Odisha Update / ଖୁବଶୀଘ୍ର ଆସିବ ଶ୍ରୀମନ୍ଦିର ସୁରକ୍ଷା SOP

Key Points
ବଡ଼ ଦେଉଳ ପାଇଁ ବଡ ନିଷ୍ପତ୍ତି
ଖୁବ୍ ଶୀଘ୍ର ଆସିବ ଶ୍ରୀମନ୍ଦିର ସୁରକ୍ଷା SOP
ସମ୍ପୂର୍ଣ୍ଣ ବାରଣ ହେବ ମୋବାଇଲ୍ ଫୋନ୍
ପୋଲିସ କିମ୍ବା ସେବାୟତ ବି ନେଇ ପାରିବେନି ମୋବାଇଲ୍
AI, PA ସିଷ୍ଟମ ସହ ଲାଗୁ ହେବ ୱାକି ଟକି ବ୍ୟବସ୍ଥା
ପ୍ରସ୍ତୁତ ହେବ କମ୍ପ୍ରେହେନ୍ସିଭ ସିକ୍ୟୁରିଟି ପ୍ଲାନ୍
ବଡ଼ ଦେଉଳ ପାଇଁ ସୁରକ୍ଷା ଚିନ୍ତା । ପ୍ରଥମ ଥର ପାଇଁ ଗଠିତ ସୁରକ୍ଷା ସବ କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । 4 ଭାଗରେ ସୁରକ୍ଷାକୁ ନେଇ ମାରାଥନ ଆଲୋଚନା।ଖୁବ୍ ଶୀଘ୍ର ସୁରକ୍ଷାକୁ ନେଇ ଆସିବ ଏସଓପି । ଅଧ୍ୟକ୍ଷ ଗିରିଶ ଚନ୍ଦ୍ର ମୁର୍ମୁ ଙ୍କ ଅଧ୍ୟକ୍ଷତାରେ ବୈଠକରେ comprhnesive ବା ବିସ୍ତୃତ ସୁରକ୍ଷା ପ୍ଲାନ୍ କୁ ନେଇ ବିଚାର ବିମର୍ଶ। ସୁଦୃଢ ହେବ ସୁରକ୍ଷା ବ୍ୟବସ୍ଥା। ସୁରକ୍ଷା ଅନୁଧ୍ୟାନ ପାଇଁ ଦେଶାଇ ପ୍ରମୁଖ ମନ୍ଦିର ପରିଦର୍ଶନ କରିବ ଟିମ୍।
ପ୍ରଥମ କରି ଗଠିତ ଶ୍ରୀମନ୍ଦିର ସୁରକ୍ଷା ସବ କମିଟି ବୈଠକରେ ଶ୍ରୀମନ୍ଦିର ସୁରକ୍ଷା ପାଇଁ ନିଆଯାଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ସୁରକ୍ଷା ସବ କମିଟି ଅଧ୍ୟକ୍ଷ ଗିରିଶ ଚନ୍ଦ୍ର ମୁର୍ମୁ ଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଶ୍ରୀମନ୍ଦିର ସୁରକ୍ଷା କୁ ନେଇ comprhensive security ପ୍ଲାନ୍ ପ୍ରସ୍ତୁତ ହୋଇଛି। ଭିତ୍ତିଭୂମି,ନୂଆନୂଆ ତଥା ଉନ୍ନତ ସରଞ୍ଜାମ ,ମ୍ୟାନ ପାୱାର ସହ ସିକ୍ୟୁରିଟି ଡ୍ରିଲ ପ୍ରୋଟୋକଲ କୁ ମଜବୁତ୍ କରିବାକୁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ । ଶ୍ରୀମନ୍ଦିର ଭିତର ,ବାହାର ସହ ସମଗ୍ର ସହର ରେ କିଭଳି ସୁରକ୍ଷାକୁ କଡାକଡି କରାଯାଇ ପାରିବ,ସେନେଇ ପ୍ଲାନ୍ ପ୍ରସ୍ତୁତ ହୋଇଛି ।
📱 Get Argus News App
✨ଅନ୍ୟ ବଡ ମନ୍ଦିର ଭଳି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଦୃଢ଼ କରାଯିବ । ସୁରକ୍ଷା ଦୃଷ୍ଟି ରୁ Fire ଏବଂ electricity security ବୃଦ୍ଧି କରାଯିବାକୁ ଯୋଜନା ପ୍ରସ୍ତୁତ ହୋଇଛି । ଶ୍ରଦ୍ଧାଳୁଙ୍କ ପାଇଁ ଜେବିପିସି ପାର୍କିଂ ଏବଂ ରେଲୱେ ଷ୍ଟେସନ ଆଦିରେ ଶ୍ରୀମନ୍ଦିର ନୀତିକାନ୍ତି ଇତ୍ୟାଦି ସୂଚନା ଘୋଷଣା ସହ ଡିସ୍ପ୍ଲେ ମଧ୍ୟ କରାଯିବ। ସେଭଳି ସୁରକ୍ଷା କର୍ମୀଙ୍କ ପାଇଁ ଅଧିକ BODY CAMERA ବ୍ୟବସ୍ଥା ସହ WALKY TALKY ବ୍ୟବସ୍ଥା କରାଯିବ।
ଗତ ଦେଢ଼ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ପ୍ରାଥମିକତାରେ ରହିଛି ଶ୍ରୀମନ୍ଦିର । ଦର୍ଶନକୁ ସୃଙ୍ଖଳିତ କରିବା ପାଇଁ ନୂଆ ନୂଆ ବ୍ୟବସ୍ଥା ଆପଣା ଯାଉଛି । ଏହାକୁ ପୋଲିସ ଓ ଜିଲ୍ଲା ପ୍ରଶାସନ ଗ୍ରାଉଣ୍ଡରେ ସଠିକ୍ ଆପଣାଇଲେ ଏହା ଆହୁରି ଦୃଢ଼ୀକରଣ ହେବ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Related Topics
Explore more stories