Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଧରାପଡ଼ିଲା ବଡ଼ ସାଇବର କ୍ରାଇମ୍ ଗ୍ୟାଙ୍ଗ , ୧୪ ଗିରଫ

Swoyang prajna Mishra
Browse all articles by Swoyang prajna Mishra
·11 months ago·1 min read
ଧରାପଡ଼ିଲା ବଡ଼ ସାଇବର କ୍ରାଇମ୍ ଗ୍ୟାଙ୍ଗ , ୧୪ ଗିରଫ

Key Points

ଧରାପଡ଼ିଲା ବଡ଼ ସାଇବର କ୍ରାଇମ୍ ଗ୍ୟାଙ୍ଗ
ରାଉରକେଲା ପୋଲିସ କବଜାରେ ବଡ଼ ସାଇବର ଠକେଇ ଗ୍ୟାଙ୍ଗ
୧୪ ଜଣ ସାଇବର ଠକଙ୍କୁ ଗିରଫ କଲା ରାଉରକେଲା ପୋଲିସ

ଧରାପଡ଼ିଲା ବଡ଼ ସାଇବର କ୍ରାଇମ୍ ଗ୍ୟାଙ୍ଗ। ରାଉରକେଲା ପୋଲିସ କବଜାରେ ପଡ଼ିଛି ବଡ଼ ସାଇବର ଠକେଇ ଗ୍ୟାଙ୍ଗ । ୧୪ଜଣଙ୍କୁ ଗିରଫ କରିଛି ରାଉରକେଲା ପୋଲିସ। ଦୁଇ ଦିନ ତଳେ ପାଞ୍ଚ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ଆଉ 9 ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କଠାରୁ ଗୋଟିଏ କାର, ଗୋଟିଏ ବୁଲେଟ, 15ଟି ମୋବାଇଲ, 10ଟି ପ୍ୟାନ କାର୍ଡ, 4ଟି ଚେକ୍ ବୁକ୍ ସହ ଗୋଟିଏ ଲ୍ୟାପଟପ୍ ଜବତ ହୋଇଛି । ଗିରଫ 14 ଜଣଙ୍କ ମଧ୍ୟରେ ଦୁଇ ଜଣ ଘରୋଇ ବ୍ୟାଙ୍କ୍ ର କର୍ମଚାରୀ ଅଛନ୍ତି। ଦୁଇ ଜଣ କର୍ମଚାରୀଙ୍କ ମଧ୍ୟରୁ ଜଣେ ମହିଳା ଅଛନ୍ତି। ସାଧାରଣ ଲୋକଙ୍କ ନାଁରେ ବ୍ୟାଙ୍କରେ ଆକାଉଣ୍ଟ ଖୋଲି କରୁଥିଲେ ଠକେଇ ।


ଆକାଉଣ୍ଟ ଖୋଲି ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ବିହାର ଏବଂ ଦିଲ୍ଲୀକୁ ଆକାଉଣ୍ଟ ଖାତା ଏବଂ ଅନ୍ୟାନ୍ୟ ଡିଟେଲସ ପଠାଉଥିଲେ ଦୃର୍ବୁତ୍ତ । ଗିରଫ ଠକ୍ ରାଉରକେଲା ସହ ପଡୋଶୀ ଛତିଶଗଡ଼, ଝାଡଖଣ୍ଡ, ବିହାର ସହ ପଶ୍ଚିମବଙ୍ଗ ରେ ମଧ୍ୟ ସକ୍ରିୟ । ୮୦୦ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଖୋଲି କରୁଥିଲେ ସାଇବର କ୍ରାଇମ। ତେବେ ଏହି ସାଇବର କ୍ରାଇମ ର ଚେର ଦୁବାଇ ଯାଏ ଲମ୍ବିଥିବା ନେଇ ସୂଚନା ଦେଇଛି ପୋଲିସ। ଗିରଫ ଠକ୍ ଙ୍କୁ ରିମାଣ୍ଡ ରେ ଆଣି ପୋଲିସ କରିବ ଅଧିକ ଖୋଳତାଡ଼।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Big cyber crime gang busted at Rourkela | Argus News