Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଧାର, ୟୁପିଆଇ, ପିଏଫ ସହ ଏଲ୍‌ପିଜି କ୍ଷେତ୍ରରେ ହେବ ବଡ ପରିବର୍ତ୍ତନ

Rashmita Mishra
Browse all articles by Rashmita Mishra
·1 year ago·1 min read
ଆଧାର, ୟୁପିଆଇ, ପିଏଫ ସହ ଏଲ୍‌ପିଜି କ୍ଷେତ୍ରରେ ହେବ ବଡ ପରିବର୍ତ୍ତନ

Key Points

ଆଜିଠାରୁ ବଦଳିବ ନିୟମ

ଲଞ୍ଚ୍ ହେବ ଇପିଏଫଓ ୩.୦ ଆପ୍ଲିକେସନ

ଆଧାର, ୟୁପିଆଇ, ପିଏଫ ସହ ଏଲ୍‌ପିଜି କ୍ଷେତ୍ରରେ ହେବ ବଡ ପରିବର୍ତ୍ତନ

ଆଜିଠାରୁ ବଦଳିବ ନିୟମ । ପିଏଫ ଆକାଉଣ୍ଟଧାରୀଙ୍କୁ ମିଳିବ ବଡ଼ ଉପହାର। ଆଧାର, ୟୁପିଆଇ ସହ ଏଲ୍‌ପିଜି କ୍ଷେତ୍ରରେ ବି ହେବ ପରିବର୍ତ୍ତନ। ଲଞ୍ଚ୍ ହେବ ଇପିଏଫଓ ୩.୦ ଆପ୍ଲିକେସନ। ପ୍ରୋଭିଡେଣ୍ଟ ଫଣ୍ଡରୁ ଟଙ୍କା ଉଠାଣ ହେବ ସହଜ। ଖାତାରେ ଟଙ୍କା ନ ଥିବାରୁ ଅଟୋ ଡେବିଟ୍ ଫେଲ୍ ହେଲେ କେତେକ ବ୍ୟାଙ୍କ ନେବେ ୨ ପ୍ରତିଶନ ବାଉନ୍ସ ଚାର୍ଜ ।

ଆଧାର, ୟୁପିଆଇ, ପିଏଫ ସହ ଏଲ୍‌ପିଜି କ୍ଷେତ୍ରରେ ହେବ ବଡ ପରିବର୍ତ୍ତନ । ଯାହାର ପ୍ରଭାବ ସିଧାସଳଖ ଲୋକଙ୍କ ଉପରେ ପଡ଼ିବ । ସରକାର କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ବା ଇପିଏଫଓର ଏକ ନୂଆ ଓ ଉନ୍ନତ ସଂସ୍କରଣ, ଇପିଏଫଓ ୩.୦ ଜୁନ ପହିଲାରେ ଲଞ୍ଚ ହେବ । ଏହା ପରେ ପିଏଫ କ୍ଲେମ ସହଜ ହେବ ।

ସେହିପରି ଏନପିସିଆଇ ୟୁପିଆଇକୁ ନେଇ ନୂଆ ନିୟମ ଲାଗୁ କରିଛି । ୟୁପିଆଇ ପେମେଣ୍ଟ ସମୟରେ ବ୍ୟବହାରକାରୀମାନେ ଏବେ କେବଳ ପ୍ରକୃତ ପ୍ରାପ୍ତକର୍ତ୍ତାଙ୍କ ବ୍ୟାଙ୍କିଂ ନାମ ଦେଖିପାରିବେ। କ୍ୟୁଆର୍‌ କୋଡ୍ କିମ୍ବା ସମ୍ପାଦିତ ନାମ ଆଉ ଦୃଶ୍ୟମାନ ହେବ ନାହିଁ। ଏହି ନିୟମ ୩୦ ଜୁନ୍ ରୁ କାର୍ଯ୍ୟାରୀ ହେବ । ୧ ଜୁନ୍ ରୁ କ୍ରେଡିଟ୍ କାର୍ଡ ବ୍ୟବହାରକାରୀଙ୍କ ପାଇଁ କିଛି ନିୟମ ପରିବର୍ତ୍ତନ ହେବାକୁ ଯାଉଛି। କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର କ୍ରେଡିଟ୍ କାର୍ଡରେ ଅଟୋ-ଡେବିଟ୍ ଟ୍ରାଞ୍ଜାକ୍ସନ୍ ବିଫଳତା ଉପରେ ୨% ବାଉନ୍ସ ଚାର୍ଜ ନେବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
big-changes-will-be-made-in-the-lpg-sector-along-with-aadhaar-upi-pf | Argus News