Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପ୍ରଶ୍ନପତ୍ର ଭାଇରାଲକୁ ରୋକିବା ପାଇଁ ବୋର୍ଡ ପକ୍ଷରୁ ବଡ଼ ବ୍ୟବସ୍ଥା

Odisha

ପ୍ରଶ୍ନପତ୍ର ଭାଇରାଲକୁ ରୋକିବା ପାଇଁ ବୋର୍ଡ ପକ୍ଷରୁ ବଡ଼ ବ୍ୟବସ୍ଥା

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ପ୍ରଶ୍ନପତ୍ର ଭାଇରାଲକୁ ରୋକିବା ପାଇଁ ବୋର୍ଡ ପକ୍ଷରୁ ବଡ଼ ବ୍ୟବସ୍ଥା

ଅର୍ଗସ ବ୍ୟୁରୋ : ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ବୋର୍ଡ ପକ୍ଷରୁ ବଡ଼ ବ୍ୟବସ୍ଥା । ଚଳିତ ବର୍ଷ ଠାରୁ ମାଟ୍ରିକ ପରୀକ୍ଷାର ସମସ୍ତ ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ। ସେଲ୍ଫ ଡିସପ୍ଲେ ୱାଟର ମାର୍କ ଥିବା ଏହି ପ୍ରଶ୍ନପତ୍ରର କୌଣସି ପୃଷ୍ଠାର ମୋବାଇଲ କ୍ୟାମେରା କିମ୍ବା ସ୍କାନରରେ ଫଟୋ ଉଠିଲେ ସେହି ୱାଟର ମାର୍କ ଆସିଯିବ। କେଉଁ ପରୀକ୍ଷାର୍ଥୀଙ୍କର ସେହି ପ୍ରଶ୍ନପତ୍ର କେଉଁ ସେଣ୍ଟରର ଏବଂ କେଉଁ ହଲର ତାହା ସେଥିରୁ ଜଣାପଡିଯିବ। ଦେଶରେ ପ୍ରଶ୍ନପତ୍ର ପ୍ରସ୍ତୁତ କରୁଥିବା ବିଭିନ୍ନ ଫାର୍ମ ଓ ଦେଶର ପ୍ରମୁଖ ପରୀକ୍ଷା ପରିଚାଳନା ବୋର୍ଡ ଅନୁଧ୍ୟାନ କରିବା ପରେ ଏହି ୱାଟର ମାର୍କ ବ୍ୟବସ୍ଥା କରିଛି ମାଧ୍ୟମିକ ଶିକ୍ଷା ପରିଷଦ। ବୋର୍ଡର ପରୀକ୍ଷା ପରିଚାଳନା କମିଟି ଏହି ୱାଟର ମାର୍କ ବ୍ୟବସ୍ଥାକୁ ଅନୁମତି ପ୍ରଦାନ କରିସାରିଛି।


ପରୀକ୍ଷାମୂଳକ ଭାବେ ଆସନ୍ତା ୧୭ ରେ ହେବାକୁ ଥିବା କ୍ଲାସ ଟେଷ୍ଟ ପରୀକ୍ଷା ପ୍ରଶ୍ନପତ୍ରରେ ଏହି ୱାଟର ମାର୍କ ଲଗାଯାଇଛି। ପ୍ରତ୍ୟେକ ପ୍ରଶ୍ନପତ୍ରର ସିରିଏଲ ନମ୍ବର ଓ ପରୀକ୍ଷାର୍ଥୀଙ୍କ ରୋଲ ନମ୍ବର ସମସ୍ତ ପ୍ରଶ୍ନପତ୍ରରେ ଏହି ୱାଟର ମାର୍କ ବ୍ୟବସ୍ଥାରେ ରହିଛି। ତେଣୁ ପ୍ରଶ୍ନପତ୍ର ଯଦି ଭାଇରାଲ ହେଲା ତେବେ ତାହା କେଉଁ ସେଣ୍ଟରରୁ ଏବଂ କେଉଁ ପରୀକ୍ଷାର୍ଥୀଙ୍କର ତାହା ଜଣାପଡିବ ଅତି ସହଜ ହେବ। ତେଣୁ ଏହି ୱାଟର ମାର୍କ ବ୍ୟବସ୍ଥା ଦ୍ବାରା ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ରୋକିହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Big steps taken by the board to prevent question paper leak in matric exam | Argus News