IAS ସ୍ତରରେ ବଡ଼ ଧରଣର ପରିବର୍ତ୍ତନ ଚଞ୍ଚଳ ରାଣା ହେଲେ BMC କମିଶନର

Key Points
ରାଜ୍ୟରେ IAS ସ୍ତରରେ ବଡ଼ ଧରଣର ଅଦଳବଦଳ
ସଚିବ, ଜିଲ୍ଲାପାଳ ସ୍ତରରେ ବଡ଼ ଧରଣର ପରିବର୍ତ୍ତନ
ଚଞ୍ଚଳ ରାଣା ହେଲେ BMC କମିଶନର
ରୁପା ରୋଶନ ସାହୁ ରାଜ୍ୟପାଳଙ୍କ ସଚିବ ନିଯୁକ୍ତ
ରାଜ୍ୟରେ IAS ସ୍ତରରେ ବଡ଼ ଧରଣର ଅଦଳବଦଳ । ରାଜ୍ୟରେ ସଚିବ, ଜିଲ୍ଲାପାଳ ସ୍ତରରେ ବଡ଼ ଧରଣର ପରିବର୍ତ୍ତନ ଚଞ୍ଚଳ ରାଣା ହେଲେ BMC କମିଶନର । ରୁପା ରୋଶନ ସାହୁ ରାଜ୍ୟପାଳଙ୍କ ସଚିବ ନିଯୁକ୍ତ । କ୍ରୀଡ଼ା ଓ ଯୁବ ସେବା ବିଭାଗର ସଚିବ ହେଲେ ସଚିନ ରାମଚନ୍ଦ୍ର ଯାଦବ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ ହେଲେ ଭୂପେନ୍ଦ୍ର ସିଂ ପୁନିଆ ସଂଗ୍ରାମ କେଶରୀ ମହାପାତ୍ର ହେଲେ ଦକ୍ଷିଣାଞ୍ଚଳ RDC ।
ଚଞ୍ଚଳ ରାଣାଙ୍କୁ ଦିଆଗଲା ବଡ଼ ଦାୟିତ୍ଵ IAS ଚଞ୍ଚଳ ରାଣାଙ୍କୁ BMC କମିଶନର ଭାବେ ନିଯୁକ୍ତି । ପୂର୍ବରୁ ଚଞ୍ଚଳ ରାଣା ଥିଲେ ପୁରୀ ଜିଲ୍ଲାପାଳ । ରଥଯାତ୍ରା ଦଳାଚକଟା ଘଟଣା ପରେ ପୁରୀ ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଥିଲେ ଚଞ୍ଚଳଙ୍କ ସ୍ଥାନରେ ଦିବ୍ୟଜ୍ୟୋତି ପରିଡ଼ା ହେଲେ ପୁରୀ ଜିଲ୍ଲାପାଳ ।
ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେଲେ ହେମନ୍ତ ଶର୍ମା । ଭାସ୍କରଜ୍ୟୋତି ଶର୍ମା ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ । ବିଜୟ ଦାସ ହେଲେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ।