Mohan Charan Majhi / ବଜେଟ୍ରେ ନିଯୁକ୍ତିକୁ ମିଳିବ ଗୁରୁତ୍ବ

Key Points
୨୦୨୫ ଓ ୨୬ ବର୍ଷ ଲାଗି ଆଜି ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଅର୍ଥବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝି ବଜେଟରେ କ'ଣ ଘୋଷଣା କରିବେ ତା ଉପରେ ରହିଛି ସମସ୍ତଙ୍କ ନଜର।
ଚଳିତ ବଜେଟ୍ ୩ ଲକ୍ଷ କୋଟି ଛୁଇଁବା ସମ୍ଭାବନା ରହିଛି। ଶିକ୍ଷା, ସ୍ବାସ୍ଥ୍ୟ, କୃଷି ସହ ନିଯୁକ୍ତିକୁ ବଜେଟରେ ମିଳିପାରେ ଗୁରୁତ୍ବ। ଯୁବ ବର୍ଗଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ରାଜ୍ୟ ସରକାର ବ୍ୟାପକ ନିଯୁକ୍ତି ଅଭିଯାନ ହାତକୁ ନେଇ ପାରନ୍ତି। ଖାଲି ପଡିଥିବା ପଦବୀ ପୂରଣ ସହ ନୂଆ ପଦବୀ ସୃଷ୍ଟି ନେଇ ବ୍ୟୟବରାଦ ହୋଇପାରେ।
ନିକଟରେ ଭୁବନେଶ୍ବର ଜନତା ମୈଦାନରେ ଆୟୋଜିତ ହୋଇଥିବା ଉତ୍କର୍ଷ ଓଡ଼ିଶା - ମେକ୍ ଇନ୍ ଓଡ଼ିଶା ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ବିଭିନ୍ନ ନିବେଶକଙ୍କ ପକ୍ଷରୁ ୧୬.୭୩ ଲକ୍ଷ କୋଟି ଟଙ୍କା ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିଲା।
ଯେଉଁଥିରେ ୧୨ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ଦେଖା ଦେଇଛି। ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶିଳ୍ପ ସୁଯୋଗକୁ ସମୃଦ୍ଧ କରିବା ପାଇଁ ବେଜଟ୍ରେ ଅର୍ଥ ବ୍ୟବସ୍ଥା କରି ପାରନ୍ତି ବୋଲି ଆଶା ରହିଛି।
ଗତ ମାସରେ ପ୍ରାକ୍ ବଜେଟ୍ ବୈଠକ ପରେ ମୁଖ୍ୟମନ୍ତ୍ରୀ ସମ୍ୟକ ସୂଚନା ଦେଇ କହିଥିଲେ ଏଥର ବଜେଟର ଆକାର ବଡ ହେବ। ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ଗୁରୁତ୍ବ ଦିଆଯିବ। ଚଳିତ ବର୍ଷ ୪୦ ହଜାର ପଦବୀ ପୂରଣ କରାଯିବା ସହ ୨୦ ହଜାର ନିଯୁକ୍ତି ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି।
📱 Get Argus News App
✨Related Topics
Explore more stories