Traffic Police Checking / ଟ୍ରାଫିକ୍ ପୋଲିସର ଭୁଲ ପାଇଁ ଗଡ଼ୁଛି ମୁଣ୍ଡ !

Key Points
ରାଜ୍ୟରେ ଦିନକୁ ଦୁର୍ଘଟଣାରେ ଯାଉଛି ୧୮ ମୁଣ୍ଡ ।
ମୁଣ୍ଡ ଗଡୁଛି, ଚିନ୍ତା ବଢୁଛି । ହିଟ ଆଣ୍ଡ ରନରେ ଯାଉଛି ଜୀବନ । କାଗଜ କଲମରେ ଚାଲିଛି ସଡ଼କ ସୁରକ୍ଷା । ହଂସପାଳ ହିଟ ଆଣ୍ଡ ରନ୍ କେସ୍ରେ ଜବତ ହେଲା ବାହାର ରାଜ୍ୟ ରେଜିଷ୍ଟ୍ରେସନ ଥିବା କଣ୍ଟେନର । ଅପରାହ୍ନରେ ସହର ଭିତରକୁ ଭାରିଯାନ ପ୍ରବେଶ ପରେ ଟ୍ରାଫିକର ପାରିବା ପଣିଆ ନେଇ ଉଠିଲା ପ୍ରଶ୍ନ । ସେପଟେ ଦିଲ୍ଲୀପଙ୍କ ମୃତ୍ୟୁ ପରେ ଶୋକର ଛାୟା । ରାଜୀବ ଭବନ ସମ୍ମୁଖରେ ଦୁର୍ଘଟଣାରେ ଅନ୍ୟ ଜଣଙ୍କର ମୃତ୍ୟୁ। ରାଜ୍ୟରେ ଦିନକୁ ଦୁର୍ଘଟଣାରେ ଯାଉଛି ୧୮ ମୁଣ୍ଡ ।
ଦୁଇଟି ଦୁର୍ଘଟଣାରେ ରାଜଧାନୀରେ ଗଡ଼ିଛି ଦୁଇଟି ମୁଣ୍ଡ। କାନ୍ଦରେ ଫାଟି ପଡୁଥିଲା କ୍ୟାପିଟାଲ ହସ୍ପିଟାଲ ପରିସର । ସନ୍ଧ୍ୟା ସମୟରେ କ୍ୟାପିଟାଲ ଥାନା ଅଧିନ ରାଜୀବ ଭବନ ସମ୍ମୁଖରେ ଗୋଟିଏ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ। ଠିକ ତାର ପରେ ପରେ ପାହାଳ ଥାନା ଅନ୍ତର୍ଗତ ହଂସପାଳରେ ହିଟ ଆଣ୍ଡ ରନ୍ରେ ସାଲିଆ ସାହିର ଦିଲ୍ଲୀପ କୁମାର ବେହେରାଙ୍କ ଅକାଳ ମୃତ୍ୟୁ । ରଙ୍ଗ କାମ କରି ପେଟ ପୋସନ୍ତି ଦିଲ୍ଲୀପ । ଘରେ ସ୍ତ୍ରୀ ଓ ସାତ ବର୍ଷର ଛୁଆ। ସେପଟେ ଦୁର୍ଘଟଣା ଘଟାଇଥିବା କଣ୍ଟେନରକୁ ଜବତ କରିବା ସହ କିଲର ଡ୍ରାଇଭର ରାଜସ୍ଥାନର କାଶ୍ମୀର ସିଂହକୁ କୋର୍ଟଚାଲାଣ କରିଛି ପୋଲିସ।
ଗୋଟିଏ ପଟେ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସହର ଭିତରକୁ ଭରିଯାନ ପ୍ରବେଶ ନିଷେଧ କରାଯାଇଛି । କିନ୍ତୁ ପୋଲିସର ନିୟମ ଏବେ ପାଣିର ଗାର ସଦୃଶ ପାଲଟିଛି । କେବଳ ଓଡ଼ିଶାରେ ପ୍ରତିଦିନ ୧୫ ରୁ ୧୭ ଜଣଙ୍କ ମୃତ୍ୟୁ ହେଉଥିବା ବେଳେ ସାରା ଦେଶରେ ଦିନକୁ ଗଡୁଛି ପାଖାପାଖି ୫ ଶହ ମୁଣ୍ଡ । ସଡ଼କ ସୁରକ୍ଷା ସପ୍ତାହ ପାଳନ ଆଳରେ ପଲ୍ୟୁସନ, ସ୍ପୀଡ୍ ଡ୍ରାଇଭ, ରଙ୍ଗ ରୁଟ ଡ୍ରାଇଭ, ଟ୍ରିପଲ ରାଇଡିଂରେ କୋଟି କୋଟି ଟଙ୍କାର ଫାଇନ କଟୁଛି । କିନ୍ତୁ ପରିବହନ ବିଭାଗ, ପୋଲିସ ଓ ଏନ୍ଏଚ୍ଆଇ ମଧ୍ୟରେ ବିଭାଗୀୟ ତାଳମେଳ ରହୁନଥିବାରୁ ପାଣି ଫୋଟକା ଭଳି ଚାଲିଯାଉଛି ଜୀବନ।
ଓଡ଼ିଶାରେ ଘଟୁଥିବା ରାସ୍ତା ଦୁର୍ଘଟଣା ଓ ନିରାକରଣ ଦିଗରେ ଏକାଧିକ ଥର ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । କିନ୍ତୁ ଅବସ୍ଥା ଯଥା ପୂର୍ବାଂ ତଥା ପରଂ ।
📱 Get Argus News App
✨Related Topics
Explore more stories