ ଜଣ ଥିଲେ । ଜଣେ ଗାଧୋଉଥିବା ବେଳେ ଅନ୍ୟ ଜଣେ ଭାସି ଯାଇଛନ୍ତି । ଖୋଜାଖୋଜି ଜାରି ରହିଛି ।"

ରାଜଧାନୀ, ମୁକୁଳା ଡ୍ରେନ୍ ଆଉ ଅଘଟଣ
ତେବେ ରାଜଧାନୀ ଭୁବନେଶ୍ଵରରେ ଏହା ପ୍ରଥମ ଅଘଟଣ ନୁହେଁ । ୧୧ ବର୍ଷ ମଧ୍ୟରେ ମୁକୁଳା ଡ୍ରେନ୍‌ରେ ପଡ଼ି ୭ ଜଣଙ୍କ ମୃତ୍ୟୁ ହେଲାଣି । ପ୍ରତିବର୍ଷ ଡ୍ରେନ୍‌ରେ ପଡ଼ି ଯାଉଛି ଅନେକ ମୂଲ୍ୟବାନ ଜୀବନ ।

ଗଦାଗଡ଼ ହେଉ କି ଚୂଡ଼ଙ୍ଗ ବିହାର, ଜୟଦେବ ବିହାର ହେଉ କି ଶତାବ୍ଦୀ ନଗର, ମାଳିସାହି ହେଉ କି ସାଲିଆ ସାହି । ସବୁଠି ମୁକୁଳା ପଡ଼ିଛି ଡ୍ରେନ୍‌ । ୨୦୧୫ ରୁ ୨୦୨୬ ଗଲାଣି ୭ ମୁଣ୍ଡ । ମୁକୁଳା ଡ୍ରେନ୍‌ ଉପରେ ସ୍ଲାବ୍ ପକାଇବାକୁ ବାରମ୍ବାର ଦାବି ହେଉଥିବା ବେଳେ ବିଏମ୍‌ସିର ଚେତା ପଶୁନି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: