Videos
|
Odisha

ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି , ପିଲା ନ ହେଲେ କଲେଜ ବନ୍ଦ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି , ପିଲା ନ ହେଲେ କଲେଜ ବନ୍ଦ

Key Points

ଅନୁଦାନପ୍ରାପ୍ତ, ଘରୋଇ, ପ୍ରଫେସନାଲ୍‌ ପାଠ୍ୟକ୍ରମରେ ଶିକ୍ଷା ପ୍ରଦାନ କରୁଥିବା କୌଣସି କଲେଜରେ ଯଦି ନିୟମିତ ଭାବେ ପିଲା କମ୍‌ ରହୁଛନ୍ତି ତେବେ ସେଗୁଡ଼ିକରେ ସବୁଦିନ ପାଇଁ ତାଲା ପଡ଼ିବ। ଏଥିସହ ଲଗାତାର ୩ରୁ ୪ଟି ଶିକ୍ଷାବର୍ଷରେ ସିଟ୍‌ ଖାଲି ପଡ଼ିଲେ ସଂପୃକ୍ତ କଲେଜକୁ ମଧ୍ୟ ବନ୍ଦ କରି ଦିଆଯିବ।

୨୦୨୫-୨୬ ଶିକ୍ଷାବର୍ଷ ଆରମ୍ଭରୁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଖରାପ ପ୍ରଦର୍ଶନ କରୁଥିବା କିମ୍ବା ପିଲା ହେଉ ନ ଥିବା ଡିଗ୍ରି କଲେଜଗୁଡ଼ିକ ବନ୍ଦ କରାଯିବ। ଅନୁଦାନପ୍ରାପ୍ତ, ଘରୋଇ, ପ୍ରଫେସନାଲ୍‌ ପାଠ୍ୟକ୍ରମରେ ଶିକ୍ଷା ପ୍ରଦାନ କରୁଥିବା କୌଣସି କଲେଜରେ ଯଦି ନିୟମିତ ଭାବେ ପିଲା କମ୍‌ ରହୁଛନ୍ତି ତେବେ ସେଗୁଡ଼ିକରେ ସବୁଦିନ ପାଇଁ ତାଲା ପଡ଼ିବ। ଏଥିସହ ଲଗାତାର ୩ରୁ ୪ଟି ଶିକ୍ଷାବର୍ଷରେ ସିଟ୍‌ ଖାଲି ପଡ଼ିଲେ ସଂପୃକ୍ତ କଲେଜକୁ ମଧ୍ୟ ବନ୍ଦ କରି ଦିଆଯିବ।


ଉଚ୍ଚଶିକ୍ଷା ବିଭାଗ ଉଚ୍ଚ କ୍ଷମତାସମ୍ପନ୍ନ କମିଟିରେ ଏଭଳି ନିଷ୍ପତ୍ତି ନିଆଯାଇଛି। କେବଳ ସେତିକି ନୁହେଁ, ଅନୁମତି ପ୍ରଦାନ ଦିଗରେ ମଧ୍ୟ କଠୋର ହୋଇଛି ଉଚ୍ଚଶିକ୍ଷା ବିଭାଗ। ସ୍ଥାୟୀ ଅନୁମୋଦନ ପାଇଁ ୨୦୨୧-୨୨, ୨୦୨୨-୨୩, ୨୦୨୩-୨୪ ଓ ୨୦୨୪-୨୫ ଶିକ୍ଷାବର୍ଷରେ ଆବେଦନ କରିଥିବା ରାଜ୍ୟର ୧୪୬ଟି ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ଯାଞ୍ଚ କରାଯିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: