Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସରକାରଙ୍କ ବଡ଼ ନିଷ୍ପତ୍ତି ! କ୍ରାଇମବ୍ରାଞ୍ଚ ଖୋଜିବ ଦୋଷୀ କିଏ ?

Satyendu Sekhar Mishra
Browse all articles by Satyendu Sekhar Mishra
·12 months ago·2 min read
ସରକାରଙ୍କ ବଡ଼ ନିଷ୍ପତ୍ତି ! କ୍ରାଇମବ୍ରାଞ୍ଚ ଖୋଜିବ ଦୋଷୀ କିଏ ?

Key Points

ଛାତ୍ରୀ ମୃତ୍ୟୁ ଘଟଣା ନେଇ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ ।

ବାଲେଶ୍ୱର FM କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ । ଡିଏସପି ଇମାନ୍ କଲ୍ୟାଣ ନାୟକଙ୍କୁ ତଦନ୍ତ ଦାୟିତ୍ୱ । ତଦନ୍ତ ନିର୍ଦ୍ଦେଶ ଦେଲେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । ତଦନ୍ତ ଅଧିକାରୀଙ୍କୁ ସହଯୋଗ କରିବେ ଇନ୍‌ସପେକ୍ଟର ପାଞ୍ଚାଳି ରାଉତ ।

ଅନ୍ୟପଟେ ଛାତ୍ରୀ ମୃତ୍ୟୁ ଘଟଣା ନେଇ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ସାରା ରାଜ୍ୟରେ ୧୨ ଘଣ୍ଟା ପେଟ୍ରୋଲ ପମ୍ପ ବନ୍ଦ ରହିବ । ସୁରକ୍ଷା ଦୃଷ୍ଟିରୁ ସକାଳ ୬ ରୁ ବନ୍ଦ ହେବ ସନ୍ଧ୍ୟା ୬ ପରେ ଖୋଲିବ । ସରକାର ସୁରକ୍ଷା ଦେବା ପରେ ପେଟ୍ରୋଲ ପମ୍ପ ଖୋଲିବ । ନୀତିଗତ ଭାବରେ ନିଷ୍ପତ୍ତି ନେଇଛି ଆସୋସିଏସନ । ବ୍ୟବସାୟରେ ୧୦୦ କୋଟିରୁ ଉର୍ଦ୍ଧ୍ୱ କ୍ଷତି ହେବ । ୩ଟି ଡିପୋ ସହ ରାଜ୍ୟରେ ଥିବା ୩ହଜାରରୁ ଉର୍ଦ୍ଧ୍ୱ ପେଟ୍ରୋଲ ପମ୍ପ ବନ୍ଦ ରହିବ ।

ସେହିପରି ସ୍କୁଲ୍ କଲେଜ୍, ଦୋକାନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିପାରେ । ବନ୍ଦ ପାଳନ ବେଳେ ସ୍ବାସ୍ଥ୍ୟସେବାକୁ ବାଦ ଦିଆଯିବ । ମେଡିକାଲ୍, ମେଡିସିନ୍ ଷ୍ଟୋର, ଆମ୍ବୁଲାନ୍ସ ଭଳି ଜରୁରିକାଳୀନ ସେବା ଜାରି ରହିବ। ଆସନ୍ତାକାଲି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କଂଗ୍ରେସ ।

କଂଗ୍ରେସର ଏହି ବନ୍ଦ ଡାକରା ଉପରେ ପ୍ରତିକ୍ରିୟା ରଖିଛି ବିଜେପି । ବିଜେଡି ଏବଂ କଂଗ୍ରେସ ଏମାନେ ବର୍ତ୍ତମାନ ଭାଇ ଭାଇ ଅବସ୍ଥାରେ ଅଛନ୍ତି। ଉଭୟ ରାଜନୈତିକ ଦଳ ଓଡିଶା ରାଜନୀତି ରେ ଅସ୍ଥିତ୍ବ ଖୋଜିବା ଆରମ୍ଭ କରିଛନ୍ତି। ସେଥିପାଇଁ ସେମାନେ ଏକାଠି ହୋଇଛି। ଶାନ୍ତି ପୂର୍ଣ୍ଣ ଭାବରେ ଆନ୍ଦୋଳନ କରନ୍ତୁ। ହିଂସା ଆପଣେଇଲେ ଓଡିଶା ବାସୀ ତାର ଜବାବ ଦେବେ। ଓଡିଶାବାସୀ ହିଂସାକୁ ଗ୍ରହଣ କରିବେ ନାହିଁ ସେଥିପାଇଁ ସେମାନେ ହିଂସାରୁ ଦୁରେଇ ରୁହନ୍ତୁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Big decision of the government! Who will be found guilty by the crime branch? | Argus News