Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଗଙ୍ଗାଧର ମେହେର ବୃହତ ଉଠା ଜଳସେଚନ ପ୍ରକଳ୍ପରେ ମହାଘୋଟାଲା!

Odisha

ଗଙ୍ଗାଧର ମେହେର ବୃହତ ଉଠା ଜଳସେଚନ ପ୍ରକଳ୍ପରେ ମହାଘୋଟାଲା!

Sangram Tripathy
Browse all articles by Sangram Tripathy
·1 year ago·1 min read
ଗଙ୍ଗାଧର ମେହେର ବୃହତ ଉଠା ଜଳସେଚନ ପ୍ରକଳ୍ପରେ ମହାଘୋଟାଲା!

ଅର୍ଗସ ବ୍ୟୁରୋ:ବରଗଡ଼ ଜିଲ୍ଲା ବିଜେପୁର ଜୟଶ୍ରୀଗଡା ଠାରେ ରହିଛି ଗଙ୍ଗାଧର ମେହେର ବୃହତ ଉଠା ଜଳସେଚନ ପ୍ରକଳ୍ପ । ଚାଷୀଙ୍କର ଚାଷ ଜମି ଲାଗି ଦରକାର ହିସାବରେ ପାଣି ଯିବା ଲାଗି ବ୍ୟବସ୍ଥା ହୋଇଛି। ମାତ୍ର ଚାଷୀଙ୍କ ଜମିକୁ ପାଣି ଯାଇନଥିବାର ଅଭିଯୋଗ ହୋଇଛି।ଯେଉଁ ଜାଗାରେ ଆଉଟ୍ ଲେଟ୍ ବସିବା କଥା ସେହି ଜାଗାରେ ନବସି ଆଉଟ୍ ଲେଟ୍ ଅନ୍ୟ ସ୍ଥାନରେ ବସିଥିବାରୁ ସମସ୍ୟା ବଢିଛି ଚାଷୀଙ୍କର। ପାଣି ଅଭାବରୁ ଧାନ ମଧ୍ୟ ଧଳା ପଡିଗଲାଣି। ମାତ୍ର ପିସି କାରବାର ଯୋଗୁ ଠିକାଦାର କୁଆଡେ ମାଲେମାଲେ ହୋଇଛି। ସେପଟେ ଏସଟିମେଟ ଠାରୁ କମ କାମ ହୋଇଥିବାର ଅଭିଯୋଗ ହୋଇଛି। ପୂର୍ବତନ ବିଜେଡି ସରକାର ଭୋଟ ହାତେଇବାର ଲାଗି ଗଙ୍ଗାଧର ମେହେର ବୃହତ ଉଠା ଜଳସେଚନ ପ୍ରୋଜେକ୍ଟ ନାଁରେ
ଠକିଥିବା କହିଛନ୍ତି ଚାଷୀ। ପାଣି ଅଭାବରୁ ଧାନ ସବୁ ଖରାପ ହେବାରେ ଲାଗିଛି। ଆଶା ଥିଲା ଗଙ୍ଗାଧର ବୃହତ ଉଠା ଜଳସେଚନ ପ୍ରକଳ୍ପରୁ ଚାଷୀ ଲାଭ ପାଇବେ।
ହେଲେ ପୂର୍ବତନ ବିଜେଡି ସରକାର ଚାଷୀଙ୍କୁ ଠକିଥିବା କହିଛନ୍ତି ଜନସାଧାରଣ। ଗୋଟେପଟେ ଠିକାଦାରର ପକେଟ୍ ଗରମ ହୋଇଥିବାବେଳେ ବଳିପଡିଛି ଚାଷୀ। କେବଳ ବର୍ଷା ହିଁ ସାଜିଛି ଚାଷୀଙ୍କ ସାହାରା। ତରବରିଆ କାମ ଲାଗି ଜମିକୁ ପାଣି ଯାଇନପାରିବାରୁ ବଢିଛି ଚାଷୀଙ୍କ ଟେନସନ। ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ବିରୋଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଚାଷୀ । ଅପେକ୍ଷା,କେବେ ହେବ ତଦନ୍ତ କେବେ ହେବ କାର୍ଯ୍ୟାନୁଷ୍ଠାନ
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Big Scam in Gangadhar Meher Large Lift Irrigation Project! | Argus News