Videos
|
Odisha

100 ଦିନ ପୂର୍ତ୍ତି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ବଡ଼ ଘୋଷଣା

Smruti Parija
Browse all articles by Smruti Parija
·2 years ago·1 min read
100 ଦିନ ପୂର୍ତ୍ତି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ବଡ଼ ଘୋଷଣା

ପୁରୀ: 5 ବର୍ଷରେ 11ଟି MSME ପାର୍କ ପ୍ରତିଷ୍ଠା କରିବେ ବିଜେପି ସରକାର । ବିଜେପି ସରକାରର 100 ଦିନ ପୂର୍ତ୍ତି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ଗତକାଲି ଉଚ୍ଚସ୍ତରୀୟ ବୈଠକରେ 12ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ଏଥିରେ 39 ହଜାର କୋଟିର ନିବେଶ ହେବ । ଗତ 100 ଦିନ ଭିତରେ 45 ହଜାର କୋଟିର ପୁଞ୍ଜି ନିବେଶ ବ୍ୟବସ୍ଥା ହୋଇଛି ।

ଏଫଡିଆଇ ପାର୍କ ନିର୍ମାଣ ହେବା ପାଇଁ ବଜେଟରେ ବ୍ୟବସ୍ଥା କରାଯାଇଛି । ଆଜି ପର୍ଯ୍ୟନ୍ତ 16ଟି ଏମଏସଏମଇ ପାର୍କ ଅଛି । ବିଜେପି ସରକାର 5 ବର୍ଷ ଭିତରେ 11ଟି ଏମଏସଏମଇ ପାର୍କ ପ୍ରତିଷ୍ଠା କରିବେ । ଶ୍ରମିକ ମାନଙ୍କ ପାଇଁ ହଷ୍ଟେଲ ନିର୍ମାଣ କରାଯିବ । 5 ବର୍ଷ ଭିତରେ 4ଟି ମଲ୍ଟି ମଡେଲ ଲଜିଷ୍ଟିକ ପାର୍କ ନିର୍ମାଣ କରାଯିବ ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ।

 

ରାଜ୍ୟରେ ବିଜେପି ସରକାରକୁ ପୁରିଲା ୧୦୦ ଦିନ
 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: