Videos
|
Odisha

ଶିକ୍ଷକଙ୍କ ପାଇଁ ବଡ଼ ଘୋଷଣା: ନିଯୁକ୍ତି ପାଇବେ ୪୫,000 ଶିକ୍ଷକ

Rashmita Mishra
Browse all articles by Rashmita Mishra
·11 months ago·2 min read
 ଶିକ୍ଷକଙ୍କ ପାଇଁ ବଡ଼ ଘୋଷଣା: ନିଯୁକ୍ତି ପାଇବେ ୪୫,000 ଶିକ୍ଷକ

Key Points

ଶିକ୍ଷା ବ୍ୟବସ୍ଥାରେ ଯୋଡି ହେଲା ନୂଆ ଫର୍ଦ୍ଦ

ସ୍କିମାଟିକ ପ୍ରାଥମିକ ଶୀକ୍ଷକ ହେଲେ ନିୟମିତ

ନିଯୁକ୍ତି ପାଇବେ ୪୫,000 ଶିକ୍ଷକ

କୋରାପୁଟ ରେ ପ୍ରତିଷ୍ଠା ହେବ ବହୁଭାଷୀ ଶିକ୍ଷା କେନ୍ଦ୍ର

ବିଭିନ୍ନ ଏୈତିହାସିକ ବିନ୍ଦୁ ଉପରେ ବାଜିଲା ମୋହନ ଙ୍କ ମୋହର.


ଜାତୀୟ ଶିକ୍ଷାନିତୀ ଅନୁସାରେ ଓଡ଼ିଶାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତନ। ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତି। ଜାତୀୟ ଶିକ୍ଷା ନୀତି ଲାଗୁ ପରେ ଏବେ ସ୍କିମାଟିକ ପ୍ରାଥମିକ ଶିକ୍ଷକ ମଂନଙ୍କୁ ନିୟମିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଆସନ୍ତା ୩ବର୍ଷ ମଧ୍ୟରେ ପ୍ରାଥମିକ ଶିକ୍ଷା ପାଇଁ ୪୫ ହଜାର ଶିକ୍ଷକ ନିଯୁକ୍ତି ହେବେ, ସେଥରୁ ୪୦ ହଜାର ନୂତନ ଶିକ୍ଷକ ପଦବୀ ସୃଷ୍ଟି ହେବ। ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରିବା ପାଇଁ ନୂତନ ଶିକ୍ଷା ନୀତି ଅନୁଯାୟୀ ଅଧିକ ଶିକ୍ଷକଙ୍କ 2 ଆଵଶ୍ୟକତା କୁ ଦୃଷ୍ଟିରେ ରଖି ଏହିଭଳି ନିଷ୍ପତି ନିଆଯାଇଛି।


ବର୍ଷକୁ ୧୫୦୦୦ ପଦବୀ ପୂରଣ କରାଯିବ। ସେପଟେ ସ୍କୁଲ ଶିକ୍ଷାକୁ ମଜଭୁତ କରିବା ପାଇଁ ରାଜ୍ୟର ମାଧ୍ୟମିକ ଶିକ୍ଷା ପରିଷଦ ଓ ରାଜ୍ୟ ଉଛ ମାଧ୍ୟମିକ ଶିକ୍ଷା ପରିଷଦକୁ ମିଶାଇ ଗୋଟିଏ ବୋର୍ଡ ଗଠନ କରାଯିବ।ରାଜ୍ୟରେ ବର୍ତ୍ତମାନ ୪୫ ହଜାର ୨୯୨ ପ୍ରାଥମିକ ବିଦ୍ୟାଳୟରେ ୧ ଲକ୍ଷ ୬୦ ହଜାର ୩୧୯ ଶିକ୍ଷକ ପଦ ରହିଛି। ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରିବା ସହ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଉନ୍ନତ କରିବା ପାଇଁ ସରକାର ପ୍ରତିବଦ୍ଧ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।


ସେପଟେ ବିଗତ ବର୍ଷ ବର୍ଷ ଧରି କେବଳ ଘୋଷଣା ନାମା ରେ ରହିଯାଇଥିବା ଯୋଜନା କୁ ବିଜେପି ସରକାର ମୋହର ମାରିବା ପରେ ଶିକ୍ଷକ ସଂଗଠନ ଗୁଡ଼ିକ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଶିକ୍ଷକ ସଂଘ କହିଛି ବାରମ୍ବାର ଦାବି, ଅନୁରୋଧ, ଓ ଆଲୋଚନା ପରେ ଆଜି ସରକାର ଶିକ୍ଷକଙ୍କ ସମସ୍ୟାକୁ ଦୂର କରିଛନ୍ତି।କେବଳ ଏତିକି ନୁହେ ବରଂ ପିଲାମାନଙ୍କୁ ସୁବିଧାରେ ସହଜରେ ପାଠ ପଢେଇବା ସହ ଏବେ ନବମ ଓ ଦଶମ ଶ୍ରେଣି ପିଲାମନଙ୍କୁ ମାଗଣା ବହି ମଧ୍ୟ ଯୋଗାଇ ଦିଆଯିବ । ଛାତ୍ର ଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ କୁ ଦୃଷ୍ଟିରେ ରଖି ହଷ୍ଟେଲରେ ରହୁଥିବା ପିଲାମନନ୍କ ପାଇଁ ANM ନିଯୁକ୍ତି ଦିଆଯିବ । ଏହା ସହ କୋରାପୁଟ ରେ ଏକ ବହୁଭାଷୀ ଶିକ୍ଷା କେନ୍ଦ୍ର ପ୍ରତିଷ୍ଠା କରାଯିବ। NCERT ଢାଞ୍ଚାରେ SCERT କୁ ବିକଶିତ ପାଇଁ ନିଷ୍ପତ୍ତି ହୋଇଛି। ଆଦିବାସୀ ପିଲାମାନଙ୍କୁ ମାତୃଭାଷାରେ ଶିକ୍ଷା ଦେବା ପାଇଁ ଗୁରୁତ୍ବରପ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୋଦି ସରକାର ଦେଶରେ ଜାତୀୟ ଶିକ୍ଷା ନିତୀ ଆଣିବା ପରେ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିଛି । ମୋଦିଙ୍କ ଭିଜନକୁ କାର୍ଯ୍ୟରେ ପରିଣତ କରିବାର ଦାୟିତ୍ବ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତରେ। ଏବେ ଓଡ଼ିଶାରେ ଡବଲ ଇଂଜିନ ସରକାର। କେନ୍ଦ୍ର ଓ ରାଜ୍ୟର ମିଳିତ ଉଦ୍ୟମରେ ଶିକ୍ଷା ବ୍ୟବସ୍ଥାରେ ବେଞ୍ଚ ମାର୍କ ସୃଷ୍ଟି କରିବାକୁ ଯାଉଛି ଓଡ଼ିଶା।


Big Announcement for Teachers: 45,000 New Teacher Recruitment | Argus News