Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେପି ନେତାଙ୍କ ବଡ଼ ଅଭିଯୋଗ, ରାଜା ଚକ୍ରର ଉତ୍ପତ୍ତି ପଛରେ ବଦ୍ରି

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ବିଜେପି ନେତାଙ୍କ ବଡ଼ ଅଭିଯୋଗ, ରାଜା ଚକ୍ରର ଉତ୍ପତ୍ତି ପଛରେ ବଦ୍ରି

ରାଜା ଚକ୍ରଙ୍କ ଗିରଫଦାରୀ ପରେ ବିଧାୟକ ବଦ୍ରି ପାତ୍ର ଓ ତାଙ୍କ ପୁଅ ଟୁଟୁ ପାତ୍ରଙ୍କ ପାଇଁ ବଢ଼ିଲା ଅଡ଼ୁଆ । ଦିନେ ବଦ୍ରି ପାତ୍ର ରାଜାଙ୍କ ବିରୋଧରେ କରୁଥିଲେ ବିଷୋଦଗାର । ଆଜି ସେଇ ରାଜାଙ୍କ ଉତ୍ପତି ପଛରେ ବଦ୍ରିଙ୍କ ହାତ ଥିବା ଅଭିଯୋଗ ହୋଇଛି । ରାଜା ଚକ୍ରଙ୍କ ଗିରଫଦାରୀ ପରେ ବିଧାୟକ ବଦ୍ରି ପାତ୍ର ଓ ତାଙ୍କ ପୁଅ ଟୁଟୁ ପାତ୍ରଙ୍କ ପାଇଁ ବଢ଼ିଲା ଅଡ଼ୁଆ । କେବଳ ଗନ୍ଧମାର୍ଦ୍ଦନ ନୁହେଁ ଦଇତାରୀ ବଳି ପର୍ବତରେ ବି ହୋଇଛି ଶହ ଶହ କୋଟି ଟଙ୍କାର ଦୁର୍ନୀତି । ବିଧାୟକ ବଦ୍ରି ପାତ୍ର ଓ ତାଙ୍କ ପୁଅଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣି ତଥ୍ୟ ପ୍ରମାଣ ସହ EOWରେ ହାଜର ହେଲେ ବିଜେପି ନେତା ପୃଥିରାଜ କୁଅଁର ।


ସେ ଅଭିଯୋଗ କରିଛନ୍ତି, ରାଜା ଚକ୍ରର ଉତ୍ପତ୍ତି ପଛରେ ବଦ୍ରି ନାରାୟଣ ପାତ୍ର । ମାମୁଁ ଭଣଜା ମିଶି ଗନ୍ଧମାର୍ଦ୍ଦନ ଖାଇ ଖୋଳ କରି ଦେଇଛନ୍ତି । ସେତେବେଳେ ଅନେକ ତଥ୍ୟ ଦେଲାପରେ ବି ସରକାର ଚୁପ୍ ଥିଲେ । କଳା ଟଙ୍କା କାରବାର ଉଭୟଙ୍କ ମିଲିଭଗତରେ ହୋଇଥିଲା । ଏହାଛଡ଼ା ଘଷିପୁରା ତହସିଲ ଅନ୍ତର୍ଗତ ବରିପାଳ ଓ ଭୋଳନୂଆଗାଁ ପାହାଡ଼ରୁ ବେଆଇନ ଭାବେ ପଥର ମାଫିଆ ମାନେ ବିଧାୟକଙ୍କ ପୁଅ ଟୁଟୁ ପାତ୍ରଙ୍କ ସହଯୋଗରେ କୋଟି କୋଟି ଟଙ୍କା ଲୁଟ କରିଥିବା EOW ନିକଟରେ ସେ ଅଭିଯୋଗ କରିଛନ୍ତି ।


ଖାଲି ସେତିକି ନୁହେଁ, ନିଜର ସେମିତି କିଛି ରୋଜଗାର ନଥିଲେ ସୁଦ୍ଧା ଘଷିପୁରା ଓ ଘଟଗାଁ ଅଞ୍ଚଳରେ ୫୦ ଏକରରୁ ଉର୍ଦ୍ଧ୍ବ ଜମି କିଣିବା, କୋଳିମାଳି ଠାରେ ଏକ ପିଚୁ କାରଖାନା ପ୍ରତିଷ୍ଠା କରିବା, ରାଜ୍ୟ ବାହାରେ ଗୋଆରେ ଏକ ହୋଟେଲ କରିବାର ବିଭିନ୍ନ ତଥ୍ୟ ପ୍ରମାଣ EOW ନିକଟରେ ଦାଖଲ କରାଯାଇଛି । ଏ ସମସ୍ତ ବିଷୟକୁ ବିଚାରକୁ ନେଇ ତଦନ୍ତ କଲେ ନିଶ୍ଚିନ୍ତ ଭାବେ ସତ ପଦାକୁ ଆସିବ ଓ କଳା ଧନ ଜବତ ହେବ କହିଛନ୍ତି ବିଜେପି ନେତା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସୂଚନାଯୋଗ୍ୟ, ଗତ ୧୩ ତାରିଖରେ ବଦ୍ରି କହିଥିଲେ, ରାଜାଙ୍କ କେଳେଙ୍କାରୀରେ କେନ୍ଦୁଝରର ତତ୍କାଳୀନ କଲେକ୍ଟର ଓ ଏସପି ବି ଭାଗିଦାର ଥିଲେ। ଅର୍ଗସକୁ ଏକ୍ସକ୍ଲୁସିଭ୍ ଇଣ୍ଟରଭ୍ୟୁରେ ରାଜାଙ୍କ କଳା ସାମ୍ରାଜ୍ୟର ଚିଠା ଖୋଲିଥିଲେ ବରିଷ୍ଠ ବିଜେଡି ବିଧାୟକ ବଦ୍ରି ପାତ୍ର। ବଦ୍ରି ଆହୁରି କହିଥିଲେ ସେ ଏବାବଦରେ ପାଣ୍ଡିଆନଙ୍କୁ ବି ଲିଖିତ ଭାବେ ଜଣାଇଥିଲେ। କିନ୍ତୁ ହେଲାନାହିଁ କିଛି ଆକ୍ସନ୍।


ଗନ୍ଧମାର୍ଦ୍ଦନ ଲୋଡିଂ ଓ ଟ୍ରାନ୍ସପୋର୍ଟିଂ କୋଅପରେଟିଭ୍ ସୋସାଇଟିରେ ହୋଇଥିବା ବେଆଇନ୍ କାର୍ଯ୍ୟ ପଛରେ ସେତେବେଳର ଜିଲ୍ଲାପାଳ ଓ ଏସ୍‌ପିଙ୍କ ଭାଗୀଦାର ଥିବା ଅଭିଯୋଗ କରିଥିଲେ ବଦ୍ରି। ବିଜେଡି ଶାସନରେ କେନ୍ଦଝରରେ ଚାଲିଥିଲା ରାଜା ଚକ୍ରର ଏକାଧିପତ୍ୟ। ଏପରିକି ତା ବିରୋଧରେ ସ୍ବର ଉଠାଇଲେ ବି ପୋଲିସ ମିଛ ମାମଲାରେ ଛନ୍ଦି ହଇରାଣ କରୁଥିବା କହିଛନ୍ତି ବଦ୍ରି ପାତ୍ର।

Sponsored
Big allegations against BJD leader badri patra and his son debasis Patra | Argus News