Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶ୍ରୀକ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ଶ୍ରୀକ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି

Key Points

ଶ୍ରୀକ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ଐତିହ୍ୟ ସହର ପୁରୀ ହେବ ମହାନଗର
ପୁରୀ ପୌରପାଳିକା ହେବ ପୁରୀ ମହାନଗର ନିଗମ
ଆସନ୍ତାକାଲିଠାରୁ ଆରମ୍ଭ ହେବ ପ୍ରକ୍ରିୟା
ପୁରୀରେ ପ୍ରତିଷ୍ଠା ହେବ ଶ୍ରୀ ଜଗନ୍ନାଥ ମ୍ୟୁଜିୟମ, ଲାଇବ୍ରେରୀ ଓ ଗବେଷଣାଗାର
ସରକାରଙ୍କୁ ଧନ୍ୟବାଦ ଦେଲେ ପୁରୀ ସାଂସଦଙ୍କ ସହ ବୁଦ୍ଧିଜୀବୀ ଓ ପୁରୀବାସୀ

ଶ୍ରୀକ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ଐତିହ୍ୟ ସହର ପୁରୀ ହେବ ମହାନଗର
ପୁରୀ ପୌରପାଳିକା ହେବ ପୁରୀ ମହାନଗର ନିଗମ
ଆସନ୍ତାକାଲିଠାରୁ ଆରମ୍ଭ ହେବ ପ୍ରକ୍ରିୟା
ପୁରୀରେ ପ୍ରତିଷ୍ଠା ହେବ ଶ୍ରୀ ଜଗନ୍ନାଥ ମ୍ୟୁଜିୟମ, ଲାଇବ୍ରେରୀ ଓ ଗବେଷଣାଗାର
ସରକାରଙ୍କୁ ଧନ୍ୟବାଦ ଦେଲେ ପୁରୀ ସାଂସଦଙ୍କ ସହ ବୁଦ୍ଧିଜୀବୀ ଓ ପୁରୀବାସୀ

ଶ୍ରୀଜଗନ୍ନାଥଙ୍କ ମାଟି, ବିଶ୍ବ ପ୍ରସିଦ୍ଧ ସ୍ଥାନ, ଐତିହ୍ୟ ସହର। ନୂଆ ରୂପ ନେବ ପୁରୀ, ବିକାଶର ଶୀର୍ଷ ଛୁଇଁବ ଶ୍ରୀକ୍ଷେତ୍ର। ଆଜ୍ଞା ହଁ ଶ୍ରୀକ୍ଷେତ୍ର ପୁରୀର ବିକାଶ ପାଇଁ ପ୍ରତିଶ୍ରୁତି ବଦ୍ଧ ବିଜେପି ସରକାର ନେଇଛନ୍ତି ଆଉ ଏକ ବଡ଼ ନିଷ୍ପତ୍ତି। ଆଜି ମୁଖ୍ୟମନ୍ତ୍ରୀ କରିଛନ୍ତି ବଡ଼ ଘୋଷଣା। ପୁରୀ ହେବ ମହାନଗର ନିଗମ। ମୋହନ ମାଝୀ କହିଛନ୍ତି କ୍ରମ ବର୍ଦ୍ଧିଷ୍ଣୁ ଜନସଂଖ୍ୟା ସହ ବର୍ଷସାରା ପୁରୀକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକଙ୍କୁ ଗୁଣାତ୍ମକ ସୁବିଧା ଯୋଗାଇବା ପାଇଁ ପୁରୀ ପୌରପାଳିକାକୁ ମହାନଗର ନିଗମରେ ପରିଣତ କରାଯିବ। ଆସନ୍ତାକାଲିଠାରୁ ଆରମ୍ଭ ହୋଇଯିବ ପ୍ରକ୍ରିୟା।

ମହାନଗର ଭାବେ ବଢ଼ିବ ପୁରୀର କଳେବର। ସହର ଓ ଆଖପାଖ ପଞ୍ଚାଯତଗୁଡ଼ିକୁ ସାମିଲ କରି ପୁରୀ ମହାନଗର ନିଗମ ଗଠନ ହେବ। ପୁରୀ ସଦର ଓ ବ୍ରହ୍ମଗିରି ବ୍ଲକର ସାତରୁ ଆଠଟି ପଞ୍ଚାୟତକୁ ସାମିଲ କରାଯିବ। ଏହି ପଞ୍ଚାୟତବାସୀ ସହର ଭଳି ସୁବିଧା ପାଇପାରିବେ। କେବଳ ସହରର ଆକାର ବଢ଼ିବା, ଭିତ୍ତିଭୂମିର ବିକାଶ କି ଅତ୍ୟାଧୁନିକ ସୁବିଧା ଯୋଗାଇବା ନୁହେଁ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଆଉ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ପୁରୀରେ ପ୍ରତିଷ୍ଠା ହେବ ବିଶ୍ଵସ୍ତରୀୟ ଶ୍ରୀ ଜଗନ୍ନାଥ ମ୍ୟୁଜିୟମ, ଲାଇବ୍ରରୀ, ଗବେଷଣାଗାର ଓ ସଂଗ୍ରହାଳୟ। ଦେଖନ୍ତୁ କିଛି ଏମିତି ହେବ ଏହାର ରୂପରେଖ।....ଏତିକି ନୁହେଁ ପୁରୀରେ ନିର୍ମାଣ ହେବ ମୁକ୍ତାକାଶ ରଙ୍ଗମଞ୍ଚ। ଯେଉଁଠି ପରିବେଷଣ କରାଯିବ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ।

ଏହି ନିଷ୍ପତ୍ତିକୁ ସ୍ବାଗତ କରିବା ସହ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର, ବୁଦ୍ଧିଜୀବୀ ଓ ପୁରୀବାସୀ।
2036 ସୁଦ୍ଧା ପୁରୀକୁ ଦେଶର ସର୍ବଶ୍ରେଷ୍ଠ ଧର୍ମୀୟ ଓ ପର୍ଯ୍ୟଟନ ସ୍ଥଳ ଭାବେ ଗଢି ଗୋଳିବାକୁ ବଦ୍ଧ ପରିକର ବିଜେପି ସରକାର । ଆଜିର ଏହି ଘୋଷଣା ସରକାରଙ୍କ ଏହି ଭିଜନର ଏକ ଅଂଶ ବିଶେଷ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Big decision of the state government for the development of the puri | Argus News