Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

PUCC / ଯାହା କରିବା କଥା ଏଇ ମାସେ ଭିତରେ କରନ୍ତୁ, ତାପରେ ଆଉ ତ୍ରାହି ନାହିଁ !

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·3 min read
ଯାହା କରିବା କଥା ଏଇ ମାସେ ଭିତରେ କରନ୍ତୁ, ତାପରେ ଆଉ ତ୍ରାହି ନାହିଁ !
PUCC

Key Points

ଫେବ୍ରୁଆରୀ ୧ ପୂର୍ବରୁ କୌଣସି ପେଟ୍ରୋଲ ପମ୍ପରେ କାହାକୁ ମଧ୍ୟ ପ୍ରଦୂଷଣ ସାର୍ଟିଫିକେଟ ପାଇଁ ଇନ୍ଧନ ଦେବାକୁ ମନା କରାଯାଇପାରିବ ନାହିଁ ।

ମୋଟର ଯାନର ପ୍ରଦୂଷଣ ସାର୍ଟିଫିକେଟ୍ ଯାଞ୍ଚ ନେଇ ଜନସାଧାରଣ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଅନୁଧ୍ୟାନ କରି ‘ବୈଧ ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ମନା’ ନିଷ୍ପତ୍ତି ଲାଗୁ ନିଷ୍ପତ୍ତିକୁ ଘୁଞ୍ଚାଯାଇଛି । ପୂର୍ବରୁ ଜାନୁଆରୀରୁ ଏହା ଲାଗୁ ପାଇଁ ନିଷ୍ପତ୍ତି ହୋଇଥିଲା । ତେବେ ଜନସାଧାରଣଙ୍କ ଦାବିକୁ ଦୃଷ୍ଟିରେ ରଖି ବାଣିଜ୍ୟ ଓ ପରିବହନ ବିଭାଗର ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ଏହାକୁ ଫେବ୍ରୁଆରୀ ପହିଲାକୁ ଘୁଞ୍ଚାଯାଇଛି ।

ଏହି ଅବଧି ମଧ୍ୟରେ ମୋଟର ଯାନ ଆଇନ ଅନୁଯାୟୀ ବୈଧ ପ୍ରଦୂଷଣ ପ୍ରମାଣ ପତ୍ର ନ ଥିବା ଯାନମାନେ ପ୍ରଦୂଷଣ ଯାଞ୍ଚ କରାଇ ନେବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ଅବଧିକୁ ବୃଦ୍ଧି କରାଯାଇଥିବାରୁ ଜନସାଧାରଣ ବିବ୍ରତ ନ ହୋଇ ସୁବିଧାରେ ଯାଞ୍ଚ କରାଇବେ ବୋଲି ଆଶା କରାଯାଉଛି ।

ଫେବ୍ରୁଆରୀ ୧ ପୂର୍ବରୁ କୌଣସି ପେଟ୍ରୋଲ ପମ୍ପରେ କାହାକୁ ମଧ୍ୟ ପ୍ରଦୂଷଣ ସାର୍ଟିଫିକେଟ ପାଇଁ ଇନ୍ଧନ ଦେବାକୁ ମନା କରାଯାଇପାରିବ ନାହିଁ । ଏହି ସମୟରେ ପ୍ରଦୂଷଣ ସାର୍ଟିଫିକେଟ୍ ସଂକ୍ରାନ୍ତରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି ।

ଅନ୍ୟପଟେ ପରିବହନ ମନ୍ତ୍ରୀ କହିଛନ୍ତି ବଳବତ୍ତର ନିୟମକୁ ପାଳନ କରିବାକୁ କାହିଁକି ଲୋକେ ଗ୍ରହଣ କରୁନାହାନ୍ତି ? ଯେଉଁଠି ସଡ଼କ ସୁରକ୍ଷାକୁ ନେଇ ସରକାର ସଡ଼କ ସୁରକ୍ଷା ମାସ ପାଳନ କରୁଛନ୍ତି, ସେହିପରି ସରକାରଙ୍କ ଯେତେ ଯୋଜନା ରହିଛି ସେଗୁଡିକୁ ଭୋଗ କରିବା ନିମନ୍ତେ ଏହି ନିୟମ ଗୁଡିକୁ ପାଳନ କରିବାର ଆବଶ୍ୟକ ରହିଛି । ସରକାର ଆପଣଙ୍କର ଏବଂ ରାଜ୍ୟରେ କିପରି ପଲ୍ୟୁସନକୁ ରୋକା ଯିବ ସେ ଦାଇତ୍ୱ ମଧ୍ୟ ସାଧାରଣ ଲୋକଙ୍କର । ଆମେ କିଛି ନୂଆ କରି ନାହୁଁ କେବଳ ୧୯୮୮ ମୋଟର ଭେଇକିଲ ଆକ୍ଟକୁ ଆମେ ଲାଗୁ କରିଛୁ । ଜାତୀୟସ୍ତରରେ ମଧ୍ୟ ଏହାକୁ କଡ଼ା କଡ଼ି ପାଳନ କରାଯାଉଛି । ତେଣୁ ସର୍ବସାଧାରଣରେ ଲୋକଙ୍କ ସୁରକ୍ଷାକୁ ନେଇ ଏହି ନିୟମ ଲାଗୁ କରାଯାଇଛି ।

ଏହି ନିୟମକୁ କଡ଼ାକଡ଼ି ଲାଗୁକରିବା ନିମନ୍ତେ ଆଉ ଏକମାସ ବା ୧ ଜାନୁଆରୀ ଠାରୁ ଆରମ୍ଭ କରି ୩୧ ଜାନୁଆରୀ ପର୍ଯନ୍ତ ସଡ଼କ ସୁରକ୍ଷା ମାସ ପାଳନ କରାଯିବ । ତେଣୁ ସମସ୍ତେ ଏହାରି ମଧ୍ୟରେ ସେମାନଙ୍କର କାଗଜ ପତ୍ର ପ୍ରସ୍ତୁତ କରିବାକୁ ମନ୍ତ୍ରୀ ବିଭୁତି ଭୂଷଣ ଜେନା ପରାମର୍ଶ ଦେଇଛନ୍ତି ।

ତେବେ ଦିନେ କି ଦୁଇ ଦିନ ନୁହେଁ। ରାଜଧାନୀରେ ଗଡ଼ୁଥିବା ସବୁ ଗାଡ଼ିର ପଲ୍ୟୁସନ ସାର୍ଟିଫିକେଟ୍‌ ହାତେଇବାକୁ ପାଖାପାଖି ୬ ମାସରୁ ଅଧିକ ସମୟ ଲାଗିବ। କଥାଟା ଅଡୁଆ ଲାଗୁଥିଲେ ବି ସତ। ରାଜଧାନୀରେ ଚାଲିଥିବା ପଲ୍ୟୁସନ୍‌ ସେଣ୍ଟରର ହାଲତରୁ ଏହା ଜଳଜଳ ଦିଶୁଛି । ଆରଟିଓ-୧/୨ ରେକର୍ଡ କହୁଛି, ଭୁବନେଶ୍ୱରରେ ୧୨୨ଟି ପଲ୍ୟୁସନ ଯାଞ୍ଚ ସେଣ୍ଟର ରହିଛି । ଆରଟିଓ-୧ ଅଧିନରେ ୮୫ ଓ ଆରଟିଓ-୨ରେ ୩୭ଟି ସେଣ୍ଟର ରହିଛି ।

ବର୍ତ୍ତମାନ ଭୁବନେଶ୍ୱର ଓ ତାର ଉପକଣ୍ଠରେ ଅଛି ପାଖାପାଖି ୧୫ ଲକ୍ଷରୁ ଅଧିକ ଗାଡ଼ି । ଏଥିରୁ ମାତ୍ର ୮-୧୦ ପ୍ରତିଶତ ଗାଡ଼ି ମାଲିକଙ୍କ ପାଖରେ ପଲ୍ୟୁସନ ସାର୍ଟିଫିକେଟ ରହିଛି । ଏବେ ପରିବହନ ବିଭାଗ ଘୋଷଣା କରିଛି ୨୦୨୬ ଫେବ୍ରୁଆରୀ ୧ ତାରିଖ ପରଠାରୁ ଯେଉଁ ଗାଡ଼ିରେ ପଲ୍ୟୁସନ୍‌ ସାର୍ଟିଫିକେଟ୍‌ ନଥିବା ତାଙ୍କୁ ପେଟ୍ରୋଲ ମିଳିବ ନାହିଁ ।

ହେଲେ ଏତେ ସଂଖ୍ୟକ ଗାଡ଼ିର ପଲ୍ୟୁସନ ଟେଷ୍ଟିଂ କରିବାକୁ ଭୁବନେଶ୍ୱରରେ ଅଛି ମାତ୍ର ୧୨୨ଟି ସେଣ୍ଟର। ସେଥିମଧ୍ୟରୁ ୧୦ଟି ଏକ ପ୍ରକାର ଅଚଳ ଅବସ୍ଥାରେ ରହିଛି । ବାକି ୧୧୨ କେନ୍ଦ୍ରରୁ ପ୍ରତି ଦିନ ମେସିନ୍‌ ଖରାପ ଓ ବୈଷୟିକ ତ୍ରୁଟି ପାଇଁ ୪-୫ ସେଣ୍ଟର ବନ୍ଦ ରହୁଛି। ଏବେ ଗାଡ଼ିଚାଳକଙ୍କ ମଧ୍ୟରେ ଚାଲିଥିବା ପଲ୍ୟୁସନ ଟେନସନ ଯୋଗୁଁ ପ୍ରତି ସେଣ୍ଟରରେ ପ୍ରାୟ ସକାଳୁ ରାତି ପର୍ଯ୍ୟନ୍ତ ୧୦୦/୧୨୦ଟି ଗାଡିକୁ ଟେଷ୍ଟିଂ କରିବା ମୁସ୍କିଲ୍‌ ହୋଇପଡୁଛି। ତା' ସାଙ୍ଗକୁ ପୁଣି 'ବାହାନ' ଓ୍ୱେବସାଇଟର ଲିଙ୍କ ଫେଲ୍‌ ଯୋଗୁଁ ସେଣ୍ଟରରେ ଘଣ୍ଟା ଘଣ୍ଟା ଧରି ଟେଷ୍ଟିଂ ବନ୍ଦ କରିବାକୁ ପଡ଼ୁଛି।

ପ୍ରଦୂଷଣ କେନ୍ଦ୍ର ଖୋଲିଥିବା ଜଣେ କର୍ମଚାରୀଙ୍କ କହିବା ମୁତାବକ ପ୍ରତିଦିନ ୮୦ରୁ ୧୦୦ଟି ଗାଡ଼ିକୁ ସାର୍ଟିଫିକେଟ୍‌ ଦିଆଯାଉଛି। ସକାଳୁ ୯ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଟେଷ୍ଟିଂ ଚାଲୁଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
PUCC | Big relief for people as Odisha govt extends PUCC deadline | Argus News