Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନବ ଦାସଙ୍କ ରୋଷେୟା ଲଳିତ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ବଡ଼ ଟ୍ଵିଷ୍ଟ୍

Odisha

ନବ ଦାସଙ୍କ ରୋଷେୟା ଲଳିତ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ବଡ଼ ଟ୍ଵିଷ୍ଟ୍

Smruti Parija
Browse all articles by Smruti Parija
·1 year ago·1 min read
ନବ ଦାସଙ୍କ ରୋଷେୟା ଲଳିତ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ବଡ଼ ଟ୍ଵିଷ୍ଟ୍

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତଃ ନବ ଦାସଙ୍କ ରୋଷେୟା ଲଳିତ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ବଡ଼ ଟ୍ଵିଷ୍ଟ୍ । ମାମଲାର ପୁନଃତଦନ୍ତ ନିର୍ଦ୍ଦେଶ ଦେଲେ ପୋଲିସ ଡିଜି । ଡିଜିଙ୍କ ନିର୍ଦ୍ଦେଶ ଅନୁସାରେ ନୂଆ ତଦନ୍ତକାରୀ ଅଫିସର ମାମଲାର ପୁନଃ ତଦନ୍ତ କରିବ । ଏନେଇ ସୂଚନା ଦେଇଛନ୍ତି ଉତ୍ତରାଞ୍ଚଳ ଆଇଜି ଓ ଝାରସୁଗୁଡା ଏସପି ।


ପୁଅ ଲଲିତର ମୃତ୍ୟୁ ତଦନ୍ତରେ ପ୍ରଶ୍ନ ଉଠାଇଥିଲେ ତାଙ୍କ ବାପା । ମାମଲାର ପୁନଃ ତଦନ୍ତ ପାଇଁ ପୋଲିସ ଡିଜିଙ୍କୁ ଚିଠି ଲେଖିଥିଲେ । ଡିପି ପୁନଃତଦନ୍ତ ପାଇଁ ଚିଠି ଲେଖିଥିଲେ ଉତ୍ତରାଞ୍ଚଳ ଆଇଜିଙ୍କୁ । ଉତ୍ତରାଞ୍ଜଳ ଆଇଜି ଯାଞ୍ଚ ବେଳେ ପୂର୍ବ ତଦନ୍ତରେ ଥିବା ତ୍ରୁଟି ଜାଣିପାରିଥିଲେ। ଏବେ ପୁଣିଥରେ ହେବ ତଦନ୍ତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


2022ରେ ନବଙ୍କ ରୋଷେୟା ଲଲିତଙ୍କର ଝାରସୁଗୁଡାସ୍ଥିତ ନବ ଦାସଙ୍କ ବାସଭବନରେ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ପୋଲିସ ଆତ୍ମହତ୍ୟାର ରୂପ ଦେଇଥିଲେ ବି ଅନେକ ପ୍ରଶ୍ନ ସାମ୍ନାକୁ ଆସିଥିଲା । ଏପରିକି ଏହି ଷଡଯନ୍ତ୍ର ପଛରେ ତତ୍କାଳୀନ ଜିଲ୍ଲାପାଳ, ଏସପି, ସିଡିଏମଓ , ଏଡିଏମଓ , ଆଇଆଇସି ଓ ପୋଷ୍ଟମର୍ଟମ କରିଥିବା ଡାକ୍ତରଙ୍କ ସମ୍ପୃକ୍ତି ଥିବାର ସଙ୍ଗୀନ ଅଭିଯୋଗ ମଧ୍ୟ ହୋଇଥିଲା । ରାତି ଅଧିଆ କାହିଁକି ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ କରିଦେଲା ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । କେବଳ ସେତିକି ନୁହେଁ ପରବର୍ତ୍ତୀ ଅବସ୍ଥାରେ ଲଲିତଙ୍କ ଭିସେରା ଚୋରୀ ହେଇଯିବା ସନ୍ଦେହକୁ ଆହୁରି ବଢାଇଥିଲା । ଏବେ ବଡ଼ ପ୍ରଶ୍ନ ଲଲିତଙ୍କ ମୃତ୍ୟୁ ତଦନ୍ତକୁ କିଏ କରିଥିଲା ବାଟବଣା ।


Education Next Season 5
Sponsored
Big twist in the suspicious death case of Naba Das' chef Lalit Sahu | Argus News