Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ଅପରାହ୍ନ ୫ଟାରେ ପୁରୀରେ ବଡ଼ ବୈଠକ

Rashmita Mishra
Browse all articles by Rashmita Mishra
·1 year ago
ଆଜି ଅପରାହ୍ନ ୫ଟାରେ ପୁରୀରେ ବଡ଼ ବୈଠକ

ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗ । ଆଇନ ମନ୍ତ୍ରୀଙ୍କ ମୁଖ୍ୟ ପ୍ରଶାସକଙ୍କୁ ଚିଠି ପରେ ଆକ୍ସନ୍ ମୋଡରେ ଶ୍ରୀମନ୍ଦିର ପ୍ରଶାସନ । ଆଜି ଅପରାହ୍ନ ୫ଟାରେ ପୁରୀରେ ବଡ଼ ବୈଠକ । ଶ୍ରୀମନ୍ଦିର ପ୍ରଶାସନ ସହ ମହାରଣା, ଦେଉଳକରଣ, ପାଟଯୋଶୀ ମହାପାତ୍ର, ତଢଉ କରଣ ଓ ତିନି ବାଡର ବାଡଗ୍ରାହୀଙ୍କ ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା । ନବକଳେବର ସମୟରେ ବଳକା ଥିବା ଦାରୁ ସମ୍ପର୍କରେ ହେବ ଆଲୋଚନା । ଆସନ୍ତାକାଲି ବିଭିନ୍ନ ନିଯୋଗ କର୍ମକର୍ତ୍ତାଙ୍କ ସହ ହୋଇପାରେ ଆଲୋଚନା ।

ସେପଟେ ଗଜପତିଙ୍କୁ ଚିଠି ଲେଖିଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଜଗନ୍ନାଥ ଧାମ୍ ଲେଖାଯିବା ପ୍ରସଙ୍ଗରେ ଗଜପତିଙ୍କ ଦୃଷ୍ଟି ଆକର୍ଷଣ କଲେ ସୁଦର୍ଶନ । ଏହା ଉପରେ ଆକ୍ସନ ନେବାକୁ ଗଜପତିଙ୍କୁ ଚିଠି ଯୋଗେ ଅନୁରୋଧ କରିଛନ୍ତି ସୁଦର୍ଶନ । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଜଗନ୍ନାଥ ଧାମ୍ ଲେଖାଯିବା ପ୍ରସଙ୍ଗରେ ଚିଠି ଲେଖିଥିଲେ ସୁଦର୍ଶନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
big-meeting-in-puri-today-at-5-pm | Argus News