Govt Job / ଚାକିରି ଆଶାୟୀ ସରକାରୀ କର୍ମଚାରୀଙ୍କୁ ବଡ଼ ଆଶ୍ୱସ୍ତି

Key Points
GA &PG ବିଭାଗ ଅଧୀନରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀଙ୍କୁ ଆଶ୍ବସ୍ତି
ଅନ୍ୟତ୍ର ଚାକିରି ଆବେଦନ ପାଇଁ ବାରମ୍ବାର NOC ମାଗିବାକୁ ପଡ଼ିବନି
ଚାକିରି ଆଶାୟୀ ସରକାରୀ କର୍ମଚାରୀଙ୍କୁ ମିଳିଳା ବଡ ଆଶ୍ୱସ୍ତି। ଏଣିକି ସାଧାରଣ ପ୍ରଶାସନ ବିଭାଗ ଅଧୀନରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଅନ୍ୟତ୍ର ଚାକିରି ଆବେଦନ ପାଇଁ ବାରମ୍ବାର NOC ମାଗିବାକୁ ପଡ଼ିବ ନାହିଁ। ଏଣିକି ସମସ୍ତ କର୍ମଚାରୀଙ୍କ ପାଇଁ ଏକ ଷ୍ଟାଣ୍ଡିଂ ପରମିସନ୍ ବା ସ୍ଥାୟୀ ଅନୁମତି ପ୍ରଦାନ କରିଛନ୍ତି। ଏହି ନିର୍ଦ୍ଦେଶନାମା ବଳରେ କର୍ମଚାରୀମାନେ UPSC, OPSC, SSB, OSSC ଏବଂ OSSSC ଭଳି ବିଭିନ୍ନ ନିଯୁକ୍ତି ପରୀକ୍ଷା ପାଇଁ ସିଧାସଳଖ ଆବେଦନ କରିପାରିବେ।
ପୂର୍ବରୁ ପ୍ରତିଟି ଆବେଦନ ପାଇଁ ପୃଥକ ଭାବେ NOC ନେବା ପ୍ରକ୍ରିୟା ବେଶ୍ ସମୟ ସାପେକ୍ଷ ଥିଲା। ରୁଟିନ୍ କାମରେ ଅନାବଶ୍ୟକ ଫାଇଲ୍ କାମ ବଢ଼ୁଥିଲା। ତେବେ ପରୀକ୍ଷା ଦେବାକୁ ଯିବା ପୂର୍ବରୁ ସଂପୃକ୍ତ କର୍ତ୍ତୃପକ୍ଷଙ୍କଠାରୁ ଛୁଟି ଏବଂ ହେଡକ୍ୱାର୍ଟର ଛାଡ଼ିବା ପାଇଁ ଅନୁମତି ନେବା ବାଧ୍ୟତାମୂଳକ। ଏଥିପାଇଁ ଆଡମିଟ୍ କାର୍ଡ ଦେଖାଇବାକୁ ପଡ଼ିବ।
ନୂଆ ଚାକିରିରେ ଚୟନ ହେବା ପରେ, ବର୍ତ୍ତମାନର ପଦବୀରୁ ଅବ୍ୟାହତି ପାଇବା ପାଇଁ ବିଧିବଦ୍ଧ ଭାବେ ବିଭାଗର ଅନୁମତି ଲୋଡ଼ାହେବ। କିନ୍ତୁ ସରକାର ଚାହିଁଲେ କୌଣସି କର୍ମଚାରୀଙ୍କୁ ରିଲିଭ୍ କରିବାକୁ ଅଗ୍ରାହ୍ୟ ମଧ୍ୟ କରିପାରନ୍ତି।
📱 Get Argus News App
✨Related Topics
Explore more stories