Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

MKCG / MKCG ରେ ବଡ଼ ଅବ୍ୟବସ୍ଥା ! ଚାଲିଥିଲା ଅପରେସନ୍‌, କଟିଗଲା ଲାଇନ୍‌

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
MKCG ରେ ବଡ଼ ଅବ୍ୟବସ୍ଥା ! ଚାଲିଥିଲା ଅପରେସନ୍‌, କଟିଗଲା ଲାଇନ୍‌
Medical Irregularities

Key Points

ରାୟଗଡ଼ା ଜିଲ୍ଲା ପଦ୍ମପୁରର ପ୍ରଶାନ୍ତ ସାହୁଙ୍କ ପେଟରେ ଯନ୍ତ୍ରଣା ଅନୁଭବ ହେବାରୁ କିଛି ଦିନ ତଳେ MKCGକୁ ଆସିଥିଲେ ।

MKCGରେ ଅପରେସନ ବେଳେ OT ଅନ୍ଧାର । ପଦାରେ ପଡ଼ିଲା ଜିଇଡି ବିଭାଗର ଅବହେଳା । ବ୍ରହ୍ମପୁର ଏମକେସିଜି ମେଡିକାଲ ସର୍ଜରୀ ବିଭାଗ କୋଠାରେ ଜଣେ ରୋଗୀଙ୍କ ଅପରେସନ ଚାଲୁଥିବା ବେଳେ ବିଦ୍ୟୁତ କଟିଯିବାରୁ ଅପରେସନ କକ୍ଷ ସମ୍ପୂର୍ଣ୍ଣ ଅନ୍ଧାର ହୋଇଯାଇଥିଲା । ରାୟଗଡ଼ା ଜିଲ୍ଲା ପଦ୍ମପୁରର ପ୍ରଶାନ୍ତ ସାହୁଙ୍କ ପେଟରେ ଯନ୍ତ୍ରଣା ଅନୁଭବ ହେବାରୁ କିଛି ଦିନ ତଳେ MKCGକୁ ଆସିଥିଲେ ।

ମଙ୍ଗଳବାର ଅପରେସନ ପାଇଁ ଡାକ୍ତରମାନେ ତାରିଖ ଦେଇଥିଲେ। ମଙ୍ଗଳବାର ସକାଳୁ ଅପରେସନ ପାଇଁ ତାଙ୍କୁ ଅପରେସନ ଗୃହକୁ ନିଆଯାଇଥିଲା । ହେଲେ ଅପରେସନ ଚାଲୁଥିବା ବେଳେ ଏମକେସିଜିରେ ବିଦ୍ୟୁତ କାଟ ହୋଇଥିଲା। ଏହାପରେ ସର୍ଜରୀ କୋଠାକୁ ଜେନେରେଟରରୁ ବିଦ୍ୟୁତ ଆସିଥିଲା। ହେଲେ ସର୍ଜରୀ କୋଠାର ବିଭିନ୍ନ ବିଭାଗକୁ ବିଦ୍ୟୁତ ଆସିଥିଲେ ମଧ୍ୟ ଅପରେସନ ଗୃହକୁ ବିଦ୍ୟୁତ ଆସିନଥିଲା । ଏମକେସିଜି ମେଡିକାଲ କର୍ତ୍ତୃପକ୍ଷ ଏବଂ ପରିଚାଳନା ବ୍ୟବସ୍ଥା ସଠିକ ଥିବା ସତ୍ତ୍ବେ ସାଧାରଣ ବିଦ୍ୟୁତ ବିଭାଗ ଅଧିକାରୀଙ୍କ କାର୍ଯ୍ୟରେ ଅବହେଳା କାରଣରୁ ପୁଣିଥରେ ମେଡିକାଲ ଜିଲ୍ଲା ତଥା ରାଜ୍ୟରେ ବଦନାମ ହୋଇଛି।

ଅନ୍ୟପଟେ ସାରା ରାଜ୍ୟରେ ଓମସା ଡାକ୍ତର ସଂଘର ଆନ୍ଦୋଳନ ଯୋଗୁଁ ସରକାରୀ ଡାକ୍ତରଖାନା ଗୁଡ଼ିକରେ ବନ୍ଦ ରହିଥିଲା ଓପିଡି ସେବା । ଆଉ ହନ୍ତସନ୍ତ ହୋଇଥିଲେ ଚିକିତ୍ସା ପାଇଁ ଆସିଥିବା ରୋଗୀ । ତେଣୁ ଡାକ୍ତରଙ୍କ ଆନ୍ଦୋଳନ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ । ସାରା ଓଡ଼ିଶାରେ ଡାକ୍ତରମାନେ ପ୍ରତିଦିନ ଦୁଇ ଘଣ୍ଟା ଧରି ଓପିଡିରେ ବସୁନଥିବାରୁ ଅତ୍ୟାବଶ୍ୟକ ସେବା ତଥା ରକ୍ଷଣାବେକ୍ଷଣ ଆଇନ, ୧୯୮୮ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି ।

ତେବେ ଏହି ନିୟମ ଅନୁଯାୟୀ ଛଅ ମାସ ପାଇଁ ରାଜ୍ୟର ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଡାକ୍ତର, ନର୍ସ, ଫାର୍ମାସିଷ୍ଟ, ପାରାମେଡିକ୍ସ, ଟେକ୍ନିସିଆନ୍, ତୃତୀୟ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ଏବଂ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଧର୍ମଘଟକୁ ନିଷେଧ କରାଯାଇଛି । ଏନେଇ ଗୃହ ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶନାମା ଜାରି ହୋଇଛି । ଜିଲ୍ଲା ମୁଖ୍ୟାଳୟ, ଉପଖଣ୍ଡ ଡାକ୍ତରଖାନା, ଏରିଆ ହସ୍ପିଟାଲ୍, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ମୁନସିପାଲ ହସ୍ପିଟାଲ୍, ମେଡିକାଲ କଲେଜ, ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ୟାନସର, ଆଞ୍ଚଳିକ ମେରୁଦଣ୍ଡ ଆଘାତ କେନ୍ଦ୍ର, ଜେଲ୍ ଏବଂ ପୋଲିସ ହସ୍ପିଟାଲଗୁଡ଼ିକ ଉପରେ କାର୍ଯ୍ୟକାରୀ ହେବ।

ରାଜ୍ୟରେ ସ୍ୱାସ୍ଥ୍ୟସେବାରେ ଯେପରି କୌଣସି ଅସୁବିଧା ନହୁଏ ଓ 'ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯାଇଥିବା ସରକାର କହିଛନ୍ତି। ଏହି ଆଦେଶକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ପୋଲିସ କର୍ତ୍ତୃପକ୍ଷ, ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ଅଧିକାରୀମାନଙ୍କୁ ସୂଚନା ଦିଆଯାଇଛି । ତେବେ ଓଡ଼ିଶା ମେଡିକାଲ୍ ସର୍ଭିସେସ୍ ଆସୋସିଏସନ୍‌ର ସଦସ୍ୟମାନେ ଦାବିକରିଥିବା ସମସ୍ୟାଗୁଡ଼ିକର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା କିନ୍ତୁ ସେଠାରେ କୌଣସି ସମାଧାନ ନ ହେବାରୁ ଆନ୍ଦୋଳନ ବୃଦ୍ଧି ପାଇଥିଲା । ସେପଟେ ଏହାକୁ ଦୁର୍ଭାଗ୍ୟଜନକ କହିଲେ ଆନ୍ଦୋଳନରତ ଡାକ୍ତର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
MKCG | Big irregularity in MKCG ! Operation was going on, line was cut | Argus News