Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Politics / ବଡ଼ ଖବର ! ଜୁନ୍‌ ସୁଦ୍ଧା NAC ଓ ପୌରପାଳିକା ନିର୍ବାଚନ, ଅଣ୍ଟା ଭିଡ଼ିଲେଣି ସବୁ ଦଳ

Satyendu Sekhar Mishra
Browse all articles by Satyendu Sekhar Mishra
·5 months ago·2 min read
ବଡ଼ ଖବର ! ଜୁନ୍‌ ସୁଦ୍ଧା NAC ଓ ପୌରପାଳିକା ନିର୍ବାଚନ, ଅଣ୍ଟା ଭିଡ଼ିଲେଣି ସବୁ ଦଳ
Election

Key Points

ନିର୍ବାଚନ କମିଶନଙ୍କ ଏହି ଚିଠି ପରେ ପୌର ଭୋଟ ପାଇଁ ପାଗ ଭିଡ଼ିଛନ୍ତି ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ।

ରାଜ୍ୟରେ ୨୪ ବର୍ଷ ଧରି ଶାସନ କରିଥିବା ଦଳକୁ ୨୪ ମସିହାରେ ଗାଦିଚ୍ୟୁତ କଲେ ରାଜ୍ୟବାସୀ । ବିଜେପି କ୍ଷମତାକୁ ଆସିବା ପରେ ପ୍ରଥମ ନିର୍ବାଚନୀ ଏସିଡ୍ ଟେଷ୍ଟ ହେଲା ନୂଆପଡ଼ା ଉପନିର୍ବାଚନ। ଯେଉଁଥିରେ ବମ୍ପର ବିଜୟ ହାସଲ କଲା ବିଜେପି । ଆଉ ଆଗକୁ ଆସୁଛି ୨୦୨୪ ପରେ ପ୍ରଥମ ବଡ଼ ନିର୍ବାଚନୀ ପରୀକ୍ଷା । ଜୁନ୍ ସୁଦ୍ଧା ହେବ ୨୮ଟି ନବଗଠିତ NAC ଓ ୭ ପୌରପାଳିକା ନିର୍ବାଚନ । ଏଥିପାଇଁ କସରତ ଆରମ୍ଭ କରିଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ ।

ଜୁନ ସୁଦ୍ଧା ନୂଆ ଏନ୍‌ଏସି ଓ ପୌରପାଳିକାରେ ହେବ ନିର୍ବାଚନ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ନିୟମ କହୁଛି ପୌରାଞ୍ଚଳ ଘୋଷଣା ହେବାର ୬ ମାସ ଭିତରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବା କଥା । ଗତ ଡିସେମ୍ବର ମାସରେ ରାଜ୍ୟ ସରକାର ୨୮ଟି ନୂଆ ଏନ୍‌ଏସି ଓ ୭ଟି ପୌରପାଳିକା ଲାଗି ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ତେଣୁ ଆସନ୍ତା ଜୁନ୍‌ ଶେଷ ସୁଦ୍ଧା ସେ ସବୁ ସ୍ଥାନରେ ନିର୍ବାଚନ ଫଳାଫଳ ପ୍ରକାଶ ସହ ପ୍ରଥମ ପରିଷଦ ବୈଠକ ବସିବ । ତେଣୁ ନିର୍ବାଚନ ନେଇ ରାଜ୍ୟ ସରକାରଙ୍କୁ ରାଜ୍ୟ ନିର୍ବାଚନ କମିଶନ ଚିଠି ଲେଖି ଅବଗତ କରିଛନ୍ତି ।

ନୂଆ ଘୋଷଣା ହୋଇଥିବା ୨୮ଟି ଏନ୍‌ଏସି ଓ ୭ଟି ପୌରପାଳିକାରେ ସୀମା ପୁନଃନିର୍ଦ୍ଧାରଣ ପ୍ରକିୟା ମାର୍ଚ୍ଚ ସୁଦ୍ଧା ସରିବ। ଏହାପରେ ହେବ ଆସନ ସଂରକ୍ଷଣ କାମ । ଭୋଟର ତାଲିକା ପ୍ରସ୍ତୁତି ଲାଗି ୪୫ ଦିନ ଓ ଭୋଟ୍‌ ପ୍ରକ୍ରିୟା ଲାଗି ୩୫ ଦିନ ଲାଗିବ। ଫଳରେ ଜୁନ୍‌ ଶେଷ ସୁଦ୍ଧା ସମସ୍ତ ନୂତନ ଏନ୍‌ଏସିରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ତେବେ ନିର୍ବାଚନ କମିଶନଙ୍କ ଏହି ଚିଠି ପରେ ପୌର ଭୋଟ ପାଇଁ ପାଗ ଭିଡ଼ିଛନ୍ତି ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ।

ନିର୍ବାଚନ ହେବାକୁ ଯାଉଥିବା ନୂଆ ଏନଏସି ଭିତରେ ପାଳଲହଡ଼ା, ସିମୁଳିଆ, ସୋହେଲା, ତିହିଡ଼ି, ଧୂଷୁରୀ, ସାଲେପୁର, ବଡ଼ମ୍ବା, ନରସିଂହପୁର ପରି ରହିଛି ୨୮ଟି ଏନଏସି । ସେହପରି ଭଞ୍ଜନଗର, କବିସୂର୍ଯ୍ୟନଗର, ପୋଲସରା, କରଞ୍ଜିଆ, ବୌଦ୍ଧ ଗଡ଼ ପରି ୭ଟି ପୌରପାଳିକାର ବି ହେବ ନିର୍ବାଚନ ।

ସେପଟେ ୨୦୨୭ ଫେବୁଆରୀରେ ହେବ ପଞ୍ଚାୟତ ନିର୍ବାଚନ । ସାଧାରଣ ନିର୍ବାଚନ ପରେ ନବଗଠିତ ପୌରପରିଷଦ ଓ ତା'ପରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ଏବେଠାରୁ କମର କଷିଲେଣି ତନି ପ୍ରମୁଖ ଦଳ । ପ୍ରଶ୍ନ ସାଧାରଣ ନିର୍ବାଚନ ପରେ କାହାର ସଂଗଠନ ହୋଇଛି କେତେ ସୁଦୃଢ଼ ? ପୌର ନିର୍ବାଚନରେ କାହା ପଲ୍ଲା ରହିବ ଭାରି ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Odisha Politics | Big news! NAC and municipal elections by June, all parties are gearing up | Argus News