Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ତତ୍କାଳ ବୁକିଂରେ ବଡ଼ ପରିବର୍ତ୍ତନ, ଏବେ କ୍ୟାନସଲ୍‌ ହେଲେ ମିଳିବ ଟଙ୍କା

Ritu Das
Browse all articles by Ritu Das
·1 year ago·2 min read
ତତ୍କାଳ ବୁକିଂରେ ବଡ଼ ପରିବର୍ତ୍ତନ, ଏବେ କ୍ୟାନସଲ୍‌ ହେଲେ ମିଳିବ ଟଙ୍କା

ତତ୍କାଳ ଟିକେଟ ବୁକିଂ ହେଲା ଆହୁରି ସହଜ । ନିୟମରେ ପରିବର୍ତ୍ତନ ଆଣିଲା ଭାରତୀୟ ରେଳବାଇ । ଏପ୍ରିଲ ୧୦ ତାରିଖରୁ ଭାରତୀୟ ରେଳ ବିଭାଗ ତତ୍କାଳ ଟିକେଟ୍‌ ବୁକିଂରେ ନିୟମ ପରିବର୍ତ୍ତନ ଆଣି ସାରିଛି । ଯାହା ଆପଣ ଜାଣିବା ନିହାତି ଆବଶ୍ୟକ । ତତ୍କାଳ ଟିକେଟ୍ ବୁକିଂକୁ ଆହୁରି ସରଳ କରିଛି ରେଳବାଇ । ଏଣିକି ଏସି କ୍ଲାସ ବୁକିଂ ସକାଳ ୧୦:୧୦ରୁ ଆରମ୍ଭ ହେବ । ସେହିପରି ସ୍ଲିପର କ୍ଲାସ ବୁକିଂ ସକାଳ ୧୧.୧୦ ମିନିଟ୍‌ରୁ ଆରମ୍ଭ କରାଯିବ । ପୂର୍ବରୁ ଏସି ଏବଂ ସ୍ଲିପର ମଧ୍ୟରେ ୩୦ ମିନିଟ୍ ବ୍ୟବଧାନ ଥିଲା । ଯାହାକୁ ଏବେ ୧୦ ମିନିଟ୍‌କୁ କମାଇ ଦିଆଯାଇଛି । ଫଳରେ ଟିକେଟି ବୁକିଂ ପାଇଁ ଅପେକ୍ଷା କରିଥିବା ଯାତ୍ରୀମାନେ ଆଶ୍ୱସ୍ତ ହେବେ ।


ନୂତନ ନିୟମ ଅନୁସାରେ ଟିକେଟ୍‌ ବୁକିଂ ପାଇଁ OTP ଏବଂ କ୍ୟାପ୍ଚାକୁ ଏବେ ବାଧ୍ୟତାମୂଳକ କରାଯାଇଛି । ଫଳରେ ଟିକେଟ୍‌ ପୂର୍ବରୁ ଆପଣଙ୍କ ମୋବାଇଲକୁ ଆସୁଥିବା ଓଟିପି ଦେବାକୁ ପଡ଼ିବ । ସେହିପରି କ୍ୟାପ୍ଚା ମଧ୍ୟ ଆପଣ ଦେବେ । ଆନ୍‌ଲାଇନ୍‌ ଟିକେଟ୍‌ ବୁକିଂକୁ ସୁରକ୍ଷିତ କରିବା ପାଇଁ ଭାରତୀୟ ରେଳବାଇ ଏହି ପଦକ୍ଷେପ ନେଇଥିବାବେଳେ ଆପଣ କେମିତି ଟିକେଟ୍‌ ବୁକ୍‌ କରିବେ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆସନ୍ତୁ ଜାଣିବା... ଟିକେଟ୍‌ ବୁକ୍‌ କରିବାକୁ ହେଲେ ଆପଣଙ୍କୁ ପ୍ରଥମେ IRCTC ୱେବସାଇଟକୁ ଲଗଇନ୍ କରିବାକୁ ହେବ । ଏହା ପରେ ଯାତ୍ରା ତାରିଖ, ଟ୍ରେନ୍ ନମ୍ବର ଏବଂ କୋଚ୍‌ ଚୟନ କରନ୍ତୁ । କୋଟାରେ 'ତତ୍କାଳ' ବିକଳ୍ପକୁ ମଧ୍ୟ ଚୟନ କରିବେ । ଏହାପରେ ଆପଣ ଆପଣଙ୍କ ସମ୍ପୂର୍ଣ୍ଣ ଯାତ୍ରା ବିବରଣୀ ଦେଇପାରିବେ । ଯେପରିକି. ନାମ, ବୟସ, ଲିଙ୍ଗ, ଓଟିପି, କ୍ୟାପ୍ଚା ଦେବେ । ଶେଷରେ ଆପଣ ପେମେଣ୍ଟ କରିବା ପରେ ଆପଣଙ୍କ ଟିକେଟ୍‌ ବୁକ୍‌ ହୋଇପାରିବ । ସେହିପରି ଆପଣ ଅଫଲାଇନରେ ତତ୍କାଳ ଟିକେଟ୍‌ ବୁକିଂ କରିବାକୁ ଚାହୁଁଥିଲେ ନିକଟସ୍ଥ ଷ୍ଟେସନର ରିଜର୍ଭେସନ କାଉଣ୍ଟରକୁ ଯିବାକୁ ହେବ । ଫର୍ମ ଅନୁସାରେ ଆବେଦନ କରିବା ପରେ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଦେବେ । ଯାହାଦ୍ୱାରା ଆପଣ ତତ୍କାଳ ଟିକେଟ୍‌ ପାଇପାରିବେ । ରେଳ ବିଭାଗ ନୂତନ ରିଫଣ୍ଡ ନିୟମ ମଧ୍ୟ ଆଣିଛି । ଯଦି ଆପଣ ଟିକେଟ୍‌ କରିସାରିଛନ୍ତି, ପରବର୍ତ୍ତୀ ସମୟରେ ଟିକେଟ୍‌ ବାତିଲ ହୁଏ ତେବେ ଆପଣଙ୍କୁ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ ମିଳିବ । ସେହିଭଳି ଟ୍ରେନ୍‌ର ଗତି ପରିବର୍ତ୍ତନ ହେଲେ ଟଙ୍କା ଫେରସ୍ତ ପାଇବାର ବ୍ୟବସ୍ଥା ରହିଛି ।

Sponsored
big-change-in-instant-booking-now-you-will-get-money-if-you-cancel | Argus News