Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଜାସୁସ୍ ଜ୍ୟୋତି ମାଲହୋତ୍ରାର ଓଡ଼ିଶା ଲିଙ୍କ୍ ନେଇ ବଡ଼ ଖୁଲାସା

Odisha

ଜାସୁସ୍ ଜ୍ୟୋତି ମାଲହୋତ୍ରାର ଓଡ଼ିଶା ଲିଙ୍କ୍ ନେଇ ବଡ଼ ଖୁଲାସା

Swoyang prajna Mishra
Browse all articles by Swoyang prajna Mishra
·12 months ago·3 min read
ଜାସୁସ୍ ଜ୍ୟୋତି ମାଲହୋତ୍ରାର ଓଡ଼ିଶା ଲିଙ୍କ୍ ନେଇ ବଡ଼ ଖୁଲାସା

Key Points

ଜାସୁସ୍ ଜ୍ୟୋତି ମାଲହୋତ୍ରାର ଓଡ଼ିଶା ଲିଙ୍କ୍ ନେଇ ବଡ଼ ଖୁଲାସା
ପୁରୀର ୟୁଟ୍ୟୁବର ପ୍ରିୟଙ୍କା ସେନାପତିଙ୍କ ସହ ଥିଲା ଜ୍ୟୋତିର ବନ୍ଧୁତା
ପ୍ରିୟଙ୍କାଙ୍କ ପୁରୀ ଘରକୁ ଯାଇ ପରିବାର ଲୋକଙ୍କୁ ପୋଲିସର ପଚରାଉଚରା
ସୋସିଆଲ ମିଡିଆରେ ଜ୍ୟୋତି ସହ ସମ୍ପର୍କ ନେଇ ସଫେଇ ଦେଲେ ପ୍ରିୟଙ୍କା
ଜ୍ୟୋତି ସହ ପ୍ରିୟଙ୍କାଙ୍କ ପହଲଗାମରେ ସୁଟ୍ ଭିଡିଓକୁ ନେଇ ବଢିଲା ସନ୍ଦେହ
ପ୍ରିୟଙ୍କା ପାକିସ୍ତାନ କରତାରପୁର ସାହେବ ଯାଇଥିବା ନେଇ ମାନିଲେ ପରିବାର
ଶ୍ରୀମନ୍ଦିର ଓ ପୁରୀର ସମ୍ବେଦନଶୀଳ ସ୍ଥାନର ଭିଡିଓ ପାକିସ୍ତାନକୁ ଦେଇଛି କି ଜ୍ୟୋତି
ହରିୟାଣା ପୋଲିସର ବୟାନ ISI ହାଣ୍ଡଲରଙ୍କୁ ଗୁପ୍ତ ତଥ୍ୟ ପଠାଉଥିଲା ଜ୍ୟୋତି

ଜାସୁସ୍ ଜ୍ୟୋତି ମାଲହୋତ୍ରାର ଓଡ଼ିଶା ଲିଙ୍କ ନେଇ ପୁରୀ ପୋଲିସ କହିଛି ବଡ଼ ଖୁଲାସା। ପୁରୀର ୟୁଟ୍ୟୁବର ପ୍ରିୟଙ୍କା ସେନାପତିଙ୍କ ସହ ଥିଲା ଜ୍ୟୋତିର ବନ୍ଧୁତା। ସମ୍ପର୍କ କେବଳ ବନ୍ଧୁତା ସହ ସୀମିତ ଥିଲା ନା ପ୍ରିୟଙ୍କା ବି ଜ୍ୟୋତି ସହ ମିଶି ISIକୁ ଦେଉଥିଲା ଭାରତର ସିକ୍ରେଟ୍ ତତ୍ୟ ସେ ନେଇ ପୁରୀ ପୋଲିସ କରୁଛି ଯାଞ୍ଚ। ଏପରିକି ଇଣ୍ଟେଲିଜେନ୍ସ ବ୍ୟୁରୋ ବି ପୁରୀ ପୋଲିସ ସହ ଯୋଗାଯୋଗରେ ଅଛି। ରବିବାର ପୋଲିସ ପ୍ରିୟଙ୍କାଙ୍କ ପୁରୀ ଘରକୁ ଯାଇ ପଚରାଉଚାର କରିଛି। ଜ୍ୟୋତିଙ୍କ ପାକିସ୍ତାନ ଲିଙ୍କ ବିଷୟରେ ତାଙ୍କ ଝିଅ ଜାଣିନଥିବା କହିଛନ୍ତି ପ୍ରିୟଙ୍କାଙ୍କ ବାପା। ସେପଟେ ପ୍ରିୟଙ୍କା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ସେ ନିର୍ଦ୍ଦୋଶ ଥିବା ନେଇ ଦେଇଛନ୍ତିୁ ସଫେଇ।

ତେବେ ପ୍ରିୟଙ୍କାର ଇନଷ୍ଟାଗ୍ରାମ ପୋଷ୍ଟ ସହ ଅବିକଳ ପୋଷ୍ଟ କରିଛନ୍ତି ପଶ୍ଚିମବଙ୍ଗର ୟୁଟ୍ୟୁବର ସୌମିତ ଶାହ। କେମିତି ଏହା ସମ୍ଭବ ? ସୌମିତ ଓ ପ୍ରିୟଙ୍କାଙ୍କ ମଧ୍ୟରେ ରହିଛି କି ଲିଙ୍କ୍ ? ନା ଜ୍ୟୋତି ମାଲହୋତ୍ରାଙ୍କ ନେତୃତ୍ବରେ କାମ କରୁଥିଲା ବିଭିନ୍ନ ରାଜ୍ୟର ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କର ପୂରା ଏକ ଟିମ୍ ? ଏମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟର ରିମୋଟ ନାହିଁତ ଆଉ କାହା ହାତରେ ? ସେପଟେ ସାମ୍ନାକୁ ଆସିଛି ପ୍ରିୟଙ୍କା ଓ ଜ୍ୟୋତିଙ୍କ ପହଲଗାମରେ ବୁଲିବାର ଭିଡିଓ। ଗତ ଜାନୁଆରୀରେ ସେମାନେ ପହଲଗାମ ଯାଇଥିବା ଜଣାପଡ଼ିିଛି। ମାର୍ଚ୍ଚରେ ଜ୍ୟୋତି ଯାଇଥିଲେ ପାକିସ୍ତାନ ଏବଂ ଏପ୍ରିଲ ୨୨ରେ ପହଲଗାମରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ। ଏ ସବୁ ଖିଅକୁ ଏତେ ତଦନ୍ତ ପରିସର ଭୁକ୍ତ କରିଛି ମାମଲାର ତଦନ୍ତ କରୁଥିଲା ହରିୟାଣା ହିସାର ପୋଲିସ। ଜ୍ୟୋତିର ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISIର ହାଣ୍ଡଲରଙ୍କ ସହ ଲଗତାର ସମ୍ପର୍କରେ ଥିବା ନେଇ ସୂଚନା ଦେଇଛି ହିସାର ପୋଲିସ। ଜ୍ୟୋତିର ଘରୁ ଜବତ ମୋବାଇଲ ଫୋନ୍ ସମେତ ଇଲେକ୍ଟୋନିକ୍ସ ଗ୍ୟାଜେଟଗୁଡ଼ିକୁ ଫରେନ୍ସିକ ଯାଞ୍ଚ ପାଇଁ ପଠାଇଛି ପୋଲିସ।

ଟ୍ରାଭେଲ ବ୍ଲଗର ବେଶ୍ ଚର୍ଚ୍ଚିତ ଜ୍ୟୋତି ମାଲହୋତ୍ରା ୨୦୨୩ରେ ପ୍ରଥମେ ପାକିସ୍ତାନ ଯାଇଥିଲା। ସେ ଭିଜା ସମ୍ବନ୍ଧୀୟ କାମ ପାଇଁ ପାକିସ୍ତାନ ହାଇକମିଶନର ଯାଇଥିବା ବେଳେ ସେଠାରେ କାମ କରୁଥିବା ଏହସନ ଉର ରହିମ୍ ଓରଫ ଦାନିଶ ସହ ଜ୍ୟୋତିର ପରିଚୟ ହୋଇଥିଲା । ଦାନିଶର କହିବା ଅନୁଯାୟୀ ପାକିସ୍ତାନରେ ଅଲ୍ଲି ଏହସାନକୁ ଭେଟିଥିଲା ଜ୍ୟୋତି । ଅଲ୍ଲି ଏହସାନ୍ ISI ହ୍ୟାଣ୍ଡଲଙ୍କର ସହ ଜ୍ୟୋତିକୁ ସାକ୍ଷାତ କରାଇଥିଲା। ଜ୍ୟୋତି ପାକିସ୍ତାନକୁ ଭାରତୀୟ ସେନାର ବିଭିନ୍ନ ଷ୍ଟାଟେଜିକ୍ ପଏଣ୍ଟର ସୂଚନା ପାକିସ୍ତାନକୁ ଦେଉଥିବା ନେଇ ଅଭିଯୋଗ ହୋଇଛି। ସେ ହ୍ବାଟସଆପ୍‍, ସ୍ନାପଚାର୍ଟ ଓ ଟେଲିଗ୍ରାମ ଜରିଆରେ ପଠାଉଥିଲା ଗୁପ୍ତ ତଥ୍ୟ।ଦାନିଶ ହେଉଛି ସେ ପାକିସ୍ତାନ ହାଇକମିଶନର କର୍ମଚାରୀ ଯାହାକୁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ମେ ୧୩ ତାରିଖରେ ପାକିସ୍ତାନ ଦୂତାବାସରୁ ତୁରନ୍ତ ନିଷ୍କାସନ ପାଇଁ ନିର୍ଦ୍ଦେଶ ଦେଇଥିଲା ଭାରତ।

୩ ଥର ପାକସ୍ତାନ ଗସ୍ତରେ ଯାଇଥିଲା ଜ୍ୟୋତି। ତାର ସମସ୍ତ ଗସ୍ତ ଖର୍ଚ୍ଚ ରହିବା ବୁଲିବା ବ୍ୟବସ୍ଥା ISI କରୁଥିବା ଜଣାପଡ଼ିଛି। ଭାରତରେ ପାକିସ୍ତାନର ଛବିକୁ ସୁଧାରିବା କାମ ଦିଆଯାଇଥିଲା ଜ୍ୟୋତିକୁ। ସେଥିପାଇଁ ସେ ପାକିସ୍ତାର ବିଭିନ୍ ହିନ୍ଦୁ ମନ୍ଦିରକୁ ଯାଇ ସେଠାରେ ହିନ୍ଦୁମାନେ କିପରି ବହୁତ ଖୁସିରେ ଅଛନ୍ତି ଦୁନିଆକୁ ବାର୍ତ୍ତା ଦେବାକୁ ଉଦ୍ୟମ କରୁଥିଲା। ଏପରିକି ପାକିସ୍ତାନର ବିଭିନ୍ନ ରାଜନୈତିର ନେତାଙ୍କ ସହ ଜ୍ୟୋତିର ସମ୍ପର୍କ ଥିଲା। ସୋସିଆଲ ମିଡିଆରେ ପାକିସ୍ତାନ ପଞ୍ଜାବ ପ୍ରାନ୍ତର ମୁଖ୍ୟମନ୍ତ୍ରୀ ମରିୟମ ନୱାଜ୍ ଙ୍କ ସହ ଜ୍ୟୋତିର ଭିଡିଓ ମଧ୍ୟ ରହିଛି।
ଏପଟେ ଜ୍ୟୋତିଙ୍କ ସହ ପ୍ରିୟଙ୍କାଙ୍କ ଲିଙ୍କ ସାମ୍ନାକୁ ଆସିବା ପରେ ପୁରୀରେ ଖେଳିଯାଇଛି ଆତଙ୍କ। ଜ୍ୟୋତି ୨୧ ସେପ୍ଟେମ୍ବର ୨୦୨୪ରେ ପୁରୀ ଆସିଥିବା ବେଳେ ପ୍ରିୟଙ୍କା ସେନାପତିଙ୍କ ସହ ତାର ବନ୍ଧୁତା ହୋଇଥିଲା। ଶ୍ରୀମନ୍ଦିର ସମ୍ମଖରେ ଏକ ହୋଟେଲରେ ଜ୍ୟୋତି ରହିବା ସହ ଶ୍ରୀମନ୍ଦିର ସମେତ ପୁରୀ ଓ କୋଣାର୍କର ବିଭିନ୍ନ ସମ୍ବେଦନଶୀଳ ସ୍ଥାନର ଭିଡିଓ କରିଥିଲା। ଏବେ ସନ୍ଦେହ ହେଉଛି ଏସବୁ ଭିଡିଓ ପାକିସ୍ତାକୁ ସେୟାର କରିନିତ ଜ୍ୟୋତି। ଆଗକୁ ରଥଯାତ୍ରା ଥିବାବେଳ ପୁରୀର ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Big revelation about Jasoos Jyoti Malhotra's Odisha link | Argus News