Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କପା ଚାଷୀଙ୍କୁ ବଡ଼ ଧୋକା

Odisha

କପା ଚାଷୀଙ୍କୁ ବଡ଼ ଧୋକା

Sangram Tripathy
Browse all articles by Sangram Tripathy
·1 year ago·1 min read
କପା ଚାଷୀଙ୍କୁ ବଡ଼ ଧୋକା

ଅର୍ଗସ ବ୍ୟୁରୋ:ଜୈବିକ ସାର ନାଁରେ କପା ଚାଷୀଙ୍କୁ ବଡ଼ ଧୋକା । ଭଲ ଅମଳର ପ୍ରଲୋଭନ ଦେଖାଇ ୪୦ ଲକ୍ଷ ଟଙ୍କା ନେଇ ଫେରାର ହୋଇଛି ରାଜ୍ୟ ବାହାରର ସାର ଡିଲର୍ ।ସାର ବ୍ୟବହାର ପରେ ନା ଫୁଲ ଧରୁଛି, ନା ଫଳ,ବଢୁନି କପା ଗଛ । ନୂଆପଡ଼ାରେ ରଣ ବୋଝ ତଳେ ଚିନ୍ତାରେ ଶହ ଶହ ଚାଷୀ । ଖରା, ବର୍ଷାରେ ଏତେ ପରିଶ୍ରମ କରିଥିଲେ । ଆଉ ଏବେ ପରିଶ୍ରମ ଆଖି ସାମ୍ନାରେ ନଷ୍ଟ ହେଉଛି ।ମୁଣ୍ଡରେ ହାତ ଦେଇ ଉପାୟ ଶୂନ୍ୟ ହୋଇ ଚାହିଁ ରହିଛି ଚାଷୀ । ନୂଆପଡ଼ା ଜିଲ୍ଲା କୋମନା ବ୍ଲକର ସୁକଳିମୁଡି, ସଲଙ୍ଗିପଡ଼ା, ବାବୁପାଲି ଭଳି ବିଭିନ୍ନ ଅଞ୍ଚଳରେ ଜୈବିକ ସାର ନାଁରେ ଠକେଇ କରିଥିବା ଅଭିଯୋଗ କରିଛନ୍ତି ଚାଷୀ ।ଘଟଣାର ଅନୁଧ୍ୟାନ ପାଇଁ ବ୍ଲକ କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯଥାଶୀଘ୍ର ସମସ୍ୟାର ସମାଧାନ କରାଯିବ କହିଛନ୍ତି ଭାରପ୍ରାପ୍ତ କୃଷି ଅଧିକାରୀ । ଟଣାର ତୁରନ୍ତ ତଦନ୍ତ କରି ସଂପୃକ୍ତ ଡିଲର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଚାଷୀମାନେ ଦାବି କରିଛନ୍ତି

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Big scam to cotton farmers | Argus News