ରାଜ୍ୟ କ୍ୟାବିନେଟ୍ ବୈଠକରେ ସୁଭଦ୍ରାକୁ ନେଇ ବଡ଼ ନିଷ୍ପତ୍ତି

ଅର୍ଗସ ବ୍ୟୁରୋ: ରାଜ୍ୟ କ୍ୟାବିନେଟ ବୈଠକରେ ବଡ ନିଷ୍ପତ୍ତି । 9ଟି ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର। ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି । ମାର୍ଚ୍ଚ 31 ସୁଦ୍ଧା ଆବେଦନକଲେ ବି ମିଳିବ ୨୦୨୪ର ଟଙ୍କା। ୨୦୨୪-୨୫ ଆର୍ଥିକ ବର୍ଷର ସମ୍ପୂର୍ଣ୍ଣ ୧୦ ହଜାର ଟଙ୍କା ପାଇବେ ହିତାଧିକାରୀ। ସେହିଭଳି ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମତା ଥିଲେ ମିଳିବ ମାସିକ ୩,୫୦୦ ଟଙ୍କା ଭତ୍ତା। ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ମିଳିବ ମାସିକ ୩,୫୦୦ ଟଙ୍କା ଭତ୍ତା। ପୂର୍ବରୁ ଭିନ୍ନକ୍ଷମ ଓ ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ମିଳୁଥିଲା ମାସିକ ୧୨୦୦ ଟଙ୍କା ।
ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନା ପାଇଁ 750 କୋଟି ମଞ୍ଜୁର
କୃଷକଙ୍କୁ ଋଣ ବାବଦକୁ 5 ବର୍ଷ ପାଇଁ 750 କୋଟି ମଞ୍ଜୁର
ସୌରଶକ୍ତିରୁ ବିଜୁଳି ପାଇଁ ରାଜ୍ୟ ସରକାର ଦେବେ 25 ହଜାର ଟଙ୍କା ସବସିଡି
ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାରେ ମିଳିବ ସବସିଡି
ଛାତ ଉପରେ ସୋଲାର ପ୍ୟାନେଲ୍ ବସାଇବା ପାଇଁ ମିଳିବ ସବସିଡି
କେନ୍ଦ୍ର ସରକାର 1 କିଲୋୱାଟ୍ ପାଇଁ ଦେଉଛନ୍ତି 30 ହଜାର ଟଙ୍କାର ସବସିଡି
2 କିଲୋୱାଟ୍ ସୋଲାର ପ୍ୟାନେଲ୍ ଲଗାଇବା ପାଇଁ ରାଜ୍ୟ ସରକାର ଦେବେ 25 ହଜାର ଟଙ୍କାର ସବସିଡି
3 କିଲୋୱାଟ୍ କ୍ଷମତା ବିଶିଷ୍ଟ ସୋଲାର ପ୍ୟାନେଲ୍ ଲଗାଇଲେ ତୃତୀୟ କିଲୋୱାଟ୍ ପାଇଁ ରାଜ୍ୟ ସରକାର ଅତିରିକ୍ତ 10 ହଜାର ଟଙ୍କାର ସବସିଡି ଦେବେ
ତୃତୀୟ କିଲୋୱାଟ୍ ପାଇଁ କେନ୍ଦ୍ର ସରକାର 18 ହଜାର ଟଙ୍କାର ସବସିଡି ପ୍ରଦାନ କରୁଛନ୍ତି
