Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

IPS ସ୍ତରରେ ବଡ଼ ଧରଣର ଅଦଳବଦଳ; କଟକ ଡିସିପିଙ୍କୁ ଭୁବନେଶ୍ଵର ବଦଳି

Sushanta Sahoo
Browse all articles by Sushanta Sahoo
·1 year ago·1 min read
IPS ସ୍ତରରେ ବଡ଼ ଧରଣର ଅଦଳବଦଳ; କଟକ ଡିସିପିଙ୍କୁ ଭୁବନେଶ୍ଵର ବଦଳି

ଭୁବନେଶ୍ଵର: ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଗୃହ ବିଭାଗର ବିଜ୍ଞପ୍ତି ଅନୁସାରେ, ୨୬ ଜଣ ଆଇପିଏସ୍‌ ଅଧିକାରୀଙ୍କୁ ବଦଳି କରାଯାଇଛି । କଟକ ଡିସିପି ଦାୟିତ୍ଵରେ ଥିବା ୨୦୧୩ ବ୍ୟାଚ୍‌ର ଆଇପିଏସ୍ ଜଗମୋହନ ମୀନାଙ୍କୁ ଭୁବନେଶ୍ଵର ଡିସିପି ନିଯୁକ୍ତ କରାଯାଇଛି । ସେହିଭଳି ଭୁବନେଶ୍ଵର ଡିସିପି ପିନାକ ମିଶ୍ର ହୋଇଛନ୍ତି ଡିଆଇଜି ଏସ୍‌ଟିଏଫ । କଟକ ଡିସିପି ଭାବେ ବଲାଙ୍ଗିର ଏସ୍‌ପି ଖିଲାରୀ ରିଷିକେଷଙ୍କୁ ନିଯୁକ୍ତି ମିଳିଛି ।


ଏସ୍. ଏମ୍ ନବୱଣେ ହୋଇଛନ୍ତି ସ୍ପେଶାଲ ଡିଜି, OHRC । ସେହିଭଳି ଦୀପ୍ତେଶ କୁମାର ପଟ୍ଟନାୟକ- ଡିଜି ପ୍ରିଣ୍ଟିଂ, ଷ୍ଟେସନାରୀ ଆଣ୍ଡ ପବ୍ଲିକେସନ, ୟତିନ୍ଦ୍ର କୋୟଲ- ଏଡିଜି, ଏଚ୍ଆରପିସି, ଏସ୍ ପ୍ରବୀଣ କୁମାର- ଆଇଜିପି କେନ୍ଦ୍ରାଞ୍ଚଳ, ନରସିଂହ ଭୋଳ- ଅତିରିକ୍ତ ସିପି, କମିଶନରେଟ୍ ପୋଲିସ ଭାବେ ଦାୟିତ୍ଵ ଦିଆ ଯାଇଛି ।

ଆଇପିଏସ୍ ଦୀପକ କୁମର- ଆଇଜିପି ଅପରେସନ୍, ଜୟ ନାରାୟଣ ପଙ୍କଜ- ଆଇଜିପି ଗୁଇନ୍ଦା, ସାର୍ଥକ ଷଡ଼ଙ୍ଗୀ- ଆଇଜିପି କ୍ରାଇମବ୍ରାଞ୍ଚ, ନିତି ଶେଖର- ଆଇଜିପି ଦକ୍ଷିଣାଞ୍ଚଳ, ଉମାଶଙ୍କର ଦାଶ- ଡିଆଇଜି ହୋମ ଗାର୍ଡ ଏବଂ ଅଗ୍ନିସେବା ଭାବେ ନିଯୁକ୍ତ ହୋଇଛନ୍ତି ।

ଅଖିଳେଶ୍ଵର ସିଂ- ଡିଆଇଜି ଦକ୍ଷିଣ-ପଶ୍ଚିମାଞ୍ଚଳ, ଚରଣ ସିଂ ମୀନା- ଡିଆଇଜି ପ୍ରୋଭିଜନିଂ, ଯୁଗଳ କିଶୋର କୁମାର ବନୋଥ- ଡିଆଇଜି ପର୍ସେନାଲ, ବାତ୍ତୁଳା ଗଙ୍ଗାଧର- ଡିଆଇଜି କ୍ରାଇମବ୍ରାଞ୍ଚ, ବିବେକାନନ୍ଦ ଶର୍ମା- ଏସ୍‌ପି କଟକ ରେଲୱେ ଭାବେ ନିଯୁକ୍ତି ଦେଇଛି ଗୃହ ବିଭାଗ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Big IPS Reshuffle In Odisha, Cuttack And Bhubaneswar DCP Changed | Argus News