ପୋଲିସ ପ୍ରଶାସନର ବଡ଼ ପଦକ୍ଷେପ: ରଥଯାତ୍ରାକୁ ଜଗିବ AI କ୍ୟାମେରା

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଜଗିବ ଏଆଇ କ୍ୟାମେରା । ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ଏସପି । ଟ୍ରାଫିକ୍ ଓ କ୍ରାଉଡ୍ ମ୍ୟାନେଜମେଣ୍ଟ ପାଇଁ ବଡ଼ଦାଣ୍ଡରେ ଲାଗିବ ଏଆଇ କ୍ୟାମେରା । ଏନଏଚ୍ ଓ ବଡ଼ଦାଣ୍ଡରେ କ୍ୟାମେରା ଲଗାଇବା କାର୍ଯ୍ୟ ଆରମ୍ଭ ହୋଇଛି ।
AI କ୍ୟାମେରା ପୁରୀ ରଥଯାତ୍ରାରେ ହେଉଥିବା ଜନଗହଳି ଏବଂ ଟ୍ରାଫିକ ମ୍ୟାନେଜମେଣ୍ଟ ପାଇଁ ଲଗାଯିବ ବୋଲି ସେ କହିଛନ୍ତି। ଏପରିକି ପୁରୀକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ଏବଂ ବଡ଼ଦାଣ୍ଡରେ AI କ୍ୟାମେରା ଲଗାଇବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ସେ ପ୍ରକାଶ କରିଛନ୍ତି।
📱 Get Argus News App
✨ଏଥର ରଥଯାତ୍ରାକୁ ଜଗିବ AI କ୍ୟାମେରା । ବଡ଼ଦାଣ୍ଡରେ ଟ୍ରାଫିକ୍ କଣ୍ଟ୍ରୋଲ ସହ ଭିଡ଼କୁ ନିୟନ୍ତ୍ରଣ କରିବାରେ ଅସ୍ତ୍ର ସାଜିବ AI କ୍ୟାମେରା । ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବା ହେବ ସହଜ । ଲୋକଙ୍କୁ ମିଳିବ ହାଇ ସିକ୍ୟୁରିଟି । କଣ୍ଟ୍ରୋଲ ରୁମ୍ରୁ ଚାରିଦିଗରେ ରଖି ଦେବ କଡ଼ା ନଜର । ସହରର ପ୍ରମୁଖ ସ୍ଥାନ, ସାହି ଗଳି ଓ ଅନ୍ୟାନ୍ୟ ସ୍ଥାନ ଗୁଡ଼ିକୁ ଗୁରୁତ୍ତ୍ୱ ଦିଆଯିବ । ସେଥିପାଇଁ ପୁରୀ ପୋଲିସ ପକ୍ଷରୁ ସମସ୍ତ ପ୍ରକାରର ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏନେଇ ପୁରୀ ଏସପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି ।
ବିଶେଷକରି ସୁରକ୍ଷା କ୍ଷେତ୍ରରେ ପୋଲିସ ଯେତିକି କାର୍ଯ୍ୟକ୍ଷମ ହେବ ତା ଠାରୁ ଅଧିକ କ୍ରିୟାଶୀଳ ହେବ AI କ୍ୟାମେରା । ତେଣୁ ଆଧ୍ୟାତ୍ମିକ ଓ ପର୍ଯ୍ୟଟନ ସହର ପୁରୀ AI କ୍ୟାମେରା ଭିତରେ ରହିବ। ପୂର୍ବରୁ ଶ୍ରୀମନ୍ଦିର ଓ ଶ୍ରୀମନ୍ଦିର ଚତୁପାର୍ଶ୍ୱ , ତା ସାଙ୍ଗକୁ ବେଳାଭୂମି ସହ ପୁରା ସହରରେ ସିସିଟିଭି ଲଗାଯିବା ନେଇ ସୂଚନା ଦିଆଯାଇଥିଲା। ଏବେ ଶ୍ରୀମନ୍ଦିର ଚତୁପାର୍ଶ୍ୱରେ CCTV ଲଗାଯାଇଛି। ଏବେ ରଥଯାତ୍ରା ପୂର୍ବରୁ AI କ୍ୟାମେରାବି ଲଗାଯିବ।
ଏଥର ରଥଯାତ୍ରାରେ ସିସିଟିଭି ନଜରରେ ରହିବ ପୁରା ଶ୍ରୀକ୍ଷେତ୍ର। ଅତ୍ୟାଧୁନିକ AI କ୍ୟାମେରା ଦ୍ବାରା ଶ୍ରୀମନ୍ଦିର ଭିତରକୁ କେହି ଯଦି ବେଆଇନ ଭାବେ ମୋବାଇଲ ନେଉଛି ତା'କୁ ମଧ୍ୟ ଚିହ୍ନଟ କରିହେବ । ଏହି କ୍ୟାମେରା ଦ୍ବାରା ଶ୍ରୀମନ୍ଦିରରେ ଶୃଙ୍ଖଳା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି । ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଅତ୍ୟାଧୁନିକ ଏଆଇ ଟେକ୍ନୋଲୋଜି ଥିବା କ୍ୟାମେରା ଲଗାଯିବା ଫଳରେ ଚୋରି ଓ ଅନ୍ୟାନ୍ୟ ଅସାମାଜିକ କାର୍ଯ୍ୟକଳାପ ଚାଲିଥିବା ସ୍ଥାନରେ ନଜର ରଖାଯିବା ସହ ଅପରାଧକୁ ରୋକିବାରେ ଏହା ସାହାଯ୍ୟ କରିବ।