Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାଲେଶ୍ଵର ସହରରେ ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଲା ବଡ଼ ପ୍ରଶ୍ନ

Rashmita Mishra
Browse all articles by Rashmita Mishra
·1 year ago·2 min read
ବାଲେଶ୍ଵର ସହରରେ ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଲା ବଡ଼ ପ୍ରଶ୍ନ

Key Points

ବାଲେଶ୍ବର ସହରରେ ହୁଗୁଳା ଟ୍ରାଫିକ୍ ବ୍ୟବସ୍ଥା
କେଉଁଠି କାମ କରୁନି ସିସି କ୍ୟାମେରା ତ କେଉଁଠି ଫେଲ୍ ସିଗନାଲ୍ ଲାଇଟ୍
ବିଦ୍ୟୁତ୍ କାଟ୍ ହେଲେ ସହରରେ ଟ୍ରାଫିକ୍ ସିସିଟିଭି ହୋଇଯାଉଛି ସମ୍ପୂର୍ଣ୍ଣ ଅଚଳ
ସୁଯୋଗ ନେଇ ଚୋରି, ଛିନତାଇ ଭଳି ବିଭିନ୍ନ ଅପରାଧ ଘଟାଉଛନ୍ତି ଅପରାଧୀ
୨୨ଟି ଟ୍ରାଫିକ ପୋଷ୍ଟ ପାଇଁ ଅଛନ୍ତି ମାତ୍ର ୨୬ ଟ୍ରାଫିକ ପୋଲିସ୍ କନେଷ୍ଟବଳ
ସହରରେ ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଲା ବଡ଼ ପ୍ରଶ୍ନବାଚୀ

ଅପରାଧକୁ ନିମନ୍ତ୍ରଣ କରୁଛି ବାଲେଶ୍ବର ଟ୍ରାଫିକ ବ୍ୟବସ୍ଥା। ସହରର ସୁରକ୍ଷା ପାଇଁ ଜିଲ୍ଲା ପୋଲିସ୍ ଅନେକ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଉଛି। ସହର ମଧ୍ୟରେ ୨୨ଗୋଟି ଟ୍ରାଫିକ୍ ପୋଷ୍ଟରେ ଶହେ ସିସି କ୍ୟାମେରା ଲଗାଯାଇଛି। ସେଥିମଧ୍ୟରୁ ୮୫ଟି କ୍ୟାମେରା ଚାଲୁଥିବାବେଳେ ଅନେକ ସ୍ଥାନରେ ସିସି କ୍ୟାମେରା ଚାଲୁନାହିଁ । ଚୋରି, ଛିନତାଇ ଓ ବିଭିନ୍ନ ଅପରାଧିକ ମାମଲରେ ସିସି କ୍ୟାମେରାର କାମ ଗୁରୁତ୍ବପୂର୍ଣ୍ଣ ରହିଥାଏ। ମାତ୍ର ଏହି କ୍ୟାମେରା ଗୁଡ଼ିକ କୌଣସି କାମରେ ଆସୁ ନାହିଁ। ଆଉ ଯଦି ଟିକେ ବିଦ୍ୟୁତ୍ କାଟ୍ ହୋଇଗଲା ତାହେଲେ ସିସିଟିଭି ସମ୍ପୂର୍ଣ୍ଣ ଅଚଳ। ବାଲେଶ୍ବର ବସଷ୍ଟାଣ୍ଡକୁ ସଂଯୋଗ କରୁଥିବା ଶୋଭାରାମପୁର ବାଇପାସ୍। ବ୍ୟସ୍ତବହୁଳ ରହୁଥିବ ଏହି ଛକ ଦୁର୍ଘଟଣା ପ୍ରବଣ ଭାବେ ବେଶ୍ ଜଣାଜାଏ। ହେଲେ ଏଠାରେ ଦୀର୍ଘ ଦିନ ହେଲା ନା ଟ୍ରାଫିକ୍ ସିଗନାଲ କାମ କରୁଛି ନା ପୋଷ୍ଟରେ ଅଛନ୍ତି କୌଣସି ଟ୍ରାଫିକ କର୍ମଚାରୀ ।


ଅପରପକ୍ଷେ ବାଲେଶ୍ବର ଟ୍ରାଫିକ ଥାନାରେ ଦୀର୍ଘ ଦିନ ଧରି ଥାନା ଅଧିକାରୀ ପଦପୀ ଖାଲି ରହିଛି। ସହରରେ ୨୨ଟି ଟ୍ରାଫିକ ପୋଷ୍ଟ ପାଇଁ ମାତ୍ର ୨୬ଜଣ ଟ୍ରାଫିକ ପୋଲିସ କନେଷ୍ଟବଳ ନିୟୋଜିତ ରହିଛନ୍ତି। ଏହା ସହ ବାଲେଶ୍ବର ଟ୍ରାଫିକ୍ ଥାନାର ବିଲ୍ଡିଂ ଅବସ୍ଥା ଦୟନୀୟ ହୋଇପଡିଲାଣି । ଖାଲି ସେତିକି ନୁହେଁ, ଟ୍ରାଫିକ ପୋଷ୍ଟରେ ଲାଗିଥିବା ଟାଇମର ବୀହିନ ସିଗନାଲ ଲାଇଟ୍ ପାଇଁ ମଧ୍ୟ ଅନେକ ସମୟରେ ଦୁର୍ଘଟଣା ଘଟୁଛି । ଏ ଭଳି ଅବ୍ୟବସ୍ଥା ପାଇଁ ସାଧାରଣ ଲୋକେ ଅନେକ ସମୟରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ତଥାପି ସମାଧାନ କରାଯାଉନାହିଁ । ସେପଟେ ବାଲେଶ୍ବର ସାଂସଦ କହିଛନ୍ତି, ଏ ଦିଗରେ ସମାଧାନର ରାସ୍ତା ବାହାର କରାଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
big-question-raised-over-security-arrangements-in-balasore-city | Argus News