ରାକ୍ଷୀ ପୂର୍ଣ୍ଣିମାରେ ବଡ ଅଘଟଣ, ଭାସିଗଲେ ଦୁଇ ଭଉଣୀ
·11 months ago·1 min read

Key Points
ରାକ୍ଷୀ ପୂର୍ଣ୍ଣିମାରେ ବଡ ଅଘଟଣ
ଭାସିଗଲେ ଦୁଇ ଭଉଣୀ
ସୁବର୍ଣ୍ଣରେଖା ଶିଖରପୁର ଘାଟରେ ବୁଡ ପକାଉଥିବାବେଳେ ଭାସିଗଲେ
ରାକ୍ଷୀ ପୂର୍ଣ୍ଣିମାରେ ବଡ ଅଘଟଣ । ଭାସିଗଲେ ଦୁଇ ଭଉଣୀ । ସୁବର୍ଣ୍ଣରେଖା ଶିଖରପୁର ଘାଟରେ ବୁଡ ପକାଉଥିବାବେଳେ ନଦୀ ସ୍ରୋତରେ ତିନି ଜଣ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଆଉ ଦୁଇ ଜଣ ନିଖୋଜ ଅଛନ୍ତି । ସେମାନେ ଚକହରି ଗାଁର । ସେମାନଙ୍କ ବୟସ ୧୨ ବର୍ଷ ଓ ୧୪ବର୍ଷ ହୋଇଥିବା ଜଣାପଡିଛି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚାଲିଛି ଖୋଜାଖୋଜି ।
ସେପଟେ ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଘରେ ଘରେ ଉତ୍ସାହର ମାହୋଲ । ଭାଇ ହାତରେ ରାକ୍ଷୀଟିଏ ବାନ୍ଧି ତାର ସୁରାକ୍ଷା ପାଇଁ ପ୍ରତିଶୃତି ନେଇଥାଏ । ଦୁନିଆର ସବୁଠାରୁ ସୁନ୍ଦର ଓ ନିଆରା ସମ୍ପର୍କ ଭାଇ ଭଉଣୀର ସମ୍ପର୍କ । ଏହି ସମୟରେ ଗାଁରେ ଏହି ଅଘଟଣ ସମସ୍ତଙ୍କୁ ଆଘାତ ପହଞ୍ଚାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: