Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଇଂରାଜୀ ନବବର୍ଷକୁ ସ୍ବାଗତ କରିବାକୁ ସାରା ଦେଶରେ ବଡ଼ ପ୍ରସ୍ତୁତି

Odisha

ଇଂରାଜୀ ନବବର୍ଷକୁ ସ୍ବାଗତ କରିବାକୁ ସାରା ଦେଶରେ ବଡ଼ ପ୍ରସ୍ତୁତି

Rashmita Mishra
Browse all articles by Rashmita Mishra
·1 year ago·2 min read
 ଇଂରାଜୀ ନବବର୍ଷକୁ ସ୍ବାଗତ କରିବାକୁ ସାରା ଦେଶରେ ବଡ଼ ପ୍ରସ୍ତୁତି

Key Points

ଇଂରାଜୀ ନବବର୍ଷକୁ ସ୍ବାଗତ କରିବାକୁ ସାରା ଦେଶରେ ବଡ଼ ପ୍ରସ୍ତୁତି
ଲୋକେ ପ୍ରସ୍ତୁତ, ନାଚ, ଗୀତ ସାଙ୍ଗକୁ ମନୋରଞ୍ଜନର ବିବିଧ ଆୟୋଜନ
ଏପଟେ ଦେବାଳୟମାନଙ୍କରେ ଇଂରାଜୀ ନବବର୍ଷର ଭାରତୀୟକରଣର ନିଆରା ଚିତ୍ର
ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଅସମ୍ଭାଳ ଭିଡ଼
ଭାରତୀୟ ସମାଜର ପାଚନ କ୍ଷମତାର ଦେଉଛି ପରିଚୟ

ଅର୍ଗସ ବ୍ୟୁରୋ: ଶ୍ରୀକ୍ଷେତ୍ର ପୁରୀ, ସମଲେଶ୍ବରୀ ମନ୍ଦିର ସମ୍ବଲପୁର, ରାମ ମନ୍ଦିର ଭୁବନେଶ୍ବର, ତାରାତାରିଣୀଙ୍କ ପୀଠ ଗଞ୍ଜାମ । ରାଜ୍ୟର ଏ ସବୁ ପ୍ରମୁଖ ଧର୍ମ ପୀଠରେ ନାହିଁ ନ ଥିବା ଭିଡ଼ । ପୁରୁଣା ବର୍ଷ 2024କୁ ବିଦାୟ ଦେବା ଏବଂ ନୂଆ ବର୍ଷ 2025କୁ ସ୍ବାଗତ କରିବାକୁ ଏ ସବୁ ସ୍ଥାନରେ ପହଞ୍ଚିଛନ୍ତି ହଜାର ହଜାର ସଂଖ୍ୟାରେ ଲୋକେ। ପୁରୀରେ ତ ସବୁଠାରୁ ଅସମ୍ଭାଳ ସ୍ଥିତି । ବଡ଼ଦାଣ୍ଡ, ଶ୍ରୀମନ୍ଦିର ଓ ସମୁଦ୍ରକୂଳରେ ଅପୂର୍ବ ଗହଳି । ଶ୍ରୀଜୀଉଙ୍କ ଦର୍ଶନ କରି ଆଶିଷ ଲାଭ କରୁଛନ୍ତି ଲକ୍ଷ ଲକ୍ଷ ସଂଖ୍ୟାରେ ଆବାଳ ବୃଦ୍ଧ ବନିତା। କେବଳ ସିଂହଦ୍ଵାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରି ଅନ୍ୟ ତିନିଦ୍ବାର ଦେଇ ପ୍ରସ୍ଥାନ କରୁଛନ୍ତି । ବଡ଼ଦାଣ୍ଡରେ ମାର୍କେଟ ଛକଠାରୁ ହୋଇଛି ବ୍ୟାରିକେଡ୍ ବ୍ୟବସ୍ଥା। ମହାପ୍ରଭୁଙ୍କ ସବୁ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ଚାଲିଛି। ରାତି 10ଟାରୁ 11ଟା ମଧ୍ୟରେ ରାତ୍ର ପହୁଡ କରାଯାଇ ନୂଆ ବର୍ଷରେ ରାତ୍ର 2ଟାରୁ ହେବ ଦ୍ୱାର ଫିଟା।


ଭୁବନେଶ୍ବର ରାମ ମନ୍ଦିରର ଯେଉଁଠି ଆଜି ଦିନ ତମାମ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ନୂଆବର୍ଷ ପୂର୍ବରୁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ଆଶିଷ ଲାଭ କରୁଛନ୍ତି ହଜାର ହଜାର ଭକ୍ତ। ଆସନ୍ତାକାଲି ସକାଳ 6ଟାରୁ ଆରମ୍ଭ ହେବ ଦର୍ଶନ। ଇଏ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ପୀଠ । ପ୍ରବଳ ଗହଳି ଭିତରେ ମା’ଙ୍କ ଦର୍ଶନ କରୁଛନ୍ତି ହଜାର ହଜାର ଲୋକ। ପୁରୁଣା ବର୍ଷକୁ ବିଦାୟ ଓ ନୂଆ ବର୍ଷକୁ ସ୍ବାଗତ କରିବାକୁ ରାଜ୍ୟର ପ୍ରାୟ ସବୁ ସହରରେ ଜୋରଦାର ପ୍ରସ୍ତୁତି। ଜିରୋନାଇଟ ସେଲିବ୍ରେସନ୍ ପାଇଁ ହୋଇଛି ଅନେକ ବ୍ୟବସ୍ଥା । ରାଜଧାନୀ ଭୁବନେଶ୍ବରର ବଡ଼ ବଡ଼ ହୋଟେଲ୍ ମାନଙ୍କରେ ସୁନ୍ଦର ଓ ରଂଗୀନ ସାଜସଜ୍ଜା। ଗୀତ, ନାଚ ସାଙ୍ଗକୁ ମନୋରଞ୍ଜନ ପାଇଁ କରାଯାଇଛି ବିଭିନ୍ନ ଆୟୋଜନ । ଡିଜେ, ସ୍ବତନ୍ତ୍ର ଡ୍ୟାନ୍ସ ଗ୍ରୁପ୍ ସହ ହୋଇଛି ଅନେକ ପ୍ରକାରର ବ୍ୟଞ୍ଜନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଇଂରାଜୀ ନୂଆ ବର୍ଷ। ଆଧୁନିକତାର ଚାକଚକ୍ୟ ଭିତରେ ଏହାକୁ ସ୍ବାଗତ କରିବା କିଛି ବିଚିତ୍ର ନୁହେଁ। କିନ୍ତୁ ଆମ ରାଜ୍ୟର ଦେବାଳୟ ମାନଙ୍କରେ ଏ ଭିଡ଼ ଇଂରାଜୀ ନବବର୍ଷର ଭାରତୀୟକରଣର ଉଦାହରଣ। ଯାହା ଭାରତୀୟ ସମାଜର ପାଚନ କ୍ଷମତାର ପରିଚୟ ଦେଉଛି। 

Sponsored
big-preparations-underway-across-the-country-to-welcome-the-english-new-year | Argus News