ସରକାରୀ କର୍ମଚାରୀଙ୍କ ପାଇଁ ବଡ ଘୋଷଣା: ୪% ମହଙ୍ଗା ଭତ୍ତା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ
·2 years ago

ଅର୍ଗସ ବ୍ୟୁରୋ: ଗତ କିଛି ଦିନ ହେଲା ବିଭିନ୍ନ ବର୍ଗର କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର କିଛି ନା କିଛି ଘୋଷଣା କରୁଛନ୍ତି। ଏହି କ୍ରମରେ ଗୁରୁବାର ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟ ସରକାର ରାଜ୍ୟ ସରକାରୀ କର୍ମଚରୀଙ୍କ ଡିଏ ବୃଦ୍ଧି କରିଛନ୍ତି। ୪ ପ୍ରତିଶତ ବଢ଼ିଲା ଡିଏ।
୪୬ ପ୍ରତିଶତରୁ ବଢି ୫୦% ପ୍ରତିଶତ ହେଲା ମହଙ୍ଗା ଭତ୍ତା । ଜାନୁଆରୀ ୧ରୁ ପିଛିଲା ଭାବେ ହେବ ଲାଗୁ । ଏହି ଘୋଷଣା ଫଳରେ ଉପକୃତ ହେବେ ୪ ଲକ୍ଷ ୫୦ ହଜାର କର୍ମଚାରୀ । ସେହିଭଳି ୩ ଲକ୍ଷ ୫୦ ପେନସନଭୋଗୀ ମଧ୍ୟ ଏହି ଘୋଷଣା ଦ୍ୱାରା ଉପକୃତ ହେବେ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: