Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Politics / ନବୀନଙ୍କୁ ପୁଣି ତେର୍ଚ୍ଛା ବାଣ ମାରିଲେ ଭୁପିନ୍ଦର

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·3 min read
ନବୀନଙ୍କୁ ପୁଣି ତେର୍ଚ୍ଛା ବାଣ ମାରିଲେ ଭୁପିନ୍ଦର
Odisha Politics

Key Points

୪୦ ରୁ ଅଧିକ ଯୁବ ନେତା ସେମାନଙ୍କ ମେସେଜ ଦେଇ ସାରିଛନ୍ତି ।
ଏଭଳି କହି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ବାର୍ତା ଦେଇଛନ୍ତି ଭୁପିନ୍ଦର ।

ନବୀନଙ୍କୁ ଭୂପିନ୍ଦରଙ୍କ ତେରଛା ବାଣ । ଟ୍ରାନ୍ସପରେନସି ରଖନ୍ତୁ ସଭାପତି । ଅସନ୍ତୋଷ ଥିବା ନେତାଙ୍କୁ ଡାକି ଆଲୋଚନା କରନ୍ତୁ । ଯୁବନେତାଙ୍କୁ ଡାକି ସେମାନଙ୍କର ଦାବି ଶୁଣନ୍ତୁ । ଯୁବ ନେତା କାହିଁକି ମେଳି ବନ୍ଧୁଛନ୍ତି । ବଦ୍ରି ବାବୁ କାହିଁକି ବିଷୋଦଗାର କଲେ, ଚମ୍ପୁଆ ବିଧାୟକ କାହିଁକି ଗେରୁଆ ପୋଷ୍ଟର ମାରିଲେ । ଏସବୁ କଥା ନିଜେ ନବୀନ ପଟ୍ଟନାୟକ ସେମାନଙ୍କ ସହ ଆଲୋଚନା କରନ୍ତୁ ।

ସଭାପତି ବ୍ୟକ୍ତିଗତ ଭାବେ ଡାକି ତାଙ୍କ ସହ କଥା ହେବା ଉଚିତ୍ । ଜଣେ ଦୁଇ ଜଣ ଦଳକୁ ଚଳାଉ ନାହାନ୍ତି । ନବୀନ ବାବୁ ଥିବା ପର୍ଯ୍ୟନ୍ତ ଦଳ ଚାଲିବ । ସରକାରରେ ଥିବା ବେଳେ ଜଣେ ଦୁଇ ଜଣ ରାଜ୍ୟ ସାରା ବୁଲିଲେ ହେଲେ ତାହା ଫେଲ ମାରିଲା । ତେଣୁ ବୈଠକରେ ଦଳ ପରିଚାଳନା ପାଇଁ ସିନିଅର ଜୁନିଅରକୁ ନେଇ ଟିମ ତିଆରି କରିବା ପାଇଁ ନବୀନଙ୍କୁ ଆମେ ଅନୁରୋଧ କରିଥିଲୁ । ସଭାପତି ବି ଆମ କଥାରେ ହଁ କରିଥିଲେ । ଦଳକୁ କିଏ ଆସିବ ନ ଆସିବ ସଭାପତି ନିଷ୍ପତି ନେବେ । ହେଲେ ୪୦ ରୁ ଅଧିକ ଯୁବ ନେତା ସେମାନଙ୍କ ମେସେଜ ଦେଇ ସାରିଛନ୍ତି । ଏଭଳି କହି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ବାର୍ତା ଦେଇଛନ୍ତି ଭୁପିନ୍ଦର ।

ଭୁପିନ୍ଦରଙ୍କ ଏଭଳି ବୟାନ ପରେ ପୁଣି ବିଜେଡି କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି । ନେତାଙ୍କ ମଧ୍ୟରେ ସମନ୍ୱୟ ନଥିବା କଥା ସ୍ପଷ୍ଟ ବାରି ହୋଇପଡ଼ୁଛି । ଭୁପିନ୍ଦର ମଧ୍ୟ ନାଁ ନନେଇ ସେଇ କିଛି ନିର୍ଦ୍ଦିଷ୍ଟ ନେତାଙ୍କୁ ଟାର୍ଗେଟ କରିଛନ୍ତି । ଆଉ କଥା ଛଳରେ ଏହା ମଧ୍ୟ କହିଛନ୍ତି ଯେ, ନବୀନ ଥିଲା ଯାଏଁ ବିଜେଡି ଅଛି । ତାଙ୍କର ଏହି ପଦିଏ କଥାକୁ କିଏ କେମିତି ଗ୍ରହଣ କରିବେ ତାହା ତ ସମୟ କହିବ, କିନ୍ତୁ ଏହି ସମାନ କଥା ପୂର୍ବରୁ ମଧ୍ୟ ଅନେକ ରାଜନୈତିକ ସମୀକ୍ଷକମାନେ ମଧ୍ୟ କହିସାରିଛନ୍ତି ।

ଏବେ ଭୁପିନ୍ଦରଙ୍କ ବୟାନ ପରେ ବିଜେଡିର ଅନ୍ୟ ନେତାମାନେ କ'ଣ ପ୍ରତିକ୍ରିୟା ରଖୁଛନ୍ତି, ତାଉପରେ ସମସ୍ତଙ୍କ ନଜର ରହିଛି । ଏହାସହ ନବୀନ ପଟ୍ଟନାୟକ ସମସ୍ତ ଅସନ୍ତୁଷ୍ଟ ନେତାଙ୍କୁ ଡାକି ଆଲୋଚନା କରୁଛନ୍ତି କି ନାହିଁ ତାକୁ ଅପେକ୍ଷା ।

ନକଟରେ ଯାଜପୁର ବିଜେଡିରେ ଥିବା କଳି ମଧ୍ୟ ସାମ୍ନାକୁ ଆସିଥିଲା । ଚର୍ଚ୍ଚା ହେଉଛି କୋରେଇ ସଭା ମଞ୍ଚରେ ବବିଙ୍କ ବୟାନ, ବିବାଦକୁ ଅଧିକ ବଢାଇଥିଲା । ଆଉ ଏହାରି ଭିତରେ ଭୁବନେଶ୍ୱର ସ୍ଥିତ ବାସଭବନରେ ବୈଠକ ଡାକି ସମାଧାନର ବାଟ କାଢିବାକୁ ପ୍ରମିଳାଙ୍କ ଉଦ୍ୟମ ବି ଚର୍ଚ୍ଚାକୁ ବେଶ୍‌ ଖୋରାକ୍ ଯୋଗାଇଛି । ବୈଠକ ପରେ ବବି ବଡ଼ ନେତା ନୁହଁନ୍ତି କହି ସବୁ ବିଗାଡ଼ି ଦେଇଥିଲେ ସୁଜାତା । ଯାଜପୁର ବିଧାୟିକାଙ୍କ ଏଭଳି ବିସ୍ଫୋରକ ବୟାନକୁ ନେଇ ବିଜେଡିରେ କମ୍ପନ ସୃଷ୍ଟି ହୋଇଛି ।

ଏହି ଘଟଣା ପରେ କୁହାଗଲା ବର୍ଷ ଆରମ୍ବରୁ ବିଜେଡିରେ ଘନେଇଲା ବିବାଦ । ସାମ୍ନାକୁ ଆସିଲା ଯାଜପୁର ବିଜେଡି କଳି । ଶଙ୍ଖ ଭବନ ଛାଡ଼ି ପ୍ରମିଳାଙ୍କ ଘରେ ବସିଲା ବୈଠକ । ଏକାଠି ହେଲେ ଯାଜପୁରିଆ ବିଜେଡି ନେତା । ସଂଗଠନ ସଜାଡ଼ିବା ଆଳରେ ମନ ମାଳିନ୍ୟ ଦୂର କରିବାକୁ ବୈଠକ ଡାକି ପ୍ରଚେଷ୍ଟା କଲେ ପ୍ରମିଳା । କୋରେଇରେ କାଲି କହୁ କହୁ ଯାଜପୁର ବିଜେଡିର ଭିତିରି କଥା କହିଦେଇଥିଲେ ବବି । କହିଥିଲେ ଆମ ବିଜେଡି ନେତାଙ୍କ ଭିତରେ ପରସ୍ପର ପ୍ରତି ରହିଛି ବିଦ୍ଵେଷ ଭାବ । ଆମ ବିଜେଡି ନେତାଙ୍କ ଭିତରେ ସୃଷ୍ଟି ହୋଇଛି ଅବିଶ୍ଵାସର ବାତାବରଣ । ତେବେ ବୈଠକରୁ ବାହାରିବା ପରେ ବର୍ଷିଛନ୍ତି ସୁଜାତା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bhupinder hits Naveen with another sharp arrow | Argus News