|
logo
Live
Argus News App
GET APP

Argus News - ମହିଳା କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

Odisha

Women Employee / ମହିଳା କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
ମହିଳା କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

Key Points

କ୍ୟାବିନେଟ ବୈଠକ ପରେ ପୂର୍ବ ସରକାର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ।
କହିଲେ 5T ନାଁରେ ଭଙ୍ଗା କାନ୍ଥରେ ରଙ୍ଗ ମାରୁଥିଲେ, ଭୁଶୁଡ଼ି ପଡିଥିଲା ଶିକ୍ଷା ବ୍ୟବସ୍ଥା ।

ବ୍ୟାବସାୟିକ ପ୍ରତିଷ୍ଠାନରେ ନାଇଟ୍ ସିଫ୍ଟ କରିପାରିବେ ମହିଳା କର୍ମଚାରୀ । ରାଜ୍ୟ ସରକାର ଏହି ବଡ଼ ଘୋଷଣା କରିଛନ୍ତି । ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନରେ ସଂଶୋଧନ ହୋଇଛି । ତେବେ କ୍ୟାବିନେଟ ବୈଠକ ପରେ ପୂର୍ବ ସରକାର ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । କହିଛନ୍ତି, 5T ନାଁରେ ଭଙ୍ଗା କାନ୍ଥରେ ରଙ୍ଗ ମାରୁଥିଲେ ପୂର୍ବ ସରକାର । ଭୁଶୁଡ଼ି ପଡ଼ିଥିଲା ଶିକ୍ଷା ବ୍ୟବସ୍ଥା ।

୪ ଟି ପ୍ରସ୍ତାବ ଉପରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ । ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନକୁ ସଂଶୋଧନ କରିଛନ୍ତି ସରକାର । ସଂଶୋଧିତ ଆଇନ ଅନୁଯାୟୀ ।

୧ - କୌଣସି ପ୍ରତିଷ୍ଠାନରେ ୨୦ରୁ ଅଧିକ କର୍ମଚାରୀ ଥିଲେ ଦିନକୁ 8 ଘଣ୍ଟା ପରିବର୍ତ୍ତେ ସର୍ବାଧିକ ୧୦ ଘଣ୍ଟା, ସପ୍ତାହକୁ ସର୍ବାଧିକ 48 ଘଣ୍ଟା କାମ କରିପାରିବେ ।

୨ - ୮ ଘଣ୍ଟା କାମ ପରେ ଅତିରିକ୍ତ ଘଣ୍ଟା ଓଭରଟାଇମ୍ ପାଇଁ ଦୁଇଗୁଣ ରେଟରେ ମଜୁରୀ ପାଇବେ ।

୩ - ଏହି ଓଭରଟାଇମର ସୀମାକୁ ତିନି ମାସରେ ସର୍ବାଧିକ ୫୦ ଘଣ୍ଟାରୁ ୧୪୪ ଘଣ୍ଟାକୁ ବଢ଼ାଇ ଦିଆଗଲା ।

୪ - ମହିଳା କର୍ମଚାରୀଙ୍କ ସମ୍ମତି ନେଇ ରାତିରେ ସୁରକ୍ଷିତ ପରିବେଶରେ କାମ କରାଯାଇପାରିବ ।

୫- ଓଡ଼ିଆରେ ସାଇନ ବୋର୍ଡ ପ୍ରଦର୍ଶନ ବାଧ୍ୟତାମୂଳକ ବୋଲି କୁହାଯାଇଛି ।

ସେହିପରି ପୂର୍ବ ସରକାରକୁ ମୁଖ୍ୟମନ୍ତ୍ରୀ କରିଛନ୍ତି ଟାର୍ଗେଟ । କହିଛନ୍ତି ପୂର୍ବ ସରକାରରେ ଭୁଷୁଡ଼ି ଯାଇଥିଲା ପ୍ରାଥମିକ ଶିକ୍ଷା ବ୍ୟବସ୍ଥା । 5T ନାଁ ରେ ଭଙ୍ଗା କାନ୍ଥରେ ରଙ୍ଗ ମାରୁଥିଲେ। ଭିତ୍ତିଭୂମି ବିକାଶ ହେଇନଥିଲା। ଆମ ସରକାର ନୂଆ ଶିକ୍ଷାନୀତି ଲାଗୁ କରିଛନ୍ତି। ପ୍ରାଥମିକ ଶିକ୍ଷା ବିକାଶ ପାଇଁ ପ୍ରତି ପଞ୍ଚାୟତରେ ପ୍ରତିଷ୍ଠା ହେବ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ। ଏଥିପାଇଁ ଡି ପି ଆର୍ ପ୍ରସ୍ତୁତ ହୋଇଛି। ପ୍ରଥମ ପର୍ଯ୍ୟାୟରେ 3 ବର୍ଷ ପର୍ଯ୍ୟନ୍ତ 2 ହଜାର 200 ଟି ବିଦ୍ୟାଳୟ ନିର୍ମିତ ହେବ। ଏଥିପାଇଁ ଖର୍ଚ୍ଚ ହେବ ୧୨୦୦ କୋଟି ଟଙ୍କା।

କ୍ୟାବିନେଟର ଆଉ ଏକ ପ୍ରସ୍ତାବ ହେଉଛି କେନ୍ଦୁଝର ଘଟଙ୍ଗା ତାରିଣୀ ମନ୍ଦିର ଓ ପାରିପାର୍ଶ୍ୱକ ଉନ୍ନତି ପାଇଁ DPR ପ୍ରସ୍ତୁତ ସରିଛି । 69 ଏକରରେ ପାରିପାର୍ଶ୍ୱକ ଉନ୍ନତି ହେବ । ଖର୍ଚ୍ଚ ହେବ ୨୨୬ ଟଙ୍କା । ୨୧୬ ଜଣଙ୍କ ପାଇଁ ଯାତ୍ରୀ ନିବାସ, ନଡ଼ିଆ ଭଣ୍ଡାର, ଏକା ସାଙ୍ଗରେ 500 ଲୋକ ବସି ପ୍ରସାଦ ସେବନ କରିବା ଭଳି କକ୍ଷ ନିର୍ମାଣ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Women Employee: ମହିଳା କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା | Argus News