Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Elephant Protection / ହାତୀ-ମଣିଷ ଲଢେଇ ରୋକିବାକୁ ପ୍ରସ୍ତୁତ ହେବ ବଡ଼ ଯୋଜନା

Rashmita Mishra
Browse all articles by Rashmita Mishra
·9 months ago·2 min read
ହାତୀ-ମଣିଷ ଲଢେଇ ରୋକିବାକୁ ପ୍ରସ୍ତୁତ ହେବ ବଡ଼ ଯୋଜନା

Key Points

ହାତୀ-ମଣିଷ ଲଢେଇ: ରୋକିବାକୁ ପ୍ରସ୍ତୁତ ହେବ ଯୋଜନା
ରାଜ୍ୟରେ ହାତୀ-ମଣିଷ ଲଢେଇ ପ୍ରସଙ୍ଗରେ ଜଙ୍ଗଲ ମନ୍ତ୍ରୀଙ୍କ ଚିନ୍ତା ପ୍ରକଟ
ହାତୀ-ମଣିଷ ସଂଘର୍ଷରେ ଉଭୟ ମଣିଷ ଓ ହାତୀ ମୃତାହତ ହେଉଛନ୍ତି

ଆଜି ବିଧାନସଭା ମୌସୁମୀ ଅଧିବେଶନର ଷଷ୍ଠ ଦିନ । ଆଜି ବି ସରଗରମ ରହିପାରେ ଗୃହ । ବିରୋଧୀଙ୍କ ଦାବି ପୂରଣ ହୋଇନଥିବାରୁ ଆଜି ମଧ୍ୟ ସେମାନେ ହଟ୍ଟଗୋଳ କରିପାରନ୍ତି । ଗତକାଲି ଅପରାହ୍ନରେ ଗୃହ କାର୍ଯ୍ୟ ସ୍ବାଭାବିକ ହୋଇଥିଲା । କିନ୍ତୁ ଉଭୟ ବିଜେଡି ଓ କଂଗ୍ରେସ କକ୍ଷ ତ୍ୟାଗ କରିବାରୁ ବିନା ବିରୋଧୀରେ ହୋଇଥିଲା ଆଲୋଚନା ।

ସେପଟେ ରାଜ୍ୟରେ ହାତୀ-ମଣିଷ ଲଢେଇ ପ୍ରସଙ୍ଗରେ ଚିନ୍ତା ପ୍ରକଟ କଲେ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ନୋଟ ସିଟ ଜରିଆରେ ଦୀର୍ଘକାଳୀନ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ହାତୀ-ମଣିଷ ସଂଘର୍ଷରେ ଉଭୟ ମଣିଷ ଓ ହାତୀ ମୃତାହତ ହେଉଛନ୍ତି । ଅନେକ ପଦକ୍ଷେପ ନେବା ସତ୍ତ୍ୱେ ହାତୀ-ମଣିଷ ସଂଘର୍ଷକୁ ରୋକା ଯାଇପାରୁନାହିଁ । ବିଦ୍ୟୁତ ଆଘାତ ଓ ଶିକାରୀ ଦ୍ବାରା ହାତୀମୃତ୍ୟୁର ଅନେକ ରିପୋର୍ଟ ଆସୁଛି । ଏହାକୁ ରୋକିବା ଲାଗି ଦୀର୍ଘକାଳୀନ ଯୋଜନା ପ୍ରସ୍ତୁତି ଉପରେ ମନ୍ତ୍ରୀ ଗୁରୁତ୍ବାରାପ କରିଛନ୍ତି ।

ଯୋଜନାରେ ଦୁର୍ବଳ ଅଞ୍ଚଳଗୁଡ଼ିକର ମ୍ୟାପିଂ, ହାତୀର ମ୍ୟାପିଂ, ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ଦୁର୍ବଳ ଜନସଂଖ୍ୟାକୁ ତାଲିମ, ପଶୁ ଆଚରଣ ଅଧ୍ୟୟନ ଏବଂ ଗବେଷଣା ଲାଗି ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସମସ୍ତ ବିଷୟକୁ ଦୃଷ୍ଟିରେ ରଖି ଦୀର୍ଘକାଳୀନ ଯୋଜନା ପ୍ରସ୍ତୁତ ଲାଗି ଚିଠି ଲେଖିଲେ ମନ୍ତ୍ରୀ ।

ଗତ ସାଢେ ୪ ମାସରେ ରାଜ୍ୟରେ ୯ଟି ହାତୀଙ୍କ ମୃତ୍ୟୁ ହୋଇଛି । ବିଦ୍ୟୁତ ଆଘାତରେ ୭ଟି, ଟ୍ରେନ ଦୁର୍ଘଟଣାରେ ଗୋଟିଏ ଏବଂ ଶିକାରୀ ଦ୍ବାରା ଗୋଟିଏହାତୀର ଯାଇଛି ଜୀବନ । ଏଥିସହ ସାଢେ ୪ ମାସ ଭିତରେ ହାତୀ ଓ ମଣିଷ ଲଢେଇରେ ୪୫ ଜଣ ଲୋକଙ୍କ ଜୀବନ ଯାଇଛି । ସେପଟେ ୨୦୨୪ ନଭେମ୍ବର ମାସରେ ଗଣନା ହୋଇଥିବା ହାତୀ ସଂଖ୍ୟା ୨୧୦୩ ଥିବା ବେଳେ ପୋଷା ହାତୀ ୨୧ଟି ରହିଛନ୍ତି ।


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Elephant Protection | Big Plan to Prevent Human-Elephant Conflict | Argus News | Argus News